ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଦିନ ଭୂଲ ରେ ମଧ୍ୟ କରନ୍ତୁ ନାହିଁ ଏହି ୫ ଟି କାର୍ଯ୍ୟ ।

ପ୍ରତେକ ଭାଇ ଓ ଭଉଣୀ ମାନଙ୍କର ଏକ ବିଶେଷ ପର୍ବ ହେଉଛି ରାକ୍ଷୀ ପୂର୍ଣ୍ଣିମା। ଏହି ଦିନ ଭଉଣୀ ତାର ନିଜର ସୁରକ୍ଷା କାମନା କରି ତା ଭାଇ ହାତରେ ରାକ୍ଷୀ ବାନ୍ଧି ଦେଇଥାଏ। ଏହି ପର୍ବ ପ୍ରତେକ ମାସ ଶ୍ରାବଣ ମାସ ପୂର୍ଣ୍ଣିମା ତିଥିରେ ପାଳନ କରାଯାଇଥାଏ । ଏହି ପୂର୍ଣ୍ଣିମା କୁ ଗଂମ୍ଭା ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହି ବର୍ଷ ଅଗଷ୍ଟ ୩ ତାରିଖ ରେ ପଡୁଛି ।

କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି କି ଭୂଲ ରେ ହେଉ କି ଜଣତାରେ ହେଉ ଏହି ଦିନ ଯଦି କିଛି ଭୁଲ ହୋଇଯାଏ ତେବେ ଏହା ଆମ ଜୀବନରେ ବହୁତ ପ୍ରଭାବ ପକେଇଥାଏ । ଯାହା ଦ୍ଵାରା ଆମକୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଭୋଗିବାକୁ ପଡ଼ିବ । ତେବେ ଆସନ୍ତୁ ଜାଣିବା ଏହି ଦିନ ଯେଉଁ ଭୂଲ କରିବା ଉଚିତ ନୁହେଁ ।

୧. କଥା ବାର୍ତ୍ତା କହି ପାରୁନଥିବା ଯିବ ଜନ୍ତୁକୁ ଗୋଇଠା ମାରିବା ଦ୍ଵାରା ଧନ ର ଅଭାବ ରହିବା ଦ୍ଵାରା ଘରେ ନକର୍ତ୍ମକ ଉର୍ଜାର ପ୍ରଭାବ ରହେ । ତେଣୁ ଭୁଲ ରେ ମଧ୍ୟ ଗୋଇଠା ମାରନ୍ତୁ ନାହିଁ। ବିଶେଷ କରି ଗୋରୁ ଗାଈ ମାନଙ୍କୁ ଆଘାତ କରନ୍ତୁ ନାହିଁ କି ଗୋଇଠା ମାରନ୍ତୁ ନାହିଁ । କାରଣ ପ୍ରତେକ ଜିନିଷରେ ଭଗବାନ ବିଷ୍ଣୁ ବାସ କରନ୍ତି । ଏବଂ ଏହି ଦିନ ଗୋମାତାଙ୍କୁ ପୂଜା କରାଯାଇଥାଏ ।

୨. ଏହି ଦିନ କୌଣସି ବ୍ୟକ୍ତି କିମ୍ଵା ଗୁରୁଜନ ମାନଙ୍କ ର ଅପମାନ କରିବା ଉଚିତ ନୁହେଁ । ଏପରି କରିବା ଦ୍ବାରା ମାତା ଲକ୍ଷ୍ମୀ କ୍ରୋଧ କରି ଥାଆନ୍ତି । ଏହାର ଫଳ ସମ୍ପୂର୍ଣ ପରିବାରକୁ ଭୋଗ କରିବାକୁ ପଡ଼ିଥାଏ ।

୩. ଘରକୁ ଆସିଥିବା ଅତିଥି ମାନଙ୍କର ଅପମାନ କରନ୍ତି ନାହିଁ । ଅତିଥି ଭଗବାନ ତୁଲ୍ୟ ହୋଇଥାନ୍ତି ତେଣୁ ଘରକୁ ଆସିଥିବା ଅତିଥିଙ୍କ କେବେହେଲେ ଅପମାନ କରନ୍ତୁ ନାହିଁ । ଯାହା ଦ୍ଵାରା ଘରେ ଅମଙ୍ଗଳ ହୋଇଥାଏ । ଯଦି କେହି ଅସାହ୍ୟ ଲୋକ ଆପଣଙ୍କ ଘରକୁ ଆସନ୍ତି ତେବେ ତାଙ୍କୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ ।

୪. ବିଶ୍ୱାଘାତ କୌଣସି ପାପ ଠାରୁ ମଧ୍ୟ କମ ନୁହେଁ । ଆମେ ଯେବେ ବି କୌଣସି ବ୍ୟକ୍ତିଙ୍କ ସହିତ ଧୋକା ଦେଇଥାଉ ତେବେ ତାହାର ବିଶ୍ୱାସ ଆମ ଉପରୁ ଉଠି ଯାଇଥାଏ । ସେଥିପାଇଁ ଧୋକା ଦେବାକୁ ଶାସ୍ତ୍ରରେ ହିନ କାର୍ଯ୍ୟ ବୋଲି କୁହା ଯାଉଛି । ଏହାର ପ୍ରଭାବ ମଣିଷର ଜୀବନ ଉପରେ ପଡ଼ିଥାଏ । ତେଣୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଦିନ ଏହି ଭୂଲ କରନ୍ତୁ ନାହିଁ ।

୫. ଘରର ମୁଖ୍ୟ ଦ୍ଵାରା ରେ ଝାଡୁ ରଖନ୍ତୁ ନାହିଁ । ଘରେ ଝାଡୁ ଏକ ବ୍ୟବହାରିକ ଜିନିଷ ଯାହାକି ନକାରାତ୍ମକ ଉର୍ଜାକୁ ନଷ୍ଟ କରିଦେଇଥାଏ । ତେଣୁ ଯଦି ଆପଣ ଏହାକୁ ଘର ର ମୁଖ୍ୟ ଦ୍ଵାରରେ ଏହାକୁ ରଖନ୍ତି ତେବେ ଏହ ନକାର୍ତ୍ମକା ଉର୍ଜା ସୃଷ୍ଟି କରିଥାଏ । ଓ ଏହା ସହିତ ବିପଦ ମାଡି ଆସିବ ତେଣୁ ଆପଣ ଝାଡୁକୁ ଏମିତି ସ୍ଥାନରେ ରଖିବା ଉଚିତ ଯେମିତି ଏହା ଉପରେ କାହାର ନଜର ପଡିନଥିବ । କାରଣ ଝାଡୁ ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାଏ ।

Leave a Reply

Your email address will not be published. Required fields are marked *