ଦେଶରେ ବଳାତ୍କାର ଘଟଣା ବନ୍ଦ ଥମିବାର ନାମ ନେଉନାହିଁ। ଭୋକିଲା କ୍ଷୁଧା ମେଣ୍ଟାଇବା ପାଇଁ ଛୋଟ ଛୋଟ ପିଲାମାନଙ୍କୁ ମଧ୍ଯ ଛାଡୁନାହିଁ। ବର୍ତ୍ତମାନ ତେଲେଙ୍ଗାନାର ଭଦ୍ରାଦ୍ରୀ କୋଥାଗୁଡେମ ଜିଲ୍ଲାର ମାମଲା ସାମ୍ନା କୁ ଆସିଛି। ଏଠାରେ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଥମେ ସ୍କୁଲ ଝିଅମାନଙ୍କୁ ଅଶ୍ଳୀଳ ଭିଡିଓ ଦେଖାଉଥିଲେ ଏବଂ ପରେ ସେମାନଙ୍କୁ ବଳାତ୍କାର ଭଳି କୁକର୍ମରେ ଲିପ୍ତ ରହୁଥିଲେ।
୪୦ବର୍ଷୀୟ ପ୍ରଧାନଶିକ୍ଷକ ଅଗଷ୍ଟ ମାସରୁ ସ୍କୁଲରେ ୭ ରୁ ୧୧ ବର୍ଷ ବୟସର ୫ଜଣ ଝିଅଙ୍କୁ ବଳାତ୍କାର କରିଥିବା ଅଭିଯୋଗ ଆସିଛି। ଆଇପିସି ଧରା ୩୭୬ ଏବଂ ପୋକସୋ ଅଧିନିୟମ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ସେ ପଳାଇ ଯାଇଥିଲେ।ପ୍ରଧାନ ଶିକ୍ଷକଙ୍କ କଳା କାରନାମା ସେତେବେଳେ ପ୍ରକାଶ ପାଇଥିଲା, ଯେତେବେଳ ପୀଡିତା ଝିଅ ଅସୁସ୍ଥ ହେବା ପରେ ଡାକ୍ତରଖାନାରେ ପହଞ୍ଚିଥିଲା।
ଡାକ୍ତରଖାନାର ପୀଡିତା ଝିଅର ଚିକିତ୍ସା ସମୟରେ ତାଙ୍କ ସହ ଘଟିଥିବା ଦୁଷ୍କର୍ମ ବିଷୟରେ କହିଥିଲେ। ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଜଣେ ୭ବର୍ଷର ବାଳିକା ପ୍ରାୟତ ବିଦ୍ୟାଳୟକୁ ଯିବାକୁ ଭୟ କରୁଥାଏ। ମା ବର୍ତ୍ତମାନ ଏହାର କାରଣ ଖୋଜି ବାହାର କରିଛନ୍ତି। ସେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ସ୍ଥାନୀୟ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।
ଯେତେବେଳେ ଲକ୍ଷ୍ମୀଦେବାପାଲ୍ଲୀର ସବ୍-ଇନ୍ସପେକ୍ଟର ଅଞ୍ଜିଆ ଏହି ଘଟଣାର ଅନୁସନ୍ଧାନ କରିଥିଲେ, ସେତେବେଳେ ଜଣାପଡିଛି ଯେ ଏହି ପ୍ରଧାନ ଶିକ୍ଷକ ଅନ୍ୟ ଚାରିଜଣ ବାଳିକା ଛାତ୍ରଙ୍କୁ ମଧ୍ୟ ବଳାତ୍କାର କରିଛନ୍ତି। ବାସ୍ତବରେ ଲକ୍ ଡାଉନ୍ ସମୟରେ ସମସ୍ତ ଶିକ୍ଷକ ରୋଟେସନ ପରି ବିଦ୍ୟାଳୟକୁ ଯାଉଥିଲେ। ଏଠାରେ ନିୟମିତ କ୍ଲାସ୍ ମଧ୍ୟ କରାଯାଉ ନଥିଲା। ଏପରି ପରିସ୍ଥିତିରେ, ଯେତେବେଳେ ଅଭିଯୁକ୍ତ ଶିକ୍ଷାଦାନ ଦେବା ବାହାନାରେ ଗୋଟିଏ ଝିଅକୁ ତାଙ୍କ ଘରକୁ ନେଇ ସେଠାରେ ବଳାତ୍କାର କରିଥିଲା।
ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ପ୍ରଧାନ ଶିକ୍ଷକ ଝିଅମାନଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ର ଦେଖାଉଥିଲେ। ପୋଲିସ ବର୍ତ୍ତମାନ ଅଭିଯୁକ୍ତକୁ ଖୋଜୁଛି। ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ।ଜଣେ ଶିକ୍ଷକ ପିଲାମାନଙ୍କର ଭବିଷ୍ୟତ ତିଆରି କରନ୍ତି, କିନ୍ତୁ ଏହି ଅଭିଯୁକ୍ତ ଶିକ୍ଷକ ସେମାନଙ୍କ ଭବିଷ୍ୟତକୁ ନଷ୍ଟ କରିଦେଇଛନ୍ତି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।