ଆଜିର ଆଧୁନିକ ଯୁଗରେ ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଫାଷ୍ଟ ଫୁଡ ଏଥିରୁ ବାଦ ଯାଇନାହିଁ। ଥରେ ଭାବି ଦେଖନ୍ତୁ , ମନେକର ଆପଣଙ୍କୁ ଅତିଶୟ ଭୋକ ଲାଗୁଛି, ଆଉ ଆପଣ ନିଜ ପସନ୍ଦର ଖାଦ୍ୟ ଅର୍ଡର କରିଥିବେ। ଆଉ ତାକୁ ଆରାମରେ ଖାଇ ଆନନ୍ଦ ଲାଭ କରିଥିବେ। କିନ୍ତୁ ସେ ଖାଦ୍ୟ ଭିତରେ ଯଦି ପଶୁ ମାଂସ ନଥାଇ ମଣିଷର ଆଙ୍ଗୁଠି ଥିବ ତାହାଲେ କଣ ହବ ? ନିଶ୍ଚୟ ଆପଣଙ୍କୁ ଚକିତ କରିଦେବ। ଏହା କୌଣସି ମନ ଗଢା କାହାଣୀ ନୁହେଁ କି ଫିଲ୍ମର କ୍ଳାଇମାକ୍ସ୍ ନୁହେଁ, ଏହା ନିରାଟ ସତ ଘଟଣା ଅଟେ, ଯାହାକି ଘଟିଛି।
ଘଟଣା ଘଟିଛି ସୁଦୂର ଆମେରିକାର ମିଶିଗନ ସହରରେ ରହୁଥିବା ୧୪ ବର୍ଷର ପିଲା ସହିତ। ସେହି ପିଲାକୁ ଯେତେବେଳେ ଭୋକ ଲାଗୁଥିଲା, ସେତେବେଳେ ସେ ଲୋକାଲ ଫୁଡ ପଏଣ୍ଟ ରୁ ନିଜ ପାଇଁ ବିଫ ସାନ୍ଦ୍ଵିଚ ଅର୍ଡର୍ କରିଥିଲା। ସେ ଖାଇଲା ଓ କିଛି ସମୟପରେ ଅଚାନକ ତ ପାଟି କୁ ପ୍ଲାଷ୍ଟିକ ର ସ୍ଵାଦ ବାରି ଆସୁଥିଲା।ଆଉ ଯେତେବେଳେ ସେ ସେଇଟାକୁ ଦେଖିଲା ସ୍ତମ୍ଭିଭୂତ ହୋଇଗଲା।
ମିସିଗନ ସହରରେ ରହୁଥିବା ଏହି ପିଲାଟିର ଚିହ୍ନଟ ରିଆନ ହାର୍ଟ ଙ୍କ ନାମାନୁସାରେ ହୋଇଛି। ପିଲାକୁ ବିଫ ସାଂଡବୀଚ ପସନ୍ଦ ଥିଲା । ଭାରତରେ ଏହି ଖାଦ୍ୟ ବ୍ୟାନ ଅଟେ କିନ୍ତୁ ବିଦେଶରେ ଏହା ଉପରେ କୌଣସି କଟକଣା ନାହିଁ। ରିଆନ ଙ୍କ ଅନୁସାରେ ଯେତେବେଳ ପିଲାଟି ସାଂଡବୀଚକୁ ଖାଉଥିଲା ହଠାତ କିଛି ସମୟପରେ ଵିଫ ର ସ୍ଵାଦ ଅଲଗା ପ୍ରକାରର ଲାଗିଲା।ସେ ସାଙ୍ଗେ ସାଙ୍ଗେ ଖାଉଥିବା ଅଂଶଟିକୁ ପାଟିରୁ କାଢିଦେଲା । ତା ମନରେ ପ୍ରଶ୍ନ ଉଙ୍କି ମାରିଲା ଯେ କଣପାଇଁ ଏପରି ଲାଗୁଛି। ସେ କିଛି ବୁଝିପାରିଲା ନାହିଁ। ସେ ପାଟିରୁ ଖାଇଥିବା ଅଂଶ ଟିକୁ କାଢି ଦେଖିବା ମାତ୍ରେ ହଠାତ ଚମକି ଉଠିଲା।
ପ୍ରକୃତରେ ଦେଖିବାକୁ ଗଲେ ସେଥିରେ ମଣିଷର କତ ଆଙ୍ଗୁଳି ଥିଲା। ଏହାକୁ ଦେଖିବା ମାତ୍ରେ ରିଆଁନ ପୁରା ସାନ୍ଦ୍ଵିଚ କୁ ଫୋପଡିଦେଲେ। ତାଙ୍କୁ ଅତି ମାତ୍ରାରେ ବାନ୍ତି ଲାଗିଲା।
ସେ ତୁରନ୍ତ ଦୋକାନୀ କୁ ଏହି ବିଷୟରେ ଜଣାଇଲେ ଓ ତା ସହିତ ସାନ୍ଦ୍ଵିଚକୁ ମଧ୍ୟ ଦେଖେଇଲେ। ଏହାକୁ ଦେଖି ଦୋକାନୀ ଜଣକ କ୍ଷମା ମାଗିଲେ ଓ ଅନ୍ୟ ଏକ ସାନ୍ଦ୍ଵିଚ ଅଫର୍ ଦେଲେ।
ପରବର୍ତ୍ତୀ ସମୟରେ ଯେତେବେଳ ଏହି ସବୁ ମାମଲାର ଯାଞ୍ଚ୍ ହେଲା, ଜଣା ପଡ଼ିଗଲା ଯେ ସାନ୍ଦ୍ଵିଚ ବନାଇବା ସମୟ ତୀକ୍ଷ୍ଣ ଛୁରୀରେ ଆଙ୍ଗୁଠି କଟିଯାଇଥିଲା। ଚାରିଆଡେ ଆଙ୍ଗୁଠି ଖୋଜା ଗଲା ହେଲେ ମିଳିଲା ନାହିଁ ।
ସେଫ୍ ଜଣକ ସାନ୍ଦ୍ଵିଚ ଭିତରକୁ ନଜର ରଖି ନଥିଲେ। ଅଧା କଟି ଥିବା ଆଙ୍ଗୁଠି ଵିଫ ଖଣ୍ଡ ମଧ୍ୟରେ ଚାପିହୋଇଯାଇଥିଲା। ସେଫ୍ ସସ୍ ଓ ପରିବା ସହ ମିଶେଇ ପିଲାଟିକୁ ଦେଇଦେଲେ। ଏହି ମାମଲା ଚକିତ କରିଥିଲା ସମସ୍ତଙ୍କୁ।
ଏହି ଘଟଣା କିଛି ନୂଆ ନୁହେଁ। ଆଗରୁ ଏମିତି ଅଦ୍ଭୁତ ଘଟଣା ଖାଦ୍ୟପେୟ ରେ ଘଟିଛି। ଦିଲ୍ଲୀ ସହରରେ ଏକ ହୋଟେଲରେ ଦୋସା ରେ ମୃତ ଝିଟିପିଟି ମିଳିଥିଲା , ଯାହାଦ୍ଵାରା ବହୁତ ହଙ୍ଗାମା ହେଇଥିଲା। ଏତିକିରେ ସରିନାହିଁ। ବହୁତ ଥର ବିଦେଶରେ ପ୍ୟାକେଟ ଖାଦ୍ୟରେ ଏମିତି ଅଖାଦ୍ୟ ଅଦ୍ରବ୍ୟ ପଦାର୍ଥର ମିଶ୍ରଣ କରାଯାଉଛି। ଏଣୁ ବାହାର ଖାଦ୍ୟ ପ୍ରତି ସାବଧାନ ଓ ସତର୍କ ରୁହନ୍ତୁ, ବିଶେଷ କରି ଏହି କରୋନା ପରିସ୍ଥିତି, ଯାହାକି ଆପଣଙ୍କ ଜୀବନକୁ କ୍ଷତି ପହଞ୍ଚାଇବ ନାହିଁ।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।