ବଲିଉଡ ସୁପରଷ୍ଟାର ରାଜେଶ ଖନ୍ନାଙ୍କର ନିଜର ସ୍ବତନ୍ତ୍ର ଜଲବା ଥିଲା। ତାଙ୍କର ଟିକିଏ ଝଲକ ପାଇବା ପାଇଁ ଝିଅମାନଙ୍କର ଲମ୍ବା ଲମ୍ବା ଧାଡ଼ି ଲାଗି ରହୁଥିଲା। ଲୋକମାନଙ୍କ ମଧ୍ୟରେ ତାଙ୍କ ପାଗଳାମିର କୌଣସି ସୀମା ନଥିଲା। ଏହି ସୁପରଷ୍ଟାରଙ୍କ ହୃଦୟ ଆସି ଯାଇଥିଲା ୧୬ବର୍ଷର ଅଭିନେତ୍ରୀ ଡିମ୍ପଲ କପାଣ୍ଡିଆଙ୍କ ଉପରେ। ସେ ଡିମ୍ପଲଙ୍କୁ ରାଜ କପୁରଙ୍କ ଗୋଟିଏ ପାର୍ଟିରେ ଦେଖିଥିଲେ। ରାଜ କପୁରଙ୍କ ଘରେ ସିନେମା ବାବୀର ସଫଳତା ସହ ଯୋଡ଼ି ଗୋଟିଏ ପାର୍ଟି ରଖିଥିଲେ। ସେହି ସମୟରେ ରାଜେଶ ଖନ୍ନାଙ୍କ ନଜର ଡିମ୍ପଲଙ୍କ ଉପରେ ପଡ଼ିଥିଲା।
ଡିମ୍ପଲଙ୍କ ସହିତ ମିଶିବାର ଗୋଟିଏ ବର୍ଷପରେ ବର୍ଷ୧୯୭୩ରେ ଦୁଇଜଣ ବାହା ହୋଇଯାଇଥିଲେ। ବାହାହେବା ପରେ ଡିମ୍ପଲ ସିନେମା ଦୁନିଆରୁ ସମ୍ପୂର୍ଣ୍ଣ ଭାବରେ ଅଦୃଶ୍ୟ ହୋଇଯାଇଥିଲେ। ଜଣା ଯାଉଛି କି ବାହାଘର ପରେ ରାଜେଶ ଖନ୍ନା ହିଁ ଡିମ୍ପଲଙ୍କୁ ସିନେମାରେ କାମ କରିବାପାଇଁ ମନା କରି ଦେଇଥିଲେ। ବାହାଘରର କିଛି ଦିନପରେ ୧୭ବର୍ଷ ବୟସରେ ଡିମ୍ପଲ ଟୁଇଁକିଲ ଖନ୍ନାଙ୍କୁ ଜନ୍ମ ଦେଇଥିଲେ ଏହାପରେ ତାଙ୍କର ଆଉ ଗୋଟିଏ ଝିଅ ହୋଇଥିଲେ ରିଙ୍କି ଖନ୍ନା।
ଏହାର କିଛି ଦିନପରେ ହିଁ ଦୁଇଜଣ ଅଭିନେତ୍ରୀ ଏବଂ ରାଜେଶ ଖନ୍ନାଙ୍କ ମଧ୍ୟରେ କଥା ଖରାପ ହେବା ଆରମ୍ଭ ହୋଇ ଯାଇଥିଲା। ଏହାର ଫଳାଫଳ ଏହା ଥିଲାକି ବର୍ଷ୧୯୮୩ରେ ଦୁହେଁ ବିନା ଛାଡ଼ପତ୍ରରେ ପରସ୍ପର ଠାରୁ ଅଲଗା ହେବାର ନିଷ୍ପତ୍ତି ନେଇ ଯାଇଥିଲେ। ଏହାପରେ ଦୁହେଁ ଅନେକ ବର୍ଷ ପର୍ଯ୍ୟନ୍ତ ଅଲଗା ରହିଥିଲେ। ଏହି ଦୁହିଁଙ୍କୁ ପୁଣିଥରେ ସେମାନଙ୍କର ଜ୍ୱାଇଁ ଅକ୍ଷୟ କୁମାର ୨୫ବର୍ଷ ପରେ ଏକାଠି କରିଥିଲେ। ଖବର ଅନୁସାରେ ଡିମ୍ପଲ ଏବଂ ରାଜେଶ ଖନ୍ନାଙ୍କ ମଧ୍ୟରେ ସମ୍ପର୍କ ଏମିତି ଖରାପ ହୋଇଯାଇଥିଲା କି ଦୁହେଁ ଜୀବନରେ କେବେବି ଜଣେ ଅନ୍ୟ ଜଣଙ୍କ ସହିତ ମିଶିବାକୁ ଚାହୁଁ ନଥିଲେ।
ରାଜେଶ ଖନ୍ନା ନିଜ ପରିବାର ଠାରୁ କେବେବି ଦୂରେଇ ରହିବାକୁ ଚାହୁଁ ନଥିଲେ। ହେଲେ ଦୁହିଁଙ୍କ ମଧ୍ୟରେ ଫାଟ ବଢ଼ିବାକୁ ଲାଗିଥିଲା।ଗୋଟିଏ ସମୟ ଏମିତି ଆସିଥିଲା କି ରାଜେଶ ଖନ୍ନା ନିଜ ଘରେ ଏକା କଷ୍ଟରେ ଚିନ୍ତିତ ହେବାକୁ ଲାଗିଥିଲେ। ଏହା ମଧ୍ୟରେ ତାଙ୍କ ଜ୍ୱାଇଁ ଅକ୍ଷୟ କୁମାର ତାଙ୍କୁ ସହଯୋଗ କରିଥିଲେ ଏବଂ ଆଗକୁ ଯାଇ ତାଙ୍କ ଚିନ୍ତାକୁ ଶେଷ କରିବାପାଇଁ ଚେଷ୍ଟା କରିଥିଲେ। ଅକ୍ଷୟ ହଁ ଡିମ୍ପଲ ଏବଂ ରାଜେଶ ଖନ୍ନାଙ୍କୁ ପୁଣିଥରେ ମିଶେଇ ଥିଲେ।
ଅଭିନେତା ଅକ୍ଷୟ କୁମାରଙ୍କର ପୂର୍ବରୁ ଭାଙ୍ଗିଯାଇଥିବା ପରିବାର ପୁଣିଥରେ ଏକାଠି ହୋଇଯାଇଥିଲା। ଏହି ପରିବାରକୁ ଖୁସି ପୁଣିଥରେ ଫେରିଆସିଥିଲା। ରାଜେଶ ଖନ୍ନା ଏବଂ ଡିମ୍ପଲ କପାଣ୍ଡିଆ ଏହା ପରର ଜୀବନ ସାଥିରେ ବିତାଇଥିଲେ ଏବଂ ନିଜ ପିଲାମାନଙ୍କ ସହିତ ମଧ୍ୟ ରହିଥିଲେ। ଜାଣିଥିବେ କି ରାଜେଶ ଖନ୍ନାଙ୍କ ପରିବାର ବହୁତ ହିଁ ସାଧାରଣ ଅଟେ। ଅଭିନେତା ଏବଂ ତାଙ୍କ ସ୍ତ୍ରୀ ନିଜ ପିଲାଙ୍କୁ ଭଲ ଭାବରେ ଲାଳନପାଳନ କରିଥିଲେ। ଅଭିନେତା ରାଜେଶ ଖନ୍ନା ନିଜ ଝିଅ ଟୁଇଙ୍କିଲ ଖନ୍ନାଙ୍କର ବହୁତ ପାଖରେ ଥିଲେ। ଅଭିନେତାଙ୍କ ମୃ-ତ୍ୟୁ ପରେ ଟୁଇଙ୍କିଲ ନିଜ ବାପାଙ୍କର ବହୁତ ଗୁଡ଼ିଏ କଥା ଲୋକମାନଙ୍କ ସହିତ ଶେୟାର କରିଥିଲେ।
ଆପଣଙ୍କୁ ଜଣାଇ ଦେଉଛୁ କି ଡିମ୍ପଲ କପାଣ୍ଡିଆଙ୍କ ନିଜ ଜୀବନ ମଧ୍ୟ ବିବାଦରେ ଭରିହୋଇ ରହିଥିଲା। ସେ ନିଜ ସ୍ବାମୀ ରାଜେଶ ଖନ୍ନାଙ୍କ ଠାରୁ ଅଲଗା ହୋଇ ପୁଣିଥରେ ସିନେମାରେ କାମ କରିବା ଆରମ୍ଭ କରି ଦେଇଥିଲେ। ଏହି ସମୟରେ ତାଙ୍କ ନାମ ସେହି ସମୟର ପ୍ରସିଦ୍ଧ କଳାକାର ସନି ଦେଓଲଙ୍କ ସହିତ ମଧ୍ୟ ଯୋଡା ହୋଇଥିଲା। ସନି ଦେଓଲ ଏବଂ ଡିମ୍ପଲ ଅନେକଥର ସାଙ୍ଗହୋଇ ବୁଲୁଥିବାର ନଜର ଆସିଛନ୍ତି। ହେଲେ ଦୁଇଜଣ ଯାକ ନିଜର ଏହି ସମ୍ପର୍କ ନାମ ଦେବାପାଇଁ ତରସୁ ଥିଲେ। ହେଲେ ଡିମ୍ପଲ ନିଜର ଲଞ୍ଚ ହୋଇଥିବା ବେବ ସୀରୀଜ ତାଣ୍ଡବ ବିବାଦର କାରଣ ଯୋଗୁଁ ମଧ୍ୟ ମୁଖ୍ୟ ଖବର ପାଲଟି ଯାଇଥିଲେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।