ରୋମାନ୍ସ ସମୟରେ ହଠାତ ଶୋଇଗଲା ସ୍ୱାମୀ, ମହିଳାଙ୍କର ହେଲା ମୃତ୍ୟୁ :-

ବ୍ରିଟେନ ରେ ଏକ ଦମ୍ପତ୍ତି ଛୁଟି ମନାଇବାକୁ ଏବଂ ରୋମାଣ୍ଟିକ ଏଡ଼ଭେଞ୍ଚର କରିବାକୁ ଏକ ରିସୋର୍ଟ ରେ ରହିଥିଲେ କିନ୍ତୁ ସ୍ୱାମୀଙ୍କୁ ହଠାତ ନିଦ ଆସିବା କାରଣରୁ ମହିଳାଙ୍କୁ ଜୀବନ ହରାଇବାକୁ ପଡ଼ିଲା । ଏହି ମାମଲାରେ କୋର୍ଟ ୫୨ ବର୍ଷୀୟ ୱରିନ ମାର୍ଟିନ କୋଲଟନ ଙ୍କୁ ଗମ୍ଭୀର ଅସାବଧାନତା ର ଦୋଷୀ ମାନିଲା ଏବଂ ତାଙ୍କୁ ୬ ବର୍ଷ ର ଦଣ୍ଡଦେଶ କରିଲା ।

ନାର୍ଥ ବେଲ୍ସ ଲାଇଭ ରିପୋର୍ଟ ଅନୁସାରେ ମାର୍ଟିନ ନିଜର ୩୮ ବର୍ଷୀୟା ପତ୍ନୀ କ୍ଲେୟର ହ୍ଵାଇଟ ଙ୍କ ସହିତ ଏକ ଲାକଜରି ଲୋଜ କୁ ଯାଇଥିଲେ । ୱରିନ ଏବଂ କ୍ଲେୟର ଏହି ଟ୍ରିପ ରେ ଖୁବ ଏଡ଼ଭେଞ୍ଚର କରିବା ଉଦ୍ଦେଶ୍ୟରେ ଆସିଥିଲେ । ମଦ ଏବଂ ଡ୍ରଗ୍ସ ସହିତ ହିଁ ଏହି ଟ୍ରିପ ରେ ଗ୍ଲବଜ , ରେଡ଼ ଟେପ , ହ୍ଵାଇଟ ଟେପ ଭଳି ଜିନିଷ ମଧ୍ୟ ଥିଲା ।

ଏହି ରୋମାଣ୍ଟିକ ଏଡ଼ଭେଞ୍ଚର ଅନୁସାରେ ସେ କ୍ଲେୟର କୁ ବାନ୍ଧି ଦେଇଥିଲେ ଏବଂ ତାଙ୍କ ମୁଁହରେ ମୋଜା ରଖି ଦେଇଥିଲେ । ଯେହେତୁ ମୋର୍ଟିନ ଅଧିକ ନିଶା ରେ ଥିଲେ ତେଣୁ ତାଙ୍କୁ ନିଦ ଆସିଯାଇଥିଲା । କ୍ଲେୟର ଙ୍କ ଅବସ୍ଥା ଖରାପ ହେବାରେ ଲାଗିଥିଲା କିନ୍ତୁ ସେ ବନ୍ଧା ଥିବା କାରଣରୁ କିଛି କରି ପାରି ନଥିଲେ ଏବଂ ଶ୍ୱାସ ରୁଦ୍ଧ ହେବା କାରଣରୁ ମୃତ୍ୟୁ ବରଣ କରିଥିଲେ ।

କିନ୍ତୁ ଏହା ସ୍ପଷ୍ଟ ନୁହେଁ ଯେ ମାର୍ଟିନ କ୍ଲେୟର ଙ୍କ ମୁଁହରେ ଟେପ ମଧ୍ୟ ବାନ୍ଧି ଥିଲେ କି ନାହିଁ । ମାର୍ଟିନ ଯେତେବେଳେ ସକାଳୁ ଉଠିଲେ ସେ ଦେଖିଲେ ଯେ କ୍ଲେୟର ଙ୍କ ମୃତ୍ୟୁ ହୋଇ ଯାଇଛି । ସେ ସାହାଯ୍ୟ ମାଗିବା ପରିବର୍ତ୍ତେ ସେଠାରୁ ଖସି ଯାଇଥିଲେ ଏବଂ ରିଯାର୍ଟ ର ଲୋକେ କ୍ଲେୟର ଙ୍କ ଶବ ଦେଖି ପୋଲିସ କୁ ସୂଚନା ଦେଇଥିଲେ ।

ଦ ସନ ର ରିପୋର୍ଟ ଅନୁସାରେ ଏହି ଘଟଣା ପରେ ମହିଳା ଙ୍କ ପରିବାର ଖୁବ ଦୁଃଖରେ ଥିଲେ । କ୍ଲେୟର ଙ୍କ ମା ଜୁଲି ଡେବିସ କହିଛନ୍ତି ଯେ ସେ ନିଜ ଝିଅଙ୍କର ଯିବା ପରେ ଗତ କିଛି ଦିନ ହେବ ମାନସିକ ରୂପରେ ଚିନ୍ତିତ ଥିଲେ ଏବଂ ଏହି କଥାକୁ ନେଇ ସେ ଦୁଃଖରେ ଥିଲେ ସେ ଆଉ କେବେବି ତାଙ୍କ ଝିଅର ସ୍ୱର ଶୁଣି ପାରିବେ ନାହିଁ ।

ପୁଣି ଏହି ମାମଲାରେ କ୍ଲେୟର ଙ୍କୁ ଭଉଣୀ କ୍ରିସି ରାଇଟ କହିଲେ ଯେ କ୍ଲେୟର ଙ୍କ ଯିବା ପରେ ସେ ୱେ ପୀଟୀଏସଡି ଭଳି ରୋଗର ଶିକାର ହୋଇଛନ୍ତି । କ୍ରିଷ୍ଟି କହିଛନ୍ତି ଯେ ମୋତେ ସ୍ୱପ୍ନରେ କେହି ମାରିବାକୁ ଉଦ୍ୟମ କରୁଥିବାର କିମ୍ବା ଆକ୍ରମଣ କରୁଥିବାର ଦୃଶ୍ୟ ଆସିଥାଏ । ନିଜ ଭଉଣୀ ଠାରୁ ଅଲଗା ହେବାର ଦୁଃଖ ଆମ ପୁରା ପରିବାର ସହ୍ୟ କରି ପାରୁନାହିଁ ।

ମୋଲଡ଼ କ୍ରାଉନ କୋର୍ଟ ର ଜୋଜ ବିଣ୍ଡୋ ଅଫିସ କ୍ଲିନିଙ୍ଗ ବିଜନେସ ରେ ଏକ ଅପରେସନଲ ମ୍ୟାନେଜର ଭାବରେ କାମ କରୁଥିବା ମାର୍ଟିନ ଙ୍କ ଉପରେ ଅସାବଧାନତା ର ଆରୋପ ଲଗାଇ କହିଛନ୍ତି ଯେ ସେ ଡ୍ରଗ୍ସ ର ବ୍ୟବହାର ରୁ ବର୍ତ୍ତି ପାରିଥାନ୍ତେ ଏବଂ ପାଞ୍ଚ ବର୍ଷରୁ ବିବାହ ବନ୍ଧନରେ ଥିବା ନିଜ ପତ୍ନୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ପାରି ଥାନ୍ତେ । ମାର୍ଟିନ ଙ୍କୁ ଏହି ମାମଲାରେ ୬ ବର୍ଷର ଦଣ୍ଡାଦେଶ ହୋଇଛି ।

Leave a Reply

Your email address will not be published. Required fields are marked *