ସୁପରଷ୍ଟାର ରଜନୀକାନ୍ତଙ୍କୁ ହାଇଦ୍ରାବାଦର ଆପୋଲୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣା ଯାଉଛି କି ରଜନୀ ନିଜ ସିନେମା Annatheର ସୁଟିଂ କରୁଥିଲେ, ଯେଉଁ ସମୟରେ ତାଙ୍କୁ ବ୍ଲଡ଼ ପ୍ରେଶରର ସମସ୍ୟା ହେବାକୁ ଲାଗିଥିଲା।
ସୁପରଷ୍ଟାର ରଜନୀକାନ୍ତଙ୍କୁ ହାଇଦ୍ରାବାଦର ଆପୋଲୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣା ଯାଉଛି କି ରଜନୀ ନିଜ ସିନେମା Annatheର ସୁଟିଂ କରୁଥିଲେ, ଯେଉଁ ସମୟରେ ତାଙ୍କୁ ବ୍ଲଡ଼ ପ୍ରେଶରର ସମସ୍ୟା ହେବାକୁ ଲାଗିଥିଲା। ଏହି ସିନେମାର ସୁଟିଂ କିଛି ଦିନ ପୂର୍ବରୁ ବନ୍ଦ କରି ଦିଆଯାଇଥିଲା।କାରଣ ହେଉଛି କି ଏହି ଟିମର ୮ଜଣ ଲୋକଙ୍କର କୋରୋନା ପଜେଟିଭ ହୋଇଥିଲା। ରଜନୀକାନ୍ତଙ୍କର କୋରୋନା ପରୀକ୍ଷା ନେଗେଟିଭ ଆସିଥିଲା, କିନ୍ତୁ ବ୍ଲଡ ପ୍ରେଶରର ସମସ୍ୟା ଥିଲା।
ରଜନୀକାନ୍ତଙ୍କୁ ନେଇ ହାଇଦ୍ରାବାଦର ଆପୋଲୋ ଡାକ୍ତରଖାନାରେ ଚିକିତ୍ସା କରିବା ପାଇଁ କୁହାଯାଇଛି। ସେଠାରେ ରଜନୀଙ୍କ ସ୍ବାସ୍ଥ୍ୟର ସଙ୍ଗେସଙ୍ଗେ ଚିକିତ୍ସା କରାଯାଇଛି। ଡାକ୍ତରଙ୍କ ମୁତାବକ ରଜନୀଙ୍କୁ ବ୍ଲଡ଼ ପ୍ରେଶରର ଭାରି ସମସ୍ୟା ହୋଇଯାଇଛି। ତାଙ୍କୁ ଡାକ୍ତରଖାନାରୁ ଛାଡ଼ିବା ପୂର୍ବରୁ ତାଙ୍କର ଗମ୍ଭୀର ଭାବରେ ପରୀକ୍ଷା କରାଯିବ।
ଏହା ହେଉଛି ଡାକ୍ତରଖାନାର ବୟାନ
“ମିଷ୍ଟର ରଜନୀକାନ୍ତଙ୍କୁ ଆଜି (୨୫ଡିସେମ୍ବର) ସକାଳୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ସେ ତାଙ୍କ ସିନେମାର ସୁଟିଂ ପୂର୍ବ ୧୦ଦିନରୁ ହାଇଦ୍ରାବାଦରେ କରୁଥିଲେ।ତାଙ୍କ ସିନେମା ଟିମରୁ କିଛି ଲୋକଙ୍କର କୋରୋନା ପଜେଟିଭ ଆସିଥିଲା।ମିଷ୍ଟର ରଜନୀକାନ୍ତଙ୍କର କୋରୋନା ପରୀକ୍ଷା ୨୨ଡିସେମ୍ବରରେ ହୋଇଥିଲା, ଯାହା ନେଗେଟିଭ ଆସିଥିଲା। ସେବେଠାରୁ ସେ ନିଜକୁ ଅଲଗା କରି ନେଇଥିଲେ ଏବଂ ତାଙ୍କର ଠିକ ଭାବରେ ଧ୍ୟାନ ରଖାଯାଉଥିଲା।
ତାଙ୍କ ଭିତରେ କରୋନାର କୈାଣସି ଲକ୍ଷଣ ଦେଖାଯାଉ ନଥିଲା କିନ୍ତୁ ତାଙ୍କର ବ୍ଲଡ଼ ପ୍ରେଶର ବହୁତ ପରିମାଣରେ ଉଚ୍ଚ-ନୀଚ୍ଚ ହେଉଥିଲା, ଏମିତି ଚାଲିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ବହୁତ ଜରୁରୀ ହୋଇ ପଡ଼ିଥିଲା।ଯେ ପର୍ଯ୍ୟନ୍ତ ତାଙ୍କର ବ୍ଲଡ଼ ପ୍ରେଶର ଠିକ ହୋଇନାହିଁ ନାହିଁ ଏବଂ ସେ ଘରକୁ ଯିବାପାଇଁ ଠିକ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ତାଙ୍କର ଭଲ ଭାବରେ ଚିକିତ୍ସା କରାଯିବ। ବ୍ଲଡ ପ୍ରଶର ଏବଂ ଥକାପଣ ବ୍ୟତୀତ ତାଙ୍କ ପାଖରେ କୈାଣସି ପ୍ରକାର ରୋଗର ଲକ୍ଷଣ ନାହିଁ ଏବଂ ସେ ସୁସ୍ଥ ଅଟନ୍ତି।
ସିନେମା ଟିମରୁ ୮ଜଣ ଲୋକଙ୍କୁ ହୋଇଥିଲା କୋରୋନା
ଜଣା ଯାଉଛି କି ୨୩ଡିସେମ୍ବରରେ ସିନେମା Annaattheର ୮ଜଣ ସଦସ୍ୟଙ୍କର କୋରୋନା ପଜେଟିଭ ଆସିଥିଲା। ଏହି ସିନେମାର ସୁଟିଂ ୧୪ଡିସେମ୍ବରରେ ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟୀରେ ଆରମ୍ଭ ହୋଇଥିଲା।ମେକର୍ସ ସିନେମାର ଆରମ୍ଭ ଏବଂ ସଦସ୍ୟ ମାନଙ୍କ ପାଇଁ ବାୟୋ ବବଲ ପ୍ରସ୍ତୁତ କରିଥିଲେ। ହେଲେ ପ୍ରାରମ୍ଭିକ ପରୀକ୍ଷା ସମୟରେ ୮ଜଣ ସଦସ୍ୟଙ୍କୁ କରୋନା ଭାଇରସ ହୋଇଥିବାର ପଜେଟିଭ ରିପୋର୍ଟ ଆସିଥିଲା।
ସିନେମା Annaattheର Siruthai Siva ପ୍ରସ୍ତୁତ କରାଯାଇଛି। ଏଥିରେ ରଜନୀକାନ୍ତଙ୍କ ସହିତ ନୟନତାର, କୀର୍ତ୍ତି ସୁରେଶ,ଖୁଶବୁ, ମୀନା ଏବଂ ପ୍ରକାଶ ରାଜ ମୁଖ୍ୟ ଚରିତ୍ର ମାନଙ୍କରେ ନଜର ଆସିବେ। ଏହାକୁ ସନ ଫିଚର୍ସ ଏବଂ D Imman ଦ୍ଵାରା ପ୍ରସ୍ତୁତ କରାଯାଉ ଅଛି।