ବିନା ହେଲମେଟରେ ରାସ୍ତାରେ ବୁଲେଟ ଚଳାଉଥିବାର ଦେଖାଗଲେ ସଲମାନ ଖାନଙ୍କ ଭାଇ ସେପଟେ ଭାଇଜାନ ମାସ୍କ ଲଗାଇବା ଆବଶ୍ୟକ ବୋଲି ଭାବିନଥିଲେ

କରୋନା କାରଣରୁ ଲୋକମାନେ ଏବେ ବି ଭୟଭୀତ ଅବସ୍ଥାରେ ରହୁଛନ୍ତି । ଏବେବି ବହୁ ଲୋକ ପ୍ରତିଦିନ ଏହି ଭୂତାଣୁ ଦ୍ଵାରା ସଂକ୍ରମଣ ହେଉଛନ୍ତି । ତେବେ ଏହାକୁ ରୋକିବା ପାଇଁ ସରକାର ଟୀକାକରଣ ଆରମ୍ଭ କରିଛନ୍ତି। ଏଥି ସହିତ, ବଲିଉଡ ସେଲିବ୍ରେଟମାନେ ସାଧାରଣ ଲୋକଙ୍କ ପରି ନିଜ ନିଜ କାମକୁ ଫେରିଛନ୍ତି। ସେଲିବ୍ରେଟମାନେ ବିଦେଶରେ ଛୁଟି କଟାଇବା ବ୍ୟତୀତ ଫିଲ୍ମ ସୁଟିଂ ମଧ୍ୟ ଆରମ୍ଭ କରିଦେଇଛନ୍ତି। ଅନେକ ସେଲିବ୍ରେଟ୍ ମୁମ୍ବାଇର ରାସ୍ତାରେ ବୁଲୁଥିବା ଏବଂ କିଛି ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ କରୁଥିବାର ଦେଖାଯାଇଛନ୍ତି। କିଛି ସେଲିବ୍ରେଟ୍ ପାର୍ଟୀ ଏବଂ ବଲିଉଡ ଫକ୍ସନ୍ ରେ ଯୋଗଦେବା ଆରମ୍ଭ କରିଛନ୍ତି । ଗୁରୁବାର ସଲମାନ ଖାନଙ୍କ ସାନଭାଇ ସୋହେଲ ଖାନ ମୁମ୍ବାଇର ରାସ୍ତାରେ ବୁଲେଟ ଚଳାଇଥିବାର ନଜର ଆସିଥିଲେ। ଏହି ସମୟରେ ସେ ହାଫ୍ ପ୍ୟାଣ୍ଟ ଏବଂ ଟି-ସାର୍ଟ ପିନ୍ଧିଥିଲେ। ନିଷ ଏବଂ ଗଗଲ ପିନ୍ଧି ସୋହେଲ ଏକ ଭିନ୍ନ ରୂପରେ ଦେଖାଯାଉଥିଲେ। ଯଦିଓ ସେ ନିୟମ ମାନିନଥିଲେ ଏବଂ ସେ ବିନା ହେଲମେଟରେ ଗାଡ଼ି ଚଳାଉ ଥିଲେ।

ଅନ୍ୟପକ୍ଷରେ ସଲମାନ ଖାନ ବାନ୍ଦ୍ରାଠାରେ ନଜର ଆସିଥିଲେ। କାରରେ ବସିଥିବା ସଲମାନଙ୍କ ଟିକେ ଝଲକ ଦେଖିବାକୁ ମିଳିଥିଲା। ଖବର ଅନୁଯାୟୀ କରୋନା ପୁଣିଥରେ ମହାରାଷ୍ଟ୍ରରେ କାୟା ବିସ୍ତାର କରୁଛି ଏବଂ ଏଭଳି ପରିସ୍ଥିତିରେ ଭାଇଜାନ ବିନା ମାସ୍କରେ ବୁଲୁଥିବାର ନଜର ଆସିଛନ୍ତି।

ମଲାଇକା ଆରୋରାଙ୍କୁ ବାନ୍ଦ୍ରାରେ ସେଲୁନ୍ ବାହାରେ ଦେଖିବାକୁ ମିଳିଥିଲା। ସେ ହାଫ୍ ପ୍ୟାଣ୍ଟ ସହିତ ପ୍ରିଟେଣ୍ଡର୍ସ ସାର୍ଟ ପିନ୍ଧିଥିଲେ। ତାଙ୍କର କେଶ ଖୋଲା ଥିଲା ଏବଂ ତାଙ୍କ ମୁହଁରେ ମାସ୍କ ଲଗେଇ ଥିଲେ।

ସାରା ଅଲି ଖାନ ଜିମ୍ ବାହାରେ ନଜର ଆସିଥିଲେ। ସେ କାରରୁ ଓହ୍ଲାଇ ଶୀଘ୍ର ଜିମ୍ ଭିତରକୁ ଚାଲିଗଲେ । ତାଙ୍କ ହାତରେ ଏକ ବଡ ଗୋଲାପୀ ରଙ୍ଗର ବ୍ୟାଗ ଥିଲା ।

ସଲମାନ ଖାନଙ୍କ ଭିଣେଇ ଆୟୁଷ ଶର୍ମା ବାନ୍ଦ୍ରା ଷ୍ଟୁଡିଓ ବାହାରେ ନଜର ଆସିଥିଲେ। ସେ ହାଫ୍ ଟି-ସାର୍ଟ ଏବଂ ଲୋୟର ପିନ୍ଧିଥିଲେ। ଆୟୁଷ ଫିଲ୍ମ ଅନ୍ତିମ ରେ ସଲମାନଙ୍କ ସହ ନଜର ଆସିବେ।

ହାନସିକା ମୋଟୱାନି ବିମାନବନ୍ଦରରେ ନଜର ଆସିଥିଲେ। ହାତରେ ମେହେନ୍ଦୀ ଲଗେଇ ସେ ନିଜ ଭାଇଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ବାହାରିଲେ।

ସୋହେଲ ଖାନ ବହୁ ସମୟ ପରେ ମୁମ୍ବାଇର ରାସ୍ତାରେ ବୁଲେଟ ଚଳାଇଥିବାର ନଜର ଆସିଥିଲେ। ଏହି ସମୟରେ ସେ ହେଲମେଟ କିମ୍ବା ମାସ୍କ ପିନ୍ଧି ନଥିଲେ।

ଭୂମି ପେଡନେକର ଗୋଲାପୀ ରଙ୍ଗର ମାସ୍କ ଏବଂ ଧଳା ପୋଷାକରେ ଷ୍ଟୁଡିଓ ବାହାରେ ଦେଖା ଦେଇଥିଲେ।

ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ଏକ ବ୍ରାଣ୍ଡ ସୁଟ୍ ସମୟରେ ମାସ୍କ କାଢି ଫଟୋଗ୍ରାଫରମାନଙ୍କ ପାଇଁ ପୋଜ୍ ଦେଉଥିବାର ନଜର ଆସିଥିଲେ।

କରିସ୍ମା ତନ୍ନା ବିମାନବନ୍ଦରରେ ଧଳା କୁର୍ତ୍ତା ଏବଂ ଜିନ୍ସରେ ଦେଖାଦେଇଥିଲେ । ସେ କାନ୍ଧରେ ଏକ କଳା ବ୍ୟାଗ ଧରିଥିଲେ।

Leave a Reply

Your email address will not be published. Required fields are marked *