ସଲମାନ ଖାନ (Salman Khan) ଏବଂ ଭାଗ୍ୟଶ୍ରୀ (bhagyashree)ଙ୍କର ସିନେମା ମେନେ ପ୍ୟାର କିୟା (maine pyar kiya)ର ମୁକ୍ତିଲାଭକୁ ୩୧ବର୍ଷ ପୂରା ହୋଇଯାଇଛି। ଏହି ସିନେମା ୨୯ଡିସେମ୍ବର,୧୯୮୯ରେ ମୁକ୍ତିଲାଭ ହୋଇଥିଲା।୮୦ଦଶକର ଏହି ବ୍ଲକବ୍ଲଷ୍ଟର ସିନେମାରେ ସଲମାନଙ୍କ ପରି ହିରୋ ନିଜ କ୍ୟାରିୟରର ଆରମ୍ଭ କରିଥିଲେ। ସେହି,ଭାଗ୍ଯଶ୍ରୀଙ୍କର ମଧ୍ୟ ଏହା ଡେବ୍ୟୁ ସିନେମା ଥିଲା। ହେଲେ, ଏହି ସିନେମା ପରେ ସଲମାନ-ଭାଗ୍ୟଶ୍ରୀ କୌଣସି ଅନ୍ୟ ସିନେମାରେ କେବେବି ନଜର ଆସି ନାହାନ୍ତି।
ସେବେଠାରୁ ନେଇ ଆଜି ପର୍ଯ୍ୟନ୍ତ ସଲମାନ ଗୋଟିଏ ପରେ ଗୋଟିଏ ସିନେମା ଦେଇଆସୁଛନ୍ତି କିନ୍ତୁ ଭାଗ୍ୟଶ୍ରୀଙ୍କ କ୍ୟାରିୟର ବହୁତ ଲମ୍ବା ଚାଲି ପାରିନଥିଲା ଏବଂ ସେ ସିନେମାରେ କାମ କରିବା ଛାଡି ଦେଇଥିଲେ। କେତେବେଳେ-କେମିତି ସେ କୈାଣସି ସିନେମାରେ ନଜର ଆସି ଯାଅନ୍ତି। ଆପଣଙ୍କୁ ଜଣାଇ ଦେଉଛୁ କି ସଲମାନ ଏବେ ନିଜର ୫୫ତମ ଜନ୍ମଦିନ ପାଳନ କରିଥିଲେ। ଏହି ବୟସରେ ବି ସେ ଯୁବକଙ୍କ ଭଳି ଦେଖା ଯାଉଛନ୍ତି। କେବଳ ଏତିକି ନୁହେଁ ତାଙ୍କ ନଜରରେ ବି ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଥାଏ।
୩୧ବର୍ଷ ପୂର୍ବରୁ ଆସିଥିବା ସିନେମା ମେନେ ପ୍ୟାର କିୟାରେ ସଲମାନ ବହୁତ ଦୁର୍ବଳ-ପତଳା ଥିଲେ। ସେହି ସମୟରେ ବି ସେ ନିଜ ଫିଟନେସ ଉପରେ ବହୁତ ଧ୍ୟାନ ଦେଉଥିଲେ।
ଏକ ଇଣ୍ଟରବ୍ୟୁରେ ସଲମାନ ଜଣାଇଥିଲେ କ୍ୟାରିୟରର ଆରମ୍ଭରେ ସଂଘର୍ଷ ଓଜନ ବଢାଇବାକୁ ନେଇ ହେଉଥିଲା କାରଣ ମୁଁ ବହୁତ ଦୁର୍ବଳ ଥିଲି। ମୋର ଅବସ୍ଥା ଏମିତି ଥିଲା କି ମୋତେ ଯାହା ବି ମିଳୁଥିଲା, ମୁଁ ତାକୁ ଖାଇ ଦେଉଥିଲି।ସେ ଏହି କଥାର ଖୁଲାସା କରିବା ସମୟରେ ଜଣାଇ ଥିଲେ କି ମେନେ ପ୍ୟାର କିୟାର ସେଟ ଉପରେ ସେ ୩୦ଟି ରୁଟି ଖାଇ ଦେଉଥିଲେ। କେବଳ ଏତିକି ନୁହେଁ ସେ ବହୁତ ସାରା କଦଳୀ ବି ଖାଉଥିଲେ।
ବର୍ତମାନ ସମୟରେ ନିଜ ଫିଟନେସ ଉପରେ ମଜାକ କରି ସଲମାନ କହିଥିଲେ- ଏବେ ସେହି ସମୟ ଆସିଛି ଯେତେବେଳେ ମୁଁ ଖାଦ୍ୟ ଶୁଙ୍ଘି ବି ଦେଉଛି ତ ମୋର ଓଜନ ବଢି ଯାଉଛି, ଏବେ ତ ବହୁତ ସମ୍ଭାଳିକି ଖାଇବାକୁ ପଡୁଛି, କାରଣ ସବୁଠାରୁ ଅଧିକ ଓଜନ ବଢି ଯିବାର ଆଶଙ୍କା ରହିଛି।
ସଲମାନ ସିନେମାରେ ଓଜନ ବଢେଇବାକୁ ନେଇ ମଧ୍ୟ କଥାବାର୍ତ୍ତା କରିଥିଲେ।ସେ କହିଥିଲେ-ସୁଲତାନ ଏବଂ ଭାରତ ପାଇଁ ବହୁତ କମ ସମୟରେ ଓଜନ କମାଇବା ଏବଂ ବଢ଼ାଇବା କ୍ରମକୁ ମୁଁ ପୂରା କରିଥିଲି। ମୋତେ ଯୁବକ ଏବଂ ବୁଢ଼ା ଚରିତ୍ର ପାଇଁ ପାଖାପାଖି ୧୫କିଲୋ ଓଜନ କମ-ଅଧିକ କରିବାକୁ ପଡ଼ୁଥିଲା।
ସଲମାନ ଏକ୍ସରସାଇଜ କରିବା ଏବଂ ନିଜକୁ ଫିଟ ରଖିବାରେ କୈାଣସି ପ୍ରକାର ପ୍ରଚେଷ୍ଟାକୁ ଛାଡ଼ନ୍ତି ନାହିଁ। ଯଦି କୈାଣସି ଦିନ ସେ ବର୍କଆଉଟ କରି ପାରନ୍ତି ନାହିଁ ତାହେଲେ ରାତି ଦୁଇଟାରେ ଅଥବା ଯେତେବେଳେ ବି ସମୟ ମିଳିଥାଏ, ସେ ବର୍କଆଉଟ ନିଶ୍ଚିତ ଭାବରେ କରିଥାନ୍ତି।
ସଲମାନ ସ୍ପାଇସ ଏବଂ ଇଟାଲିୟନ ଖାଦ୍ୟର ଦିୱାନା ଥିଲେ।ପାବ ଭାଜୀ, ଆଇସକ୍ରିମ,ପିଜ୍ଜା ତାଙ୍କ ପସନ୍ଦର କେବେ ଥିଲା କିନ୍ତୁ ଏବେ ଏହି ସବୁ ଖାଦ୍ୟ ଖାଇବା ବନ୍ଦ କରି ଦେଇଛନ୍ତି। ଏବେ ସଲମାନ ପ୍ରୋଟିନ ଥିବା ଖାଦ୍ୟ ଯେମିତି କି ମାଛ, ଅଣ୍ଡାକୁ ନିୟମିତ ଖାଉଛନ୍ତି, ମାଂସ ଏବଂ କ୍ଷୀର ପିଉଛନ୍ତି।
ସଲମାନ ଜଳଖିଆରେ ଚାରୋଟି ଅଣ୍ଡା ଏବଂ ଅଳ୍ପ ପରିମାଣର କ୍ଷୀର ପିଇଥାନ୍ତି। ବର୍କଆଉଟ ପୂର୍ବରୁ ସେ ନିୟମିତ ଭାବେ ଦୁଇଟି ଅଣ୍ଡା ଏବଂ ପ୍ରୋଟିନ ଶେକ ପିଇଥାନ୍ତି। ବର୍କଆଉଟ ପରେ ନିୟମିତ ଭାବେ ବାଦାମ,ଓଟସ୍ ଏବଂ ତିନୋଟି ଅଣ୍ଡା ସହିତ ପ୍ରୋଟିନ ବାର ନେଇଥାନ୍ତି।
ଲଞ୍ଚ ସମୟରେ ସେ ଆମିଷରେ ଫ୍ରାଇଡ ଫିଶ,ମଟନ ଖାଇଥାନ୍ତି।ଏହା ସହିତ ବହୁତ ପରିମାଣର ସାଲାଡ଼ ଏବଂ ଫଳ ବି ଖାଇଥାନ୍ତି। ରାତ୍ରି ଭୋଜନରେ ସୁପ,ଚିକନ କିମ୍ବା ମାଛ ଏବଂ ତରକାରୀ ଖାଇଥାନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।