ଟିଭି ଦୁନିଆକୁ ୩୩ବର୍ଷ ପୂର୍ବରୁ ଏକ ଏମିତି ନିର୍ଦ୍ଦେଶକ ଆସିଥିଲେ ଯାହାକୁ ଲୋକମାନେ ନିଜର ଆଦର୍ଶ କରି ନେଇଛନ୍ତି।’ରାମାୟଣ’ ପରି ଧାରାବାହିକ ଆଜି ପର୍ଯ୍ୟନ୍ତ ଭାରତୀୟ ସିନେମା ଇତିହାସରେ ଦେଖିବାକୁ ମିଳିନାହିଁ।ଏହା ଏକ ଐତିହାସିକ ଏବଂ ବିଶ୍ଵ ପ୍ରସିଦ୍ଧ ଧାରାବାହିକ ଅଟେ ଏବଂ ଏହାର ନିର୍ଦ୍ଦେଶନା କରିଥିଲେ ଥାମଶହୁର ରାମାନନ୍ଦ ସାଗର।
ରାମାନନ୍ଦ ସାଗରଙ୍କ ଜନ୍ମ ପାକିସ୍ଥାନର ଲୌହର ପାଖ ଅସଲ ଗୁରୁକେରେ ୨୯ଡିସେମ୍ବର ୧୯୧୭ରେ ହୋଇଥିଲା। ତାଙ୍କର ଅସଲି ନାମ ଚନ୍ଦ୍ରମୌଲୀ ଚୋପଡା ଥିଲା।ଦଶକ ପୂର୍ବରୁ ରାମାନନ୍ଦ ସାଗରଙ୍କ ମହାନଜେଜେବାପା ଲାହୌରରୁ କଶ୍ମୀର ଆସିଥିଲେ। ଜଣା ଯାଉଛି କି,ରାମାନନ୍ଦ ସାଗରଙ୍କୁ ତାଙ୍କ ଆଈ କୋଳକୁ ନେଇଥିଲେ ଏବଂ ସେ ହିଁ ଚନ୍ଦ୍ରମୌଲୀ ଚୋପଡା ନାମକୁ ବଦଳାଇ ରାମାନନ୍ଦ ସାଗର ରଖିଥିଲେ।ଏକ ସମୟ ଥିଲା ଯେତେବେଳେ ରାମାନନ୍ଦ ସାଗରଙ୍କ ପରିବାର ବହୁତ ସଂପନ୍ନ ଥିଲା, ହେଲେ ଭାରତ ବିଭାଜନ ପରେ ଯେତେବେଳେ ତାଙ୍କ ପରିବାର ଭାରତକୁ ଆସିବାକୁ ନିଷ୍ପତ୍ତି ନେଇଥିଲେ ତ ଏହା ସହିତ ତାଙ୍କର ଏକତ୍ରିତ ବ୍ୟବସାୟ ଏବଂ ସମସ୍ତ ସଂପତ୍ତି ମଧ୍ୟ ତାଙ୍କ ପାଖରୁ ଦୂର ହୋଇ ଯାଇଥିଲା। ଏମିତି ଚାଲିବା ଦ୍ଵାରା ତାଙ୍କ ପରିବାରରେ କଳହ ପ୍ରତିଦିନ ହେବାକୁ ଲାଗିଲା।
ବିଭାଜନ ପରେ ଭାରତକୁ ଆସିବା ପରେ ରାମାନନ୍ଦ ସାଗରଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। ଏହାଦ୍ଵାରା ରାମାନନ୍ଦ ସାଗରଙ୍କ ପାଠ ପଢ଼ିବା ବି ବହୁତ କଷ୍ଟସାଧ୍ୟ ହୋଇ ପଡ଼ିଥିଲା। ସେଥିପାଇଁ ସେ ଚପରାସୀ ଚାକିରିରେ ଯୋଗ ଦେଇଥିଲେ। ଏଥିରେ ସେ ନିଜ ଖର୍ଚ୍ଚ ଚଳେଇ ନେଉଥିଲେ। ଏହାପରେ ରାମାନନ୍ଦ ସାଗର ଟ୍ରକ ସଫା କରିବା ଠାରୁ ନେଇ ସାବୁନ ବିକ୍ରି କରିବା ଏବଂ ବଣିଆ କାମ ବି କରିଛନ୍ତି। ହେଲେ ସେ ପାଠ ପଢ଼ିବା ବି ଜାରି ରଖିଥିଲେ। ଦିନରେ ସେ କାମ ଏବଂ ରାତିରେ ରାମାନନ୍ଦ ସାଗର ପାଠ ପଢ଼ୁଥିଲେ।
ରାମାନନ୍ଦ ସାଗରଙ୍କ ମନରେ କିଛି କରିବାର ଲାଳସା ଥିଲା। ଯେତେବେଳେ ସେ ‘ମାୟାନଗରୀ’ ମୁମ୍ବାଇରେ ଆରମ୍ଭ କରିଥିଲେ ତ ତାଙ୍କ ଭାଗ୍ୟ ମୋଡ଼ ବଦଳେଇବା ଆରମ୍ଭ କରିଦେଇଥିଲା। ଏଠାକୁ ଆସି ରାମାନନ୍ଦ ସାଗର ‘ରେଡର୍ସ ଅଫ ଦ ରେଲ ରୋଡ’ ନାମକ ମୁକ ସିନେମାରେ କ୍ଲୈପର ବୟ ପରି କାମ କରୁଥିଲେ। ଏହି ସମୟରେ ସେ ଆସିଷ୍ଟାଣ୍ଟ ମ୍ୟାନେଜର ରୂପରେ ପୃଥ୍ବୀରାଜ କପୂରଙ୍କ ପୃଥ୍ବୀ ରଙ୍ଗମଞ୍ଚରେ କାମ କରିଥିଲେ।ରାମାନନ୍ଦ ସାଗର ବଳିଷ୍ଠ ଅଭିନେତା ‘ଶୋ ମୈନ’ ଅଥବା ରାଜ କପୂରଙ୍କ ସିନେମା ବରସାତର କାହାଣୀ ଏବଂ ସ୍କ୍ରିନପ୍ଳେ ଲେଖିଥିଲେ। ଆଗକୁ ଯାଇ ସେ ଏକ ନିର୍ଦେଶକ ହୋଇଯାଇଥିଲେ ଏବଂ ହିନ୍ଦୀ ସିନେମା ସହିତ ଟିଭି ଇଣ୍ଡଷ୍ଟ୍ରିକୁ ସେ ନିଜର ବହୁତ ବଡ଼ ଯୋଗଦାନ ଦେଇଥିଲେ।
ଏମିତି ଆସିଥିଲା ରାମାୟଣ ପ୍ରସ୍ତୁତ କରିବାର ଚିନ୍ତା..
ରାମାନନ୍ଦ ସାଗର ଗୋଟିଏ ଥର ବର୍ଷ ୧୯୭୬ରେ ନିଜର ଚାରି ପୁଅଙ୍କ ସହିତ ସ୍ବିଜରଲ୍ୟାଣ୍ଡରେ ଥିଲେ। ଏହି ସମୟରେ ପ୍ରଥମ ଥର ଏଠାର ଏକ ରେଷ୍ଟୁରାଣ୍ଟରେ ସେ ରଙ୍ଗିନ ଟିଭି ଦେଖିଥିଲେ।ସେ ତାଙ୍କ ସିନେମା ଚରସର ସୁଟିଂ ପାଇଁ ଆସିଥିଲେ ଏବଂ ଏଠାରେ ସେ ଏକ ଛୋଟ ରେଷ୍ଟୁରାଣ୍ଟକୁ ଯାଇଥିଲେ। ରେଷ୍ଟୁରାଣ୍ଟର ରଙ୍ଗିନ ଟିଭିରେ ଏକ ସିନେମା ଚାଲିଥିଲ ଏବଂ ବହୁତ ସମୟ ପର୍ଯ୍ୟନ୍ତ ସେ ଟିଭି ଉପରେ ନିଜର ଲକ୍ଷ ରଖିଥିଲେ। ଯେତେବେଳେ ସେ ଟିଭି ସାମ୍ନାରୁ ନିଜ ନଜର ହଟାଇ ନେଲେ ତ ସେ ନିଜ ପୁଅକୁ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ଶୁଣାଇଥିଲେ।ସେ ନିଜ ଚାରି ପୁଅଙ୍କୁ କହିଥିଲେ କି,ସେ ରାମାୟଣ ପ୍ରସ୍ତୁତ କରିବେ।
୧୯୮୭ରେ ଆସିଥିଲା ରାମାୟଣ ଧାରାବାହିକ..
ରାମାୟଣ ଧାରାବାହିକଟି ବର୍ଷ ୧୯୮୭ରେ ଟିଭିରେ ଆସିଥିଲା। ଏହି ଧାରାବାହିକର ପ୍ରତ୍ୟେକଟି ଚରିତ୍ର ଦର୍ଶକଙ୍କ ହୃଦୟରେ ଅଭୁଲା ଚାପ ଛାଡି ଯାଇଛନ୍ତି। ଭଗବାନ ଶ୍ରୀରାମଙ୍କ ଚରିତ୍ର ଅରୁଣ ଗୋବିଲ ଏବଂ ମାତା ସୀତାଙ୍କ ଚରିତ୍ରରେ ଦୀପିକା ଚିଖଲିୟା ଅଭିନୟ କରିଥିଲେ। ଲକ୍ଷ୍ମଣ ଚରିତ୍ରରେ ସୁନୀଲ ଲହରୀ, ହନୁମାନଙ୍କ ଚରିତ୍ରରେ ଦାରା ସିଂହ ଏବଂ ରାବଣ ଚରିତ୍ରରେ ଅରବିନ୍ଦ ତ୍ରିବେଦୀ ଅଭିନୟ କରିଥିଲେ। ଏହି ଧାରାବାହିକରେ ଭଲ ପାଇବାର ରୂପ ଏମିତି ଲଗାଯାଇ ପାରେ କି, ଲକଡାଉନ ସମୟରେ ବି ଟିଭିରେ ଏହି ଧାରାବାହିକ ୩୩ବର୍ଷ ପରେ ପୁଣି ଦେଖା ଯାଇଛି ଏବଂ ଗୋଟେ ଥର ପୁଣି ନ୍ୟୁଜ ମାମଲାରେ ରାମାୟଣ ଇତିହାସ ରଚି ଦେଇଥିଲା। ଲୋକମାନେ କୁହନ୍ତି କି ଆଜି ପର୍ଯ୍ୟନ୍ତ କେବେବି ଏମିତି ଧାରାବାହିକ ଦେଖି ନାହୁଁ।