ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ମରଣାତ୍ମକ ଆକ୍ରମଣ କଲା ପ୍ରେମିକ , ଗୁରୁତର ଅବସ୍ଥାରେ ପ୍ରେମିକା ହସ୍ପିଟାଲରେ ଭର୍ତି

ପ୍ରେମ କଲା ଆଉ ଶାରୀରିକ ସମ୍ପର୍କ ବାରମ୍ବାର ରଖି ଚାଲିଲା କିନ୍ତୁ ଯେତେବେଳେ ବାହାଘର କଥା ଆସିଲା , ସେତେବେଳେ ପ୍ରେମିକାକୁ ପିଟି ପିଟି ଦର ମରା କରିଦେଲା ପ୍ରେମିକ । ତେବେ ଏହା ହେଉଛି ବର୍ତ୍ତମାନ ସମୟରେ ପ୍ରେମର ପ୍ରକୃତ ଚିତ୍ର । ଯେଉଁଠି କେବଳ ଶାରୀରିକ ସମ୍ପର୍କ ଆଉ ମାତ୍ର କିଛି ଦିନର ଖୁସି ହିଁ ପାଲଟି ଯାଇଛି ପ୍ରେମର ପରିଣତି । ତେବେ ଏହା କିଛି ନୂଆ କଥା ନୁହେଁ ।

ପ୍ରତିଦିନ ଏପରି ଅନେକ ଘଟଣା ଦେଖିବାକୁ ମିଳୁଛି । କେବଳ ପ୍ରେମ ନାମରେ ହିଁ ଯୁବକ ଯୁବତୀ ନିଜକୁ ହରାଇ ଦେଉଛନ୍ତି ଆଉ ଶାରୀରିକ ସମ୍ପର୍କ ରଖିସାରିବା ପରେ ଅଲଗା ହୋଇ ଯାଇ ଯିଏ ଯାହାର ବାଟ ଦେଖି ନେଉଛନ୍ତି । ତେବେ ବର୍ତ୍ତମାନ ସମୟରେ ଆମେ ଆପଣଙ୍କୁ ଏପରି କିଛି କଥା କହିବାକୁ ଯାଉଛୁ , ଯାହା ଶୁଣିବା ପରେ ଆପଣଙ୍କୁ ଟିକିଏ ଆଶ୍ଚର୍ଯ୍ୟ ଲାଗିବ ସତ ।

ଜଣେ ପ୍ରେମିକ ନିଜ ଦେହର ସୁଖ ମେଣ୍ଟାଇ ନ ପାରିଲେ , ତାର ପରିଣାମ କିପରି ଖରାପ ହୋଇ ଯାଇଥାଏ ତାହାର ଏକ ସ୍ପଷ୍ଟ ଚିତ୍ର ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି । ଶାରୀରିକ ସୁଖ ପ୍ରେମିକକୁ ଏତେ ପାଗଳ କରି ଦେଇଥିଲା ଯେ , ଯେତେବେଳେ ସୁଖ ନ ମିଳିଲା , ସେତେବେଳେ ନିଜ ପ୍ରେମିକା ଉପରକୁ ଆକ୍ରମଣ କରିବାକୁ ମଧ୍ୟ ପଛାଇଲା ନାହିଁ ଏପରି ନୀଚ୍ଚ ପ୍ରେମିକ ।

ଆଉ କେବଳ ଓଡ଼ିଆ ଏତିକି ନୁହେଁ , ନିଜ ପ୍ରେମିକା ଉପରକୁ ଏତେ ଆକ୍ରମଣ କରିଲା କି , ବର୍ତ୍ତମାନ ପ୍ରେମିକା ଯାଇ ହସ୍ପିଟାଲ ବେଡ଼ରେ ସଂଘର୍ଷ କରୁଛି । ତାର ଗୋଟିଏ ଆଖି ଏତେ ମାତ୍ରାରେ ପ୍ରଭାବିତ ହୋଇଥିବାର ଦେଖାଯାଉଛି କି , ଲାଗୁଛି ଆଖି ଯେପରି ଖରାପ ହୋଇଯିବ । ତେବେ ବର୍ତ୍ତମାନ ଏପରି ଘଟଣା ବିଷୟରେ ଆଲୋଚନା ଜୋରଦାର ଲାଗି ରହିଛି ।

ତେବେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି , ସୁବର୍ଣ୍ଣପୁର ସଦର ଥାନା ପାଣିସିଆଲିରେ । ଏହି ଅଞ୍ଚଳର ଲିଙ୍ଗରାଜ ନାୟକ ୭ ବର୍ଷ ଧରି ନିକଟସ୍ଥ ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଇ ଆସିଥିଲେ । ଭଲ ପାଇବା ମଧ୍ୟରେ ସେ ଯୁବତୀଙ୍କୁ ବିବାହ କରିବାର ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ଆଉ କହିଥିଲେ କି , ବ୍ୟସ୍ତ ହେବାର କିଛି ନାହିଁ ମୁଁ ତୋ ସାଥିରେ ଅଛି ।

ଆଉ ଏହି କଥା ଯୁବତୀଙ୍କୁ ଏତେ ପାଗଳ କରି ଦେଇଥିଲା କି , ସେ ଯୁବକ ଜଣକ କଥାରେ ପୁରାପୁରି ଫସି ଯାଇଥିଲେ ଆଉ ଯୁବକଙ୍କ କଥାରେ ହିଁ ଉଠ ବସ ହେବାକୁ ଲାଗିଥିଲେ । ଯାହା ବିଶ୍ୱାସ ଥିଲା , ସବୁ ସେହି ଯୁବକ ଜଣକ ଉପରେ ରହିଥିଲା । ତେବେ ଏହାରି ମଧ୍ୟରେ ଯୁବକ ଜଣକ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ଅନେକ ଥର ବାଧ୍ୟ କରିଥିଲେ ଆଉ ଦୁହେଁ ଅନେକ ଥର ଶାରୀରିକ ସଂପର୍କ ମଧ୍ୟ ରଖି ଚାଲିଥିଲେ ।

ଏପରିକି ଦୁହେଁ ଘର ଲୋକଙ୍କ ଠାରୁ ଲୁଚି ପଳାଇ ଯାଉଥିଲେ । ତେବେ ଯେତେବେଳେ ବିବାହ କଥା ଆସିଲା ଆଉ ଯୁବତୀ ଜଣକ ଲିଙ୍ଗରାଜଙ୍କ ସହିତ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ , ସେତେବେଳେ ଲିଙ୍ଗରାଜ ଦୂରେଇ ପଳାଇ ଯାଇଥିଲେ । ଆଉ କହିଥିଲେ କି , ବିବାହ ହୋଇପାରିବ ନାହିଁ । କିନ୍ତୁ ଯେତେବେଳେ ଯୁବତୀ ଜଣକ ତାଙ୍କୁ ବିବାହ କରିବା ପାଇଁ ବାଧ୍ୟ କରିଥିଲେ , ସେତେବେଳେ ଲିଙ୍ଗରାଜ ତାଙ୍କୁ ଧମକ ଦେଇ କହିଥିଲେ କି , କିଛି ବି ମୋର କେହି କରିପାରିବେ ନାହିଁ ।

ଆଉ ଶେଷରେ ଯୁବତୀଙ୍କ ଉପରକୁ ମର୍ମନ୍ତୁଦ ଭାବରେ ଆକ୍ରମଣ କରି ଥିଲେ । ଏପରିକି ତାଙ୍କ ନାକ ଆଉ କାନରୁ ଅତ୍ୟନ୍ତ ରକ୍ତ ବାହାରିବାକୁ ଲାଗିଥିଲା ।ତେବେ ବର୍ତ୍ତମାନ ସମୟରେ ଯୁବତୀ ଜଣକ ହସ୍ପିଟାଲରେ ଭର୍ତି ହୋଇଛନ୍ତି ଆଉ ଯୁବକ ଜଣକ ବିରୁଦ୍ଧରେ ପୋଲିସ ତଦନ୍ତ କରିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *