ଜାୟରା ବସୀମଙ୍କ ପରି ବଲିଉଡ ଛାଡିବାକୁ ନିଷ୍ପତ୍ତି ନେଇଥିବା ଏଭିନେତ୍ରୀ ସନା ଖାନ ବର୍ତ୍ତମାନ ବିବାହ କରି ନେଇଛନ୍ତି | ସନାଙ୍କର ବିବାହ ସୁରତର ଅଙ୍କଲେଶ୍ୱରରେ ମୁଫତି ଅନସ ସଇଦଙ୍କ ସହିତ ହୋଇଛି | ସୋସିଆଲ ମିଡିଆରେ ସନା ଖାନଙ୍କ ବିବାହର ଭିଡିଓ ଭାଇରଲ ହେଉଛି | ସୂଚନାଯୋଗ୍ୟ ଯେ ଗତ ମାସ ୮ ଅକ୍ଟୋବର ଦିନ ସନା ଖାନ ନିଜେ ବଲିଉଡ ଛାଡିବାର ଘୋଷଣା କରି ଏକ ଲମ୍ବା ଚୌଡା ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ସେ ଲେଖିଥିଲେ ଯେ ସେ ମନବତାର ସେବାର ପାଳନ କରିବା ସହିତ ତାଙ୍କୁ ଜନ୍ମ ଦେଇଥିବା ଅର୍ଥାତ ଭଗବାନଙ୍କର ଆଦେଶ ପାଳନ କାରିବେ |
ସନା ଖାନ ଲେଖିଥିଲେ ଯେ, ଭାଇ ଓ ଭଉଣୀମାନେ, ଆଜି ମୁଁ ନିଜ ଜୀବନର ଏକ ଗୁରୁତ୍ତ୍ୱପୂର୍ଣ୍ଣ ମୋଡରେ ରହି ଆପଣଙ୍କ ସହିତ କଥା ହେଉଛି | ମୁଁ ବର୍ଷ ବର୍ଷ ଧରି ଶୋ’ ଭିତରେ ଜୀବନ ବିତାଉଛି ଏବଂ ଏହି ଯାତ୍ରାରେ ମୁଁ ସମସ୍ତ ପ୍ରକାରର ଖ୍ୟାତି, ସମ୍ମାନ ଏବଂ ଧନ ନିଜ ପ୍ରିୟଜନଙ୍କ ଠାରୁ ମିଳିଥିଲା | ଯାହାପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି |
ସନା ଆଗକୁ ଲେଖିଥିଲେ ଯେ – କଣ ମଣିଷକୁ ଏହା ଭାବିବା ଉଚିତ ନୁହେଁ ଯେ ତାକୁ କୌଣସି ମଧ୍ୟ ମୁହୂର୍ତ୍ତରେ ମୃତ୍ୟୁ ହୋଇପାରେ ଏବଂ ମରିବା ପରେ ତା’ର କଣ ହେବ ? ଏହି ଦୁଇଗୋଟି ପ୍ରଶ୍ନର ଉତ୍ତର ମୁଁ ବହୁତ ସମୟରୁ ଖୋଜୁଛି | ବିଶେଷ କରି ଏହି ଦ୍ଵିତୀୟ ପ୍ରଶ୍ନର ଉତ୍ତର ମରିବା ପରେ ମୋର କଣ ହେବ |
ସନା କହିଥିଲେ ଯେ- ଏହି ପ୍ରଶ୍ନର ଉତ୍ତର ଯେତେବେଳେ ମୁଁ ନିଜ ଧର୍ମରେ ଖୋଜିଲି ସେତେବେଳେ ଜଣାପଡିଲା ଯେ ଦୁନିଆର ଏହି ଜୀବନ ପ୍ରକୃତରେ ମରିବାର ପରବର୍ତ୍ତୀ ଜୀବନକୁ ଉନ୍ନତ ବନାଇବା ପାଇଁ ଅଟେ | ଏବଂ ସେ ଏହାଦ୍ୱାରା ଆହୁରି ସୁନ୍ଦର ହୋଇପାରିବ |
ଏଥିପାଇଁ ମୁଁ ଆଜି ଏହି ଘୋଷଣା କରୁଛି ଯେ ଆଜି ଠାରୁ ନିଜର ଶୋ-ବିଜର ଜୀବନ ଛାଡି ମାନବିକତାର ଏବଂ ମୋତେ ଜନ୍ମ ଦେଇଥିବା ଭଗବାନଙ୍କର ଆଦେଶ ପାଳନ କରିବାର ନିଷ୍ପତ୍ତି ନେଉଛି | ଶେଷରେ ସମସ୍ତ ଭାଇ ଓ ଭଉଣୀଙ୍କୁ ନିବେଦନ କରୁଛି ଯେ ସେମାନେ ବର୍ତ୍ତମାନ ଠାରୁ ମୋତେ ଶୋ-ବିଜର କୌଣସି କାର୍ଯ୍ୟ ପାଇଁ ନିମନ୍ତ୍ରଣ ଦିଅନ୍ତୁ ନାହିଁ | ଅଶେଷ ଅଶେଷ ଧନ୍ୟବାଦ |
ତେବେ ସନା ଖାନ ଏହି ବର୍ଷର ପ୍ରାରମ୍ଭରେ କୋରିଅଗ୍ରାଫର ଏବଂ ବୟଫ୍ରେଣ୍ଡ ମେଲବିନ ମୁଇସଙ୍କ ସହିତ ବ୍ରେକଅପ ପରେ ସୋସିଆଲ ମିଡିଆରେ ନିଜର ଅନୁଭୂତି ସେୟାର କରିଥିଲେ | ବର୍ତ୍ତମାନ ସେ ନିଜର ଆକାଉଣ୍ଟରୁ ସମସ୍ତ ପୁରୁଣା ଫୋଟୋ ଏବଂ ପୋଷ୍ଟ ଡିଲିଟ କରି ଦେଇଛନ୍ତି |
ସନା ୧୨ ଫେବୃଆରୀ ଦିନ ଇନଷ୍ଟାଗ୍ରାମ ପୋଷ୍ଟରେ ନିଜ ବ୍ରେକଅପ ବିଷୟରେ କହିବାକୁ ଯାଇ ମେଲବିନଙ୍କ ଉପରେ ଏକ ଝିଅକୁ ଗର୍ଭବତୀ କରିଥିବାର ଆରୋପ ଲଗାଇଥିଲେ | ସନା ଏବଂ ମେଲବିନ ୨୦୧୮ ମସିହାରେ ପରସ୍ପରଙ୍କୁ ଭେଟିଥିଲେ | ଉଭୟ ଗତ ବର୍ଷ ଭାଲେଣ୍ଟାଇନ ଡେ ଅବସରରେ ନିଜର ସମ୍ପର୍କର ଖବରକୁ ସଠିକ ବୋଲି ସ୍ୱୀକାର କରିଥିଲେ |
ସନା ଖାନ ୨୦୦୫ ମସିହାରେ ହିନ୍ଦୀ ଫିଲ୍ମ “ୟହି ହେ ହାଇ ସୋସାଇଟି”ରୁ ନିଜର ଅଭିନୟ କ୍ୟାରିୟର ଡେବ୍ୟୁ କରିଥିଲେ | ଏହାପରେ ଅନେକ ହିନ୍ଦୀ, ମାଲାୟାଲମ, ତାମିଲ, ତେଲେଗୁ ଏବଂ କନ୍ନଡ଼ ଫିଲ୍ମରେ ନଜର ଆସିଥିଲେ | ସନା ଖାନ ବିଗ ବସ ଏବଂ ଫିୟର ଫେକ୍ଟର ପରି ରିୟାଲିଟି ଶୋ’ ଗୁଡିକରେ କାମ କରି ସାରିଛନ୍ତି |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ । ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।