ବହୁତ ଦିନ ପରେ ଆସୁଛନ୍ତି ଏକା ସହିତ ସଲମାନ ଏବଂ ଶାହାରୁଖ,

ଡିସେମ୍ବର ୨୦୧୮ ରେ ରିଲିଜ ହୋଇଥିଲା ଶାହାରୁଖ ଙ୍କ ଫିଲ୍ମ ‘ ଜିରୋ ‘। ଏହି ଫିଲ୍ମ ପରେ ତାଙ୍କୁ ଆଉ ବଡ ପରଦା ରେ ଦେଖିବାକୁ ମିଳିନାହିଁ। ଏପର୍ଯ୍ୟନ୍ତ ଶାହାରୁଖ ତାଙ୍କର ନୂଆ ଫିଲ୍ମ ବିଷୟ ରେ କିଛି କହି ନାହାଁନ୍ତି। କିନ୍ତୁ କୁହାଯାଉଛି କି ତାଙ୍କର ପରର୍ବତ୍ତୀ ଫିଲ୍ମର ଘୋଷଣା ବହୁତ ଜଲଦି କରାଯିବ ବୋଲି। ଏବଂ ଏହାର ନାମ ‘ ପଠାନ ‘ ରଖାଯାଇଛି। ସୂଚନା ମିଳିଛି କି ଏହି ଫିଲ୍ମରେ ଜନ ଆବ୍ରାହିମ ଏବଂ ଦୀପିକା ପାଦ୍ଦୁକନଙ୍କୁ ଦେଖିବାକୁ ମିଳିବ।

ଏବଂ ଏମାନଙ୍କ ସହିତ ସଲମାନ ଙ୍କୁ ମଧ୍ୟ ଏହି ଫିଲ୍ମ ରେ ଦେଖିବାକୁ ମିଳିବ। ତାଙ୍କୁ ଏହି ଫିଲ୍ମ ରେ ଅଳ୍ପ ସମୟ ପାଇଁ ଅତିଥି ରୂପ ରେ ଦେଖିବାକୁ ମିଳିବ। ଶାହାରୁଖ ଖାନ ଙ୍କ ଜିରୋ ଫିଲ୍ମ ରେ ମଧ୍ୟ ସଲମାନ ଙ୍କୁ ଅତିଥି ରୂପରେ ଦେଖିବାକୁ ମିଳିଥିଲା।

ଏହା ପୂର୍ବରୁ ଶାହାରୁଖ ଖାନ ଙ୍କ ଫିଲ୍ମ ” କୁଛ କୁଛ ହୋତା ହେ ” ଏବଂ “ଓମ ଶାନ୍ତି ଓମ ” ରେ ସଲମାନ ଙ୍କୁ ଅତିଥି କଳାକାର ରୂପେ ଦେଖିବାକୁ ମିଳିଥିଲା। ସେହିପରି ସଲମାନ ଙ୍କ ” ହର ଦିଲ ଯୋ ପ୍ୟାର କରେଗା ” ଏବଂ ” ଟ୍ୟୁବଲାଇଟସ୍ ” ରେ ଶାହାରୁଖ ଙ୍କୁ ଦେଖିବାକୁ ମିଳିଥିଲା । ଶାହାରୁଖ ଙ୍କ ନୂଆ ଫିଲ୍ମ ନଭେମ୍ବର ଶେଷ କିମ୍ବା ତା ପରେ ସୁଟିଂଗ ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *