୨୬ ବର୍ଷୀୟ କୁନ୍ଦନ କୁମାର ଓଝା ସାହିବଗଞ୍ଜ ଜିଲ୍ଲାର ମୁଫାସିଲ ପୋଲିସ ଷ୍ଟେସନ ଅଞ୍ଚଳର ଦିହରି ଗାଁର ଥିଲେ।ତାଙ୍କର ଦୁଇଟି ଭାଇ ଓ ଏକ ଭଉଣୀ ଅଛନ୍ତି। କୁନ୍ଦନ ସୁଲତାନଗଞ୍ଜରେ ବିବାହ କରିଥିଲେ। ତାଙ୍କର ଅଳ୍ପ ଦିନ ହେବ ଏକ ଝିଅ ହୋଇଥିଲା ଓ ସେ ତାକୁ ଦେଖିବାକୁ ଘରକୁ ଯିବାର ଥିଲା।
ଚୀନ ସୈନିକଙ୍କ ସହ ଲଢ଼ିବା ସମୟରେ ଶହୀଦ ହୋଉଥିବା ଝାଡ଼ଖଣ୍ଡର ସାହିବଗଞ୍ଜର କୁନ୍ଦନ ଓଝା ତାଙ୍କ ସାଙ୍ଗମାନଙ୍କ ମଧ୍ୟରେ ଅଧିକ ଲୋକ ପ୍ରିୟ ଥିଲେ। ୫ ମାସ ପୂର୍ବରୁ ସେ ଯେବେ ଘରକୁ ଆସିଥିଲେ ସେ ତାଙ୍କ ସାଙ୍ଗମାନଙ୍କୁ କଥା ଦେଇଥିଲେ ପୁଣି ଖୁବ ଶୀଘ୍ର ସେମାନଙ୍କୁ ଭେଟିବାକୁ ଆସିବେ କିନ୍ତୁ କଥା ପୂରଣ କରିବା ପୂର୍ବରୁ ସେ ଶତ୍ରୁ ମାନଙ୍କ ସହ ଲଢ଼ି ଲଢ଼ି ଶହୀଦ ହୋଇଯାଇଥିଲେ।ଏତିକି ନୁହେଁ ସେ ତାଙ୍କ ୧୭ ଦିନର ଝିଅକୁ ବି ଆଖିରେ ଦେଖିପାରିଲେ ନାହିଁ। ରବିବାରକୁ ତାଙ୍କ ଡ୍ୟୁଟି ସେଠି ଥିଲା ଯେଉଁଠି ଏହି ସଂଘର୍ଷ ହୋଇଥିଲା।
ନିଜ କ୍ଷୀର ଛାଡି ନଥିବା ଝିଅକୁ ଦେଖିବାକୁ ଆସିବାର ଥିଲା:
୨୬ ବର୍ଷୀୟ କୁନ୍ଦନ କୁମାର ଓଝା ସାହିବଗଞ୍ଜ ଜିଲ୍ଲାର ମୁଫାସିଲ ପୋଲିସ ଷ୍ଟେସନ ଅଞ୍ଚଳର ଦିହରି ଗାଁର ଥିଲେ।ତାଙ୍କର ଦୁଇଟି ଭାଇ ଓ ଏକ ଭଉଣୀ ଅଛନ୍ତି। କୁନ୍ଦନ ସୁଲତାନଗଞ୍ଜରେ ବିବାହ କରିଥିଲେ। ତାଙ୍କର ଅଳ୍ପ ଦିନ ହେବ ଏକ ଝିଅ ହୋଇଥିଲା ଓ ସେ ତାକୁ ଦେଖିବାକୁ ଘରକୁ ଯିବାର ଥିଲା କିନ୍ତୁ ଏଠି କିଛି ଅନ୍ୟ ଘଟଣା ଘଟିବାର ଥିଲା।ସୂଚନା ଅନୁସାରେ ସେ ୭ ବର୍ଷ ପୂର୍ବେ ସେନାରେ ଭର୍ତ୍ତି ହୋଇଥିଲେ।
ଫୋନରେ ତାଙ୍କ ବାପାଙ୍କୁ ଦିଆଯାଇଥିଲା ଏହି ଦୁଃଖଦ ଖବର:
କୁନ୍ଦନଙ୍କ ଶହୀଦ ହେବା ଖବର ତାଙ୍କ ବାପାଙ୍କୁ ଫୋନରେ ଦିଆଯାଇଥିଲା। ଏହି ଖବର ଶୁଣି ପୁରା ପରିବାର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପୁଅର ଏହି ବଳିଦାନ ପାଇଁ ଗ୍ରାମବାସୀ ଗର୍ବିତ। କୁନ୍ଦନଙ୍କ ସମ୍ପର୍କୀୟ ଭାଇ ଚୀନଠୁ ପ୍ରତିଶୋଧ ନେବାକୁ ଚାହୁଁଛନ୍ତି। ସେମାନେ ଚାହୁଁଛନ୍ତି ଇଟାକୁ ପଥରରେ ଜବାବ ଦିଆଯାଉ।
ତାଙ୍କ ଫେରିବା ଅପେକ୍ଷା ଏବେ ତାଙ୍କ ଝିଅ ପାଇଁ ସାରାଜୀବନ ରହିଯିବ,ଯିଏ ହୁଏତ ଜାଣି ନଥିବ ତାଙ୍କ ବାପା ଆଉ ଫେରିବେ ନାହିଁ ବୋଲି। ସେ ଏପରି ଯାତ୍ରା ପାଇଁ ନିଜ ମାତୃଭୂମି ଛାଡିଛନ୍ତି ,ଯେଉଁଠାରୁ ଫେରିବା ଅସମ୍ଭବ।
ଆମ ଦେଶ ପାଇଁ ଯେଉଁ ବୀର ପୁତ୍ର ମାନେ ସହିଦ ହୋଇଗଲେ ସେମାନଙ୍କ ପାଇଁ ହୃଦୟରୁ ଗୋଟେ ଲାଇକ କରନ୍ତୁ ଏବଂ କାମେଣ୍ଟରେ “ଜୟ ହିନ୍ଦ ” ନିଶ୍ଚିନ୍ତ ଲେଖନ୍ତୁ ଓ ଶେୟାର କରନ୍ତୁ