ମୁମ୍ବାଇ: ବଲିଉଡ ବ୍ୟତୀତ ସାଉଥ ସିନେମାରେ ଅଭିନୟ କରୁଥିବା ଅଭିନେତ୍ରୀ ସ୍ନେହା ଉଲ୍ଲାଲ (sneha ullal) ୩୩ବର୍ଷର ହୋଇଗଲେଣି।ସ୍ନେହାଙ୍କର ଜନ୍ମ ୧୮ଡିସେମ୍ବର,୧୯୮୭ରେ ମସ୍କଟ,ଓମାନରେ ହୋଇଥିଲା।ସ୍ନେହା ୨୦୦୫ରେ ଆସିଥିବା ସିନେମା ଲକିରୁ ବଲିଉଡରେ ସଲମାନ ଖାନ (salman Khan) ଙ୍କ ସହିତ ଡେବ୍ୟୁ କରିଥିଲେ। ଜଣା ଯାଉଛି କି ସ୍ନେହାଙ୍କୁ ଐଶ୍ବର୍ୟା ରାୟ (Aishwarya Rai)ଙ୍କ ପରି ଦେଖାଯାଉଥିବାର କୁହାଯାଏ। ଏବଂ ସଲମାନଙ୍କ ଦ୍ଵାରା ବଲିଉଡରେ ପାଦ ରଖିବାର ଏହା ବି ଏକ କାରଣ ଅଟେ। ଯେତେବେଳେ ସେ ଡେବ୍ୟୁ କରିଥିଲେ ତାଙ୍କୁ ନେଇ ପ୍ରଥମେ ଏହି କଥା ଚର୍ଚ୍ଚା ହେବାକୁ ଲାଗିଥିଲା। ହେଲେ, ଏହା ପଛରେ ବି ଏକ ରହସ୍ୟ ଲୁଚି ରହିଛି। ଏହି ରହସ୍ୟ ନିଜେ ସ୍ନେହା ଜଣାଇଥିଲେ। ଐଶ୍ବର୍ୟା ରାୟଙ୍କ ସହିତ ତାଙ୍କ ମୁହଁ ମିଶିଯାଉଥିବାରୁ ସିନେମାକୁ ପ୍ରଶଂସା ମିଳିଥିଲା।ସ୍ନେହା ବି ବହୁତ ଶିଘ୍ର ଚର୍ଚ୍ଚାକୁ ଆସିଯାଇଥିଲେ। ହେଲେ ଏଥିରୁ ସିନେମାକୁ କୈାଣସି ସମର୍ଥନ ମିଳିନଥିଲା।
ନିଜକୁ ଐଶ୍ବର୍ୟା ସହ ତୁଳନା ହେଉଥିବା ବିଷୟରେ ସ୍ନେହା କହିଥିଲେ-ମୁଁ ମୋ ରୂପକୁ ନେଇ ବହୁତ ସ୍ବଭାବିକ ଅନୁଭବ କରେ ଏବଂ ମୋ ତୁଳନା କାହା ସହ ହେବାକୁ ନେଇ ମୋର କୈାଣସି ଅସୁବିଧା ନାହିଁ। ହଁ, ଏହା ଏକ ସୁଦ୍ଧ ରଣନିତୀ ଥିଲା କି ମୋତେ ଏମିତି ହିଁ ପ୍ରଚାରିତ କରାଯିବ। ଏମିତି ଚାଲିବାରୁ ସଂପୂର୍ଣ୍ଣ ସମର୍ଥନ ଏକାପରି ଦେଖାଯିବା ଉପରେ ହିଁ ଦିଆଯାଇଥିଲା।
ସ୍ନେହା ସଲମାନ ଖାନଙ୍କର ଏକ୍ସ-ଗାର୍ଲଫ୍ରେଣ୍ଡ ଐଶ୍ବର୍ୟା ରାୟଙ୍କ ପରି ଦେଖାଯାନ୍ତି। କୁହାଯାଉଛି କି ସେ ଏମିତି ଦେଖାଯିବାରୁ ହିଁ ସଲମାନ ତାଙ୍କୁ ସିନେମା ଜଗତକୁ ଆଣିଥିଲେ। ଏତିକି ନୁହେଁ ସିନେମା ଠାରୁ ଦୂରରେ ରହିବା ପରେ ସ୍ନେହା ନିଜେ ଏକ ଇଣ୍ଟରବ୍ୟୁରେ କହିଥିଲେ କି ସେ ସଲମାନଙ୍କ ପାଖକୁ କାମ ମାଗିବାକୁ ଯିବେ ନାହିଁ।
ବାସ୍ତବରେ,୧୯୯୯ରେ ଆସିଥିବା ସିନେମା ହମ ଦିଲ୍ ଦେ ଚୁକେ ସନମର ସୁଟିଂ ସମୟରେ ସଲମାନ ଏବଂ ଐଶ୍ବର୍ୟା ପାଖାପାଖି ଆସିଥିଲେ। ଦୁଇଜଣଙ୍କ ସଂପର୍କର ଚର୍ଚ୍ଚା ବି ବି-ଟାଉନର ମାଧ୍ୟମରେ ହୋଇଥିଲା। ପାଖାପାଖି ୪ବର୍ଷ ସଂପର୍କରେ ରହିବା ପରେ ଦୁଇଜଣଙ୍କର ସଂପର୍କ ଭାଙ୍ଗି ଯାଇଥିଲା। ସଲମାନଙ୍କର ଏହି କ୍ରୋଧିତ ପ୍ରକୃତି ଯୋଗୁ ସଂପର୍କ ଭାଙ୍ଗିବା କଥା ଐଶ୍ବର୍ୟା କହିଥିଲେ। ଏପରି ମିଳିଥିବା ଧୋଖାକୁ ସଲମାନ ସହ୍ୟ କରି ପାରିନଥିଲେ।
ସ୍ନେହା ଏକ ଇଣ୍ଟରବ୍ୟୁରେ ଜଣାଇଥିଲେ- ‘ଲକୀ’ସିନେମାକୁ ନେଇ ଯେତେବେଳେ ମୁଁ ପ୍ରଥମ ଥର ସଲମାନ ଖାନଙ୍କୁ ଦେଖାକରିବା ପାଇଁ ମୁଁ ତାଙ୍କ ଘରେ ପହଞ୍ଚିଥିଲି ତ ତାଙ୍କ କୁକୁର ମୋତେ ଦେଖି ଭୁକିବାକୁ ଲାଗିଥିଲା। ମୁଁ ବି ଟିକେ ଡରି ଯାଇଥିଲି। ସଲମାନଙ୍କ କୁକୁରକୁ ଲାଗିଥିଲା କି ବୋଧହୁଏ ଐଶ୍ବର୍ୟା ଆସିଛନ୍ତି।ସଲମାନ କୁକୁରକୁ କିଛି କହିଥିଲେ ଏବଂ ସେ ଭୁକିବା ବନ୍ଦ କରି ଦେଇଥିଲା। ସମସ୍ତଙ୍କୁ ଏମିତି ଲାଗେ କି ମୁଁ ଐଶ୍ବର୍ୟା ପରି ଦେଖାଯାଏ।
ସ୍ନେହା ସିନେମା ‘ଲକୀ’ରୁ ହିଁ ଚର୍ଚ୍ଚାକୁ ଆସିଥିଲେ। ସ୍ନେହାଙ୍କ ମୁତାବକ, ଯେତେବେଳେ ଏହି ସିନେମା ଆସିଥିଲା ସେତେବେଳେ ମୁଁ ବହୁତ ଛୋଟ (୧୮ବର୍ଷ)ର ଥିଲି।ମୋ ପାଠପଢ଼ା ସିନେମା କରିବା ମଧ୍ୟରେ ରହି ଯାଇଥିଲା। ସିନେମାର ସୁଟିଂ ସଂପୂର୍ଣ୍ଣ ହେବା ପରେ ହିଁ ମୁଁ ମୋ ପାଠପଢ଼ା ସଂପୂର୍ଣ୍ଣ କରିଥିଲି। ଏହାପରେ ମୁଁ ସାଉଥରେ ବ୍ୟସ୍ତ ରହିଯାଇଥିଲି। ସେଠାରେ କାମ ବହୁତ ଥିଲା। ତାଙ୍କର ପ୍ରାଥମିକ ଶିକ୍ଷା ଭାରତୀୟ ବିଦ୍ୟାଳୟ ମସ୍କଟ ଏବଂ ଭାରତୀୟ ବିଦ୍ୟାଳୟ,ସାଲାହ (ଓମାନ)ରେ ହେଇଥିଲା।ପରେ ସେ ମାଙ୍କ ସହିତ ମୁମ୍ବାଇ ଆସିଥିଲେ ଏବଂ ଡ୍ଡୁରେଲୋ କାନ୍ବେଂଟ ହାଇସ୍କୁଲରେ ଏଡମିସନ କରିଥିଲେ।ସେ ବର୍ତକ କଲେଜ ମାନିକପୁର ମହାରାଷ୍ଟ୍ରର ଛାତ୍ରୀ ଥିଲେ।
ସ୍ନେହା ଲକୀ, ପରେ ‘ଆର୍ୟନ'(୨୦୦୬), ‘ଜାନେ ଭି ଦୋ ୟାରୋ'(୨୦୦୦୭), ‘କାଶ ମେରେ ହୋତେ'(୨୦୦୯), ‘କ୍ଳିକ'(୨୦୦୯), ଏବଂ ‘ବେଜୁବାନ ଇଶ୍କ’ଭଳି ବଲିଉଡ ସିନେମାରେ କାମ କରିଥିଲେ।୨୦୦୮ରେ ତେଲୁଗୁ ସିନେମା ‘Ullasamga Utsahamga’ଦ୍ଵାରା ସ୍ନେହା ସାଉଥ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ। ସିନେମାରେ ତାଙ୍କ ଅଭିନୟର ବହୁତ ପ୍ରଶଂସା ହୋଇଥିଲା। ଏହାପରେ ‘କିଙ୍ଗ’, ‘Varudu’, ‘Simha’ ଏବଂ ‘Action 3D’ପରି କେତେ ସିନେମାରେ ବି ନଜର ଆସିଥିଲେ।
ଏହାଛଡା ଆପଣଙ୍କୁ ଜଣାଇଦେଉଛୁ କି ସ୍ନେହା ପାଖାପାଖି ୩ବର୍ଷ ପର୍ଯ୍ୟନ୍ତ ଏକ ବଡ଼ ବେମାରରେ ଯୋଡ଼ି ହୋଇ ରହିଥିଲେ। କିଛି ବର୍ଷ ପରେ ଏକ ପ୍ରସିଦ୍ଧ ୱେବସାଇଟରେ ଦେଇଥିବା ଇଣ୍ଟରବ୍ୟୁ ରେ ସ୍ନେହା ଜଣାଇଥିଲେ କି ସେ ଆଟ୍ରୋଇମ୍ୟୁନ ଡିସଆର୍ଡରରେ ପିଡିତ ଥିଲେ, ଯାହା ରକ୍ତ ସଂପର୍କୀୟ ରୋଗ ଅଟେ। ଏହି କାରଣରୁ ସେ ବହୁତ ଦୁର୍ବଳ ହୋଇଯାଇଥିଲେ ଏବଂ ଅଧଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ସେ ନିଜ ପାଦରେ ଛିଡ଼ାହୋଇ ରହି ପାରୁନଥିଲେ। ଏହି କାରଣରୁ ସେ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ସିନେମାରେ ନଜର ଆସି ପାରିନଥିଲେ।
ଜଣା ଯାଉଛି କି ସ୍ନେହା ୫ରେ ଏକ ଥ୍ରିଲର ଶୋ ‘ଏକ୍ସପାୟରୀ ଡେଟ’ ମାଧ୍ୟମରେ ଏବେ ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ସୀରୀଜଟି ଅଧିକ ବୈବାହିକ ସଂପର୍କ ଉପରେ ଆଧାରିତ ହୋଇଛି।