ରାଜସ୍ଥାନର ଲୋକେ ଟପିଗଲେ ନିଷ୍ଠୁରତାର ଚରମସୀମା: ଓଟର ଦୁଇ ଗୋଡ଼ କାଟି ଘଟାଲେ ଅତି ବର୍ବର କାଣ୍ଡ ।

ଚରୁ (ରାଜସ୍ଥାନ): ଗତ ମାସରେ ଗର୍ଭବତୀ ହାତୀକୁ ବିସ୍ପୋଟକ ଭରା ସପୁରୀ ଖୁଆଇ ମଣିଷ ତା ଅମାନବିକ ପରିଚୟ ଦେଇଥିବା ବେଳେ ବର୍ତ୍ତମାନ ରାଜସ୍ଥାନରେ ମଧ୍ୟ ସେଇ ଭଳି ଏକ ଲୋମିଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଠି ମାନବ ରୂପୀ ସୈତାନମାନେ ନିଜ ମାନବିକତା କୁ ଲଜିତ କରି କ୍ରୁରତାର ସମସ୍ତ ସୀମାକୁ ଅତିକ୍ରମ କରିଛନ୍ତି । କେରଳରେ ଜଣେ ଗର୍ଭବତୀ ହାତୀକୁ ହତ୍ୟା କରିବା ଭଳି ନିଷ୍ଠୁର ମାମଲା ଏବେ ଦେଖିବାକୁ ମିଳିଛି। ହତ୍ୟାକାରୀ ଚାରିବର୍ଷ ଓଟର ଆଗ ଗୋଡ଼କୁ ବର୍ବରତା ପୂର୍ବକ କୁରାଢ଼ୀ ରେ କାଟି ତାକୁ ମୃତ୍ୟୁ ମୁଖକୁ ଠେଲି ଦେଇଛନ୍ତି।

ଏହି କାରଣରୁ ସୃଷ୍ଟି ହେଲା ମୁକ ଜୀବଜନ୍ତୁଙ୍କ ଉପରେ ବିପଦ

ଶନିବାର ଦିନ ଚୁରୁର ସାଜନସର ଗ୍ରାମରେ ଏହି ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ତିନି ଜଣ ଏକାଠି ହୋଇ ଏହି ନିଷ୍ଠୁରତା କରିଛନ୍ତି।କୁହାଯାଉଛି କି ଏହି ଓଟ ଅଭିଯୁକ୍ତଙ୍କ କ୍ଷେତରେ ପ୍ରବେଶ କରିଥିଲା, ଯେଉଁଥିପାଇଁ ସେମାନେ ତାଙ୍କ ପ୍ରତି ଏତେ ନିଷ୍ଠୁରତା ପ୍ରଦର୍ଶନ କରିଥିଲେ।

ପଥଚଲା ବ୍ୟକ୍ତି କହିଛନ୍ତି ଏହି ଅମାନୁଷିକ ହତ୍ୟାକାଣ୍ଡ ବିଷୟରେ

ଆପଣଙ୍କୁ କହି ରଖୁଛୁ ଯେ ଏହି ମାମଲାରେ ଗାଁର ଓମସିଙ୍ଗ ରାଜପୁତ ନାମକ ଜଣେ ଯୁବକ ଏହି ତିନି ଅଭିଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି ଏବଂ ସେମାନଙ୍କ ବିରୋଧରେ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି। ଓମ ପୋଲିସକୁ କହିଛି ଯେ ସେ ପଶୁ ଚରାଉଥିବା ସମୟରେ ଏକ ଓଟ ଦୌଡୁଥିବାର ଦେଖିଲା।ସେହି ଓଟ ପଛେ ପଛେ ପନ୍ନାରାମ, ଗୋପିରାମ ଏବଂ ଲିଚୁରାମର ତିନିଜଣ ଯୁବକ ହାତରେ କୁରାଢ଼ୀ ଧରି ବାଇକ୍ ଯୋଗେ ଯାଉଥିଲେ। ଯେତେବେଳେ ମୁଁ ତାଙ୍କୁ ଏ ବିଷୟରେ ପଚାରିଲି, ସେ କହିଲେ- ଏହି ଓଟ ଆମ କ୍ଷେତରେ ପ୍ରବେଶ କରିଛି, ଆମେ ଏହାକୁ ଛାଡିବୁ ନାହିଁ ,ତିନିଜଣ ତା’ପରେ କୁରାଢ଼ୀରେ ଓଟର ଗୋଡକୁ କାଟିଦେଇଥିଲେ।

ଡାକ୍ତର ମର୍ମାହତ ହୋଇ ଦୁଃଖଦ ସମ୍ବାଦ ଦେଇଛନ୍ତି

ଓମ ଓଟ ବିଷୟରେ ନିଜ ଗ୍ରାମବାସୀ ଙ୍କୁ ସୂଚନା ଦେଇଥିଲେ । ଗ୍ରାମବାସୀ ମାନେ ଆହତ ଓଟକୁ ସାଜନସାର ଗାଁର ଗୋ ସାଳା କୁ ନେଇଯାଇଥିଲେ। ଯେଉଁଠାରେ ପଶୁ ଚିକିତ୍ସକ ଙ୍କୁ ଡକାଇ ତାର ଚିକିତ୍ସା କରିଥିଲେ । ଓଟର ଚିକିତ୍ସା କରୁଥିବା ଡାକ୍ତର ପ୍ରବୀଣ ଶର୍ମା କହିଥିଲେ କି ଓଟର ଗୋଟେ ଗୋଡ ସମ୍ପୁର୍ଣ୍ଣ ଭାବରେ ଅଲଗା ହୋଇଯାଇଛି ଯାହା କି ଆଉ ଥରେ ଯୋଡି ହୋଇ ପାରିବ ନାହିଁ । ସେଠାରେ ଓଟର ଆଉ ଗୋଟେ ଗୋଡ ମଧ୍ୟ ନଷ୍ଟ ହୋଇଯାଇଥିଲା । ଅଧିକ ରକ୍ତସ୍ରାବ କାରଣରୁ ଗୋଡ଼କୁ ଯୋଡିବାରେ ଅସୁବିଧା ହୋଇଥିଲା । କିନ୍ତୁ ଏ ସମସ୍ତ ପ୍ରଚେଷ୍ଟା ପରେ ମଧ୍ୟ ଓଟ ଛୁଆ ଟିକୁ ବଞ୍ଚାଇ ପରିନଥିଲେ ।

ସୋସିଆଲ ମିଡିଆରେ ଲୋକମାନଙ୍କ କ୍ରୋଧ ଦେଖିବାକୁ ମିଳିଥିଲା ।

ସୋସିଆଲ ମିଡିଆରେ ଲୋକଙ୍କ କ୍ରୋଧ ଦେଖିବାକୁ ମିଳିଛି ।ଲୋକମାନେ ଅଭିଯୁକ୍ତ ଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେମାନେ ଏହି ଅଭିଯୁକ୍ତ ମାନଙ୍କୁ ମାନବ ରୂପୀ ରକ୍ଷାସ ସହିତ ତୁଳନା କରିଛନ୍ତି । କିଛି ଉପଭୋକ୍ତା ଏହା ମଧ୍ୟ କହିଛନ୍ତି କି ଯେଉଁ ଦଣ୍ଡ ଓଟକୁ ମିଳିଛି ସେହି ଦଣ୍ଡ ଏହି ସୈତାନ ଙ୍କୁ ମିଳିବା ଉଚିତ ।

ଘଟଣା ସମୟରେ ଉପସ୍ଥିତ ଥିବା ଓମ କହିଛନ୍ତି ରକ୍ତରେ ଜୁଡୁବୁଡୁ ଓଟ ଟି ବହୁତ ଜୋରରେ ଚିକ୍ତାର କରୁଥିଲା ଏବଂ ସେହି 3 ଜଣ ତାର ଗୋଡ଼କୁ କାଟି ଚାଲିଥିଲେ । ଯେତେବେଳେ ଚିକ୍ତାର କରୁଥିବା ଓଟକୁ ବଞ୍ଚାଇବା ପାଇଁ ଆମେ ମାନେ ଯେତେବେଳେ ଯାଇ ପହଂଚିଲୁ ସେତେବେଳେ ରାକ୍ଷସ ମାନେ ଆମକୁ ମଧ୍ୟ ଆମକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।

Leave a Reply

Your email address will not be published. Required fields are marked *