ସଲମାନ ଖାନଙ୍କ ଭଉଣୀ ଅର୍ପିତାଙ୍କୁ ହୋଇଛି କରୋନା

ସଲମାନ ଖାନ ଜଣେ ବଲିଉଡ ସୁପରଷ୍ଟାର ଏବଂ ଆରମ୍ଭରୁ ସେ କରୋନାରୁ ବଞ୍ଚିବା ପାଇଁ ନିଜ ପ୍ରସଂଶକମାନଙ୍କୁ ପରାମର୍ଶ ଦେଉଛନ୍ତି । ଯଦିଓ ତାଙ୍କ ଘରେ ଏବେ ଭାଇରସ ଆ-କ୍ର-ମ-ଣ କରିଛି । ତାଙ୍କ ଭଉଣୀ ଅର୍ପିତା ଖାନ ଏବେ କରୋନା ପଜେଟିଭ ହୋଇଯାଇଛନ୍ତି । ଏହାସହ ଅର୍ପିତା ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜ ପ୍ରସଂଶକ ଏବଂ ନିକଟତର ଲୋକଙ୍କୁ ଏହି କଥାର ସୂଚନା ଦେଇଛନ୍ତି ।

ସଲମାନ ଖାନଙ୍କର ଭଉଣୀଙ୍କୁ ହୋଇଛି କରୋନା :

aajtak ରେ ବର୍ତ୍ତାଳାପ କରି ସେ କହିଛନ୍ତି , ‘ ତାଙ୍କ ଭଉଣୀ ଅର୍ପିତାଙ୍କୁ କରୋନା ହୋଇଯାଇଛି । ଏହି ସମୟରେ ଦ୍ୱିତୀୟ ତରଙ୍ଗ ଅଧିକ ବିପ-ଜ୍ଜ-ନକ ଅଟେ । ସେ ନିଜେ ନିଜକୁ କିପରି ର-କ୍ଷା କରି ରଖିଛନ୍ତି ସେ ମଧ୍ୟ ଜାଣିନାହାଁନ୍ତି । ଏହି ଦ୍ୱିତୀୟ ତରଙ୍ଗକୁ ଅତି ଗମ୍ଭୀରତାର ସହ ନେବା ଉଚିତ । ଗତ ବର୍ଷ ଯେତେବେଳେ କରୋନା ଆରମ୍ଭ ହୋଇଥିଲା ଆମେ ଶୁଣୁଥିଲେ କାହାକୁ କରୋନା ହୋଇଛି , କିନ୍ତୁ ବର୍ତ୍ତମାନ ଆମ ଘର ନିକଟତର ମାନଙ୍କୁ କରୋନା ପଜେଟିଭ କେ-ଶ ଆସୁଛି । ଗତ ଥର ତାଙ୍କ ଡ୍ରାଇଭରକୁ କରୋନା ହୋଇଥିଲା , କିନ୍ତୁ ଏବେ ଏହାର ଗତି ଖୁବ ତୀବ୍ର ଅଛି । ସେ ଏପର୍ଯ୍ୟନ୍ତ କିପରି ର-କ୍ଷା ପାଇଛନ୍ତି ସେ ଜାଣିନାହାଁନ୍ତି ?

ପ୍ରତିଦିନ ଆସୁଛି ଶହ ଶହ ଫୋନ କଲ :

ସଲମାନ ଖାନ କହିଛନ୍ତି , ‘ ଏହା ସତ୍ୟ ଯେ ତାଙ୍କୁ ଶହ ଶହ କଲ ଆସୁଛି କାହାକୁ ବେଡ଼ ଦରକାର , କାହାକୁ ଅମ୍ଳଜାନ ଏବଂ କାହାକୁ ଔଷଧ ମିଳୁନାହିଁ । 250 ଟଙ୍କାର ଔଷଧ କ-ଳା ବଜା-ରୀରେ ହଜାର ଟଙ୍କାରେ ମିଳୁଛି । ହସ୍ପିଟାଲ ଏବଂ ଚିକିତ୍ସା ସମ୍ବଳର ଅଭାବ ଅଛି । ଯେତେବେଳେ ଆମେ କାହାକୁ ଚିକିତ୍ସା ପାଇଁ ସୁପାରିଶ କରୁ , ତେବେ କୌଣସି ସ୍ଥାନରେ ଶଯ୍ୟା ଖାଲିକରି ତାଙ୍କୁ ଦିଆଯାଏ , ତେବେ ଏହା ମଧ୍ୟ ଠିକ ନୁହେଁ । ସେ ଏହା କେବେବି ଚାହୁଁନାହାଁନ୍ତି । ଯଦି କୌଣସି ବେଡ଼ର ବ୍ୟବସ୍ଥା ଅଛି ତେବେ ସେ ଲୋକମାନଙ୍କୁ ସେଥିପାଇଁ ନିଜ ତରଫରୁ ସୁପାରିଶ କରିପାରିବେ । ସେ ରାସନ ଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ 25 ରୁ 50 ହଜାର ସିନେ କର୍ମଚାରୀମାନଙ୍କୁ ଦେଉଛନ୍ତି । ଯାହା ତାଙ୍କ ଦ୍ୱାରା ହୋଇପାରିବ ସେ କରୁଛନ୍ତି ।

ମହାମାରୀରେ ଚିକିତ୍ସା ନାମରେ ଲୋକମାନେ ଠ-କେ-ଇ କରୁଛନ୍ତି :

କ-ଳା ବଜା-ରୀକୁ ନେଇ ସଲମାନ ଖାନ କହିଛନ୍ତି , ” ସେ ଏହିପରି ଲୋକମାନଙ୍କ ବିଷୟରେ କଣ କହିବେ , ଯେଉଁମାନେ ଏହି ଅସୁବିଧା ସମୟରେ ଲୋକମାନଙ୍କୁ ଲୁ-ଟୁଛନ୍ତି । ଚିକିତ୍ସା ନାମରେ ସେ ଜାଣିଛନ୍ତି ଯେ ସେମାନଙ୍କୁ ଭୋଗିବାକୁ ପଡିବ । ଯେପରି କାର୍ଯ୍ୟ ସେପରି ଫଳ । ଏହାସହ ସେ ମଧ୍ୟ କହିବାକୁ ଚାହୁଁଛନ୍ତି ଯେ କରୋନା ଯେତେ ମାତ୍ରାରେ ବୃଦ୍ଧି ହେଉଛି ସେ ନିଜ ପ୍ରଥମ ଟୀକା ନେଇ ସାରିଛନ୍ତି ଏବଂ ଦ୍ୱିତୀୟଟି 20 ଦିନ ପରେ ନେବେ । ଆପଣ ମଧ୍ୟ ବିଳମ୍ବ କରନ୍ତୁ ନାହିଁ କାରଣ ଏହାଦ୍ବାରା ଆପଣ ନିଜକୁ ଗୁରୁତ୍ୱର ଅବସ୍ଥାରୁ ରକ୍ଷା କରିପାରିବେ । ଆପଣମାନେ ମଧ୍ୟ ଟୀକା ନିଅନ୍ତୁ ।

Leave a Reply

Your email address will not be published. Required fields are marked *