ରାଜସ୍ଥାନର ଗୋଟିଏ କୃଷକ ପରିବାର ଘରେ ଝିଅର ଜନ୍ମ ହେବାପରେ ତାର ସ୍ବାଗତ ଅଦ୍ୱିତୀୟ ଶୈଳୀରେ କରିଥିଲେ ଏବଂ ତାକୁ ହେଲିକପ୍ଟର ମାଧ୍ୟମରେ ଘରକୁ ଅଣା ଯାଇଥିଲା। ରାଜ୍ୟର ନାଗୌରର ଜଣେ ସାଧାରଣ କୃଷକ ପରିବାର ଘରେ ୩୫ବର୍ଷ ପରେ ଝିଅ ଜନ୍ମ ହୋଇଥିଲା। ଯାହାର ଖୁସି ଏହି ପରିବାର ଲୋକ ଅଦ୍ୱିତୀୟ ଶୈଳୀରେ ମନାଇଥିଲେ। ସୂ-ଚ-ନା ଅନୁସାରେ ମଦନ ଲାଲ ପ୍ରଜାପତଙ୍କ ଘରେ ୩୫ବର୍ଷ ପରେ ଗୋଟିଏ ଝିଅର ଜନ୍ମ ହୋଇଥିଲା,ଯାହାର ନାମ ସିଦ୍ଧି ରଖାଯାଇଛି।
ନାତୁଣୀ ସିଦ୍ଧି ଜନ୍ମହେବା ପରେ ହେଲିକପ୍ଟର ମାଧ୍ୟମରେ ଘରକୁ ଅଣା ଯାଇଥିଲା। ଯେତେବେଳେ ଗାଁ ଲୋକଙ୍କୁ ହେଲିକପ୍ଟର ଆସିବାର ସୂ-ଚ-ନା ଜଣା ପଡିଥିଲା ତ ଲୋକଙ୍କ ଭିଡ଼ ଜମା ହୋଇ ଯାଇଥିଲା ଏବଂ ସମସ୍ତେ ହେଲିକପ୍ଟର ଆସିବାର ଅପେକ୍ଷା କରିବାକୁ ଲାଗିଥିଲେ। ସେହି ଗାଁରେ ହେଲିପ୍ୟାଡ ନଥିଲା। ଏଥିପାଇଁ କ୍ଷେ-ତରେ ସବୁଠାରୁ ପ୍ରଥମେ ହେଲିପ୍ୟାଡ ପ୍ରସ୍ତୁତ କରା ଯାଇଥିଲା।
ନାଗୌର ଜିଲ୍ଲା କୁଚେରା କ୍ଷେତ୍ରର ଗାଁ ନିମ୍ବଡୀ ଚାନ୍ଦାବତାରେ ରହୁଥିବା ମଦନ ଲାଲ ପ୍ରଜାପତ ଏଥିପାଇଁ ପାଖାପାଖି ୧୦-୧୨ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ। ସେଠାରେ ହେଲିପ୍ୟାଡରୁ ନେଇ ଘର ପର୍ଯ୍ୟନ୍ତ ରାସ୍ତାରେ ଗାଁ ବାଲା ଛୁଆର ସାମ୍ନାନ ପାଇଁ ଫୁଲ ବିଛାଇଥିଲେ। ନାତୁଣୀର ସ୍ବାଗତ ପାଇଁ ଜେଜେ ମଦନଲାଲ ନିଜ ଫସଲକୁ ବିକ୍ରି କରି ଦେଇଥିଲେ ଏବଂ ୫ଲକ୍ଷ ଟଙ୍କା ଏକତ୍ର କରି ହେଲିକେପ୍ଟରକୁ ଅପେକ୍ଷା କରିଥିଲେ।
ଛୁଆର ଜନ୍ମ ତାଙ୍କ ନନିହାଲ ହରସୋଲାବ ଗାଁରେ ତିନି ମାର୍ଚ୍ଚରେ ହୋଇଥିଲା। ଝିଅଙ୍କ ବାପା ହନୁମାନ ପ୍ରଜାପତ ଏବଂ ସ୍ତ୍ରୀ ଚୁକା ଦେବୀ ଝିଅକୁ ନିଜ ନନିହାଲ ହେଲିକେପ୍ଟରରେ ନେଇ ଆସିଥିଲେ ଏବଂ ଦୁର୍ଗାନବମୀ ସମୟରେ ତାଙ୍କୁ ଘରେ ପ୍ରବେଶ କରା ଯାଇଥିଲା। ସୂ-ଚ-ନା ଅନୁସାରେ ସକାଳ ୯ଟାରେ ହେଲିକେପ୍ଟରରେ ବସି ସମସ୍ତେ ନିମ୍ବଣ୍ଡୀ ଚାନ୍ଦାବତାରୁ ଛୁଆକୁ ଧରି ନନିହାଲ ହରସୋଲାବରେ ପହଞ୍ଚିଥିଲେ।ସେ ସେଠାରୁ ଝିଅକୁ ନେଇ ପୁଣିଥରେ ଘରକୁ ଆସିଥିଲେ। ଏହିପରି ଦ୍ବିପ୍ରହର ୨.୧୫ରେ ହେଲିକେପ୍ଟରରୁ ଝିଅଟି ନିଜ ଜେଜେଙ୍କ ଘରେ ପହଞ୍ଚିଥିଲେ। ଯେଉଁଠାରେ ଏହାପରେ ସବୁ ବିଧିବିଧାନ ପାଳନ କରାଯାଇଥିଲା। ଜେଜେଙ୍କ ଘରେ ପହଞ୍ଚିବା ପରେ ସିଦ୍ଧିକୁ ବହୁତ ସୁନ୍ଦର ଭାବରେ ସ୍ବାଗତ କରା ଯାଇଥିଲା। ବ୍ଯାଣ୍ଡ-ବାଜା ସହିତ ତାକୁ ଘର ଭିତରକୁ ଅଣା ଯାଇଥିଲା।
Rajasthan: A family from a village in Nagaur district hired a helicopter to bring home their new born girl child.
"After 35 years we have been gifted with a daughter in the family so we made this arrangement. I'll fulfill all her dreams" said Madan Lal, grandfather of the baby. pic.twitter.com/0j3NT8E4jL
— ANI (@ANI) April 23, 2021
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।