ଶ୍ରୀକ୍ଷେତ୍ରରେ ଘଟିଲା ଅଲୌକିକ ଘ-ଟଣା । ଶ୍ରୀମନ୍ଦିର ସେବାୟତଙ୍କୁ ଦର୍ଶନ ଦେଲେ ରାମାୟଣ ବିଭୀଷଣ ।

ପବିତ୍ର ଜଗନ୍ନାଥ ଧାମ କିମ୍ବା ଶ୍ରୀକ୍ଷେତ୍ରକୁ ନେଇ ଅନେକ ସମୟରେ ଅନେକ ଅଲୌକିକ ଘ-ଟଣା ଶୁଣିବାରେ ମିଳିଥାଏ । କେହି କେହି ତ କହନ୍ତି ଯେ ଭଗବାନ ଶ୍ରୀଜଗନ୍ନାଥ ତଥା ଶ୍ରୀକୃଷ୍ଣ ସ୍ୱୟଂ ସେମାନଙ୍କୁ ଦେଖା ଦେଇଛନ୍ତି । କିନ୍ତୁ କଥାରେ କେତେ ସତ କେତେ ମି-ଛ ଅନୁମାନ କରିବା ଉଚିତ ନୁହେଁ । କାରଣ କୁହାଯାଏ ଯେ ବିଶ୍ୱାସରେ ହିଁ ଭଗବାନ । ତେଣୁ ଏହା କେବେବି ଅସମ୍ଭବ ହୋଇ ପାରିବ ନାହିଁ । ପୁଣି ବର୍ତ୍ତମାନ ସମୟରେ ଶ୍ରୀକ୍ଷେତ୍ରରେ ଆଉ ଏକ ଅଲୌକିକ ଘ-ଟଣା ଘଟିଥିବା ଶୁଣିବାକୁ ମିଳୁଛି , ଯାହାକି ସବୁଠି ଚର୍ଚ୍ଚାର ବିଷୟ ହୋଇ ରହିଛି ।

ଶ୍ରୀକ୍ଷେତ୍ରରେ ଏକ ଅଲୌକିକ ଘ-ଟଣା ଘଟିଥିବା ଶୁଣିବାକୁ ମିଳୁଛି । ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ସେବାୟତଙ୍କୁ କୁଆଡ଼େ ରାମାୟଣର ବିଭୀଷଣ ସ୍ବୟଂ ଦର୍ଶନ ଦେଇଛନ୍ତି । ଯାହାକୁ ନେଇ କହିଛନ୍ତି ଯେ ମହାବାହୁ କୁଆଡ଼େ ତାଙ୍କ ଡାକ ଶୁଣିଛନ୍ତି । ସେବାୟତଙ୍କୁ ସ୍ୱପ୍ନାଦେଶ କାରଣରୁ ବର୍ତ୍ତମାନ ସବୁ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି । ତେବେ ଏହି ଘ-ଟଣା ଶୁଣିଲେ ଆପଣଙ୍କ ରୋମ ଟାଙ୍କୁରି ଉଠିବ । ରଥଯାତ୍ରା ସମୟ ଥିଲା । ମହାପ୍ରଭୁଙ୍କ ପ୍ରିୟ ସେବାୟତ ପୂଜା କରିବା ସମୟରେ ଏହି ପ୍ରାର୍ଥନା କରିଥିଲେ ଯେ ସମସ୍ତେ କହନ୍ତି କୁଆଡ଼େ ସ୍ୱୟଂ ବିଭୀଷଣ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଶ୍ରୀଗୁଣ୍ଡିଚା ମନ୍ଦିର ଆସନ୍ତି । ତେଣୁ ସେ ବିଭୀଷଣଙ୍କ ଦର୍ଶନ ପାଇବାକୁ ମହାପ୍ରଭୁଙ୍କୁ ଅନୁରୋଧ କଲେ । ଏହିଭଳି ସବୁବେଳେ ସେ ମହାବାହୁଙ୍କ ନିକଟରେ ପ୍ରାର୍ଥନା କରୁଥାନ୍ତି ।

ତେଣୁ ମହାପ୍ରଭୁ ତାଙ୍କୁ ସ୍ୱପ୍ନାଦେଶ କରି ତାଙ୍କୁ ଆଗାମୀ ଦିନ ମନ୍ଦିର ଦ୍ୱାରରେ ବେତ ଧରି ବସିବାକୁ କହିଲେ ଏବଂ ସବୁ ଭକ୍ତଙ୍କୁ ବେତ ମଧ୍ୟ ଦେଇ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଯିବାକୁ କହିଲେ । ସେବାୟତ ଅତ୍ୟନ୍ତ ଖୁସି ହୋଇ ଯାଇଥିଲେ । ଆଗାମୀ ଦିନ ସେ ଠିକ ସେହିଭଳି କଲେ । ମନ୍ଦିର ଦ୍ୱାରରେ ଏକ ବେତ ଧରି ବସି ରହିଲେ । ଏହି ସମୟରେ ଜଣେ ସାଧୁ ଗେରୁଆ ବସ୍ତ୍ର ଧରି , ଉ-ଜ୍ଜ୍ୱଳ ଚେହେରା ଧାରୀ ଆସି ବେତ ହଟାଇବାକୁ କହିଲେ । ସେବାୟତ ଯେତେ କହିଲେ ବେତ ମଧ୍ୟ ଦେଇ ଯିବାକୁ ସେ ମାନିଲେ ନାହିଁ । ଶେଷରେ ସେବାୟତ ବେତ ହଟାଇବା ପରେ ସାଧୁ ଜଣକ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭିତରକୁ ଗଲେ । ତାଙ୍କ କଥାରୁ ଏଭଳି ପ୍ରତୀତ ହେଉଥିଲା ଯେ ସେ ହିଁ ରାମାୟଣର ବିଭୀଷଣ ଅଟନ୍ତି । ତେଣୁ ସେବାୟତ ତାଙ୍କୁ ପିଛା କରି ଆସି ସମୁଦ୍ର କୂଳରେ ପହଞ୍ଚିଲେ ।

ସେତେବେଳେ ସେବାୟତ ସାଧୁଙ୍କ ନିକଟକୁ ଯାଇ ତାଙ୍କର ସଠିକ ପରିଚୟ ଦେବାକୁ କହିଲେ । ମହାପ୍ରଭୁଙ୍କ ସ୍ୱପ୍ନାଦେଶ ବିଷୟରେ ମଧ୍ୟ କହିଲେ । ଏହାପରେ ବିଭୀଷଣ ନିଜର ଅସଲ ରୂପକୁ ଆସିଥିଲେ । ସେ ସେବାୟତଙ୍କୁ ଏକ ସୁନାର ଖଡୁ ଦେଇ ଅନ୍ତର୍ଧ୍ୟାନ ମଧ୍ୟ ହୋଇଗଲେ । ଏପରି କୁହାଯାଏ ଯେ ଏବେବି ସେବାୟତଙ୍କ ପାଖରେ ବିଭୀଷଣ ଦେଇଥିବା ସୁନାର ଖଡୁ ରହିଛି । ଏପରି କୁହାଯାଏ ଯେ ଏବେବି ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ବିଭୀଷଣ ରଥଯାତ୍ରା ସମୟରେ ଆସନ୍ତି । ଏହାହିଁ ହେଲା ପ୍ରଭୁ ଜଗନ୍ନାଥ ଏବଂ ତାଙ୍କ ପ୍ରିୟ ସେବାୟତଙ୍କ ଅଲୌକିକ ଘ-ଟଣା ।

Leave a Reply

Your email address will not be published. Required fields are marked *