ଅଫିସ୍ ପିଜା ପାର୍ଟୀରେ ରିସେପ୍ସନିଷ୍ଟଙ୍କୁ ଡାକିନଥିଲେ ବସ୍, କ୍ଷତିପୂରଣ ରୂପେ ମିଳିଲା 20 ଲକ୍ଷ

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପିଜା ପାର୍ଟୀରେ ଯୋଗ ନଦେବା ହେତୁ କେହି 20 ଲକ୍ଷ ଟଙ୍କା ପାଇଛନ୍ତି । ସୂଚନାନୁସାରେ,ଜଣେ ମହିଳା କର୍ମଚାରୀଙ୍କୁ ତାଙ୍କ ମାଲିକ ଅଫିସ୍ ର ପିଜା ପାର୍ଟିରେ ଯୋଗ ଦେଇ ନଥିବା ହେତୁ 20 ଲକ୍ଷ ଟଙ୍କା ଦେଇଥିଲେ ।

ପିଜା ଖାଇବାକୁ କିଏ ବା ପସନ୍ଦ ନ କରନ୍ତି । ଆଜିକାଲି, ଯଦି କୌଣସି ପାର୍ଟୀ କିମ୍ବା ଲୋକମାନେ ଘରେ ଏକାଠି ହୁଅନ୍ତି, ତେବେ ଖାଇବାକୁ ପ୍ରଥମେ ପିଜା ହିଁ ଅର୍ଡର କରନ୍ତି । କିନ୍ତୁ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପିଜା ପାର୍ଟୀରେ ଯୋଗ ନଦେବା ପାଇଁ କେହି 20 ଲକ୍ଷ ଟଙ୍କା ପାଇଛନ୍ତି । ଆଜ୍ଞା ହଁ, ନିକଟରେ ଜଣେ ମହିଳାଙ୍କ ସହ ଏହି ଘଟଣା ସାମ୍ନାକୁ ଆସିଛି । ସୂଚନାନୁସାରେ,ଜଣେ ମହିଳା କର୍ମଚାରୀଙ୍କୁ ତାଙ୍କ ମାଲିକ ଅଫିସ୍ ର ପିଜା ପାର୍ଟିରେ ଯୋଗ ଦେଇ ନଥିବା ହେତୁ 20 ଲକ୍ଷ ଟଙ୍କା ଦେଇଥିଲେ ।

ଆପଣଙ୍କୁ କହିରଖୁଛୁ ଯେ ମାଲଗୋରଜାଟା ଲେଭିକା ବ୍ରିଟେନର କାର୍ ଡିଲରସିପ୍ ହାର୍ଟୱେଲର ଜଣେ କର୍ମଚାରୀ ଥିଲେ । ଖବର ଅନୁଯାୟୀ, ଡିଲରସିପ୍ ମାଲିକ କର୍ମଚାରୀମାନଙ୍କୁ ପ୍ରତି ମାସରେ ଏକ ଅନୌପଚାରିକ ମଧ୍ୟାହ୍ନ ଭୋଜନରେ କିଛି ବି ଅର୍ଡର କରିବାକୁ କହିଥିଲେ । ସେମାନେ ସେହି ସମୟରେ ପିଜା, ମାଛ ଏବଂ ଚିପ୍ସ ଭଳି ଡିସ୍ ଅର୍ଡର କରୁଥିଲେ । ତେବେ ଲେଭିକା ଦାବି କରିଛନ୍ତି ଯେ ତାଙ୍କୁ ଜାଣିକରି ମଧ୍ୟାହ୍ନ ଭୋଜନରୁ ହଟାଇ ଦିଆଯାଇଛି ଏବଂ ଉଦ୍ଦେଶ୍ୟମୂଳକ ଭାବେ କମ୍ପାନୀର ମଧ୍ୟାହ୍ନ ଭୋଜନରେ ଯୋଗଦେବାକୁ ଅନୁମତି ଦିଆଯାଇ ନାହିଁ । ସେ ତାଙ୍କ ବେତନ, କାର୍ଯ୍ୟ ସମୟ ଏବଂ ତାଙ୍କ ମାଲିକ ମାର୍କ ବେନସନଙ୍କ ଦ୍ୱାରା ଯୌ-ନ ଶୋ-ଷ-ଣ ଅଭି-ଯୋଗ ନେଇ ନ୍ୟା-ୟା-ଧି-କ-ର-ଣ-ଙ୍କୁ ଅଭି-ଯୋଗ କରିଥିଲେ ।

ଲେଭିକା ଜଣେ ପାର୍ଟ ଟାଇମ୍ କର୍ମଚାରୀ ଏବଂ ଦ୍ୱିପ୍ରହର 1 ଟାରେ ଅଫିସ୍ ଛାଡିଥିବାରୁ ସେ ପାର୍ଟିରେ ଯୋଗ ଦେଇପାରିନାହାଁନ୍ତି ବୋଲି କମ୍ପାନୀ ଦାବି କରିଛି । ତେବେ ସେ ଅନୌପଚାରିକ ବୈଠକର ଏକ ଅଂଶ ହୋଇପାରିବେ ବୋଲି ବିଚାରପତି କହିଛନ୍ତି । ଲେଭିକାଙ୍କ ମାଲିକଙ୍କୁ ଅସଦାଚରଣ ଏବଂ ବ-ଳା-ତ୍କା-ର ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏହା ପରେ ତାଙ୍କୁ କ୍ଷତିପୂରଣ ହିସାବରେ 20 ଲକ୍ଷ ଟଙ୍କା ଦେବାକୁ ପଡିଥିଲା ।

Leave a Reply

Your email address will not be published. Required fields are marked *