କେବେ ଦେଖିଛନ୍ତି କି ଏହି ପଶୁକୁ?
ଉପରବାଲା ଆଶ୍ଚର୍ଯ୍ୟଜନକ ଅଟନ୍ତି! ଅନେକ ଥର ଆଶ୍ଚର୍ଯ୍ୟ ମଧ୍ୟ କରିଥାନ୍ତି। କେତେ କଣ ଅଛି ଏହି ପୃଥିବୀ ପୃଷ୍ଠରେ ଯାହା ଆମ ଚକ୍ଷୁ ଠାରୁ ଏବେବି ଦୂରରେ। କାରଣ ଯେତେବେଳେ ବି ଆପଣଙ୍କୁ ଲାଗୁଛି କି ଆପଣ ସବୁକିଛି ଦେଖି ସାରିଛନ୍ତି। ସେତେବେଳେ କିଛି ନୂଆ ଏବଂ ଅମୂଲ୍ୟ ପଦାର୍ଥ ସାମ୍ନାକୁ ଆସିଥାଏ। ଆଜ୍ଞା ହଁ, ପୃଥିବୀ ପୃଷ୍ଠରେ ଏମିତି ଅନେକ ଜୀବ ଅଛନ୍ତି ଯେଉଁମାନଙ୍କୁ ପ୍ରଥମ ଥର ଦେଖିଲେ ଲାଗିଥାଏ କି କଣ ଏହା ସତ୍ୟ ଅଟେ। ଏଠାରେ ଆମେ ଆପଣଙ୍କୁ ଏମିତି ହିଁ କିଛି ପଶୁଙ୍କ ବିଷୟରେ ଜଣାଇବୁ ଯେଉଁ ମାନଙ୍କ ବିଷୟରେ ବୋଧହୁଏ ଆପଣ ଅବଗତ ନୁହଁନ୍ତି।
ମଙ୍ଗଲିସ୍ତା ଘୁଷୁରୀ
ଏହି ଘୁଷୁରୀ ବହୁତ ଅଲଗା ହୋଇଥାନ୍ତି। କାରଣ ତାଙ୍କ ଚେହେରା ଉପରେ ମେଣ୍ଢାଙ୍କ ପରି ଲୋମ ହୋଇଥାଏ, ଯେଉଁଥିରୁ ଶୀତବସ୍ତ୍ର ପ୍ରସ୍ତୁତ କରାଯାଇଥାଏ! ଏହି କାରଣରୁ ଏହି Mangalitsa Pig ମାନଙ୍କୁ ମେଣ୍ଢାଙ୍କ ପୋଷାକରେ ଘୁଷୁରୀ ବୋଲି କୁହାଯାଇଥାଏ।
ଏମ୍ପୋରୋର ଟ୍ୟାମେରିନ
ଗୁଣ୍ଡୁଚିମୂଷା ଆକାରର ଜନ୍ତୁକୁ ନ୍ୟୁ ବର୍ଲ୍ଡ ମଙ୍କୀ ମଧ୍ୟ କୁହାଯାଏ। ଏମାନଙ୍କ ମୁହଁରେ ଥିବା ଧଳା ରଙ୍ଗର ଲମ୍ବା ନିଶ ଲୋକମାନଙ୍କୁ ଆକର୍ଷିତ କରିଥାଏ। ଏମାନେ ଅମେଜନ ଜଙ୍ଗଲରେ ଦେଖା ଯାଇଥାନ୍ତି!
ପୈଟାଗୋନିୟମ ମାରା
ଏହି ପଶୁ ବହୁତ ଅମୂଲ୍ୟ ଅଟନ୍ତି। କାରଣ ଦେଖିବାକୁ ତ ଏମାନେ ଠେକୁଆ ମାନଙ୍କର ସଂପର୍କୀୟ ଲାଗନ୍ତି। କିନ୍ତୁ ଆକାରରେ ସେମାନଙ୍କ ଠାରୁ ଅଲଗା ହୋଇଥାନ୍ତି। ଏହା ଆପଣଙ୍କୁ ଅର୍ଜେଟୀନାରେ ସହଜରେ ଦେଖିବାକୁ ମିଳିଥାନ୍ତି।
ମାରଖୋର ଛେଳି
ଏହା ପାକିସ୍ତାନର ରାଷ୍ଟ୍ରୀୟ ପଶୁ ଅଟେ, ଯେଉଁମାନେ ହିମାଳୟରେ ଦେଖିବାକୁ ମିଳିଥାନ୍ତି। ଏହି ଛେଳି ମାନଙ୍କର ବିଶାଳ ଆକାର ଏବଂ ବକ୍ରାକାର ଲମ୍ବା ମଜବୁତ ସିଙ୍ଘ ଏମାନଙ୍କର ପରିଚୟ ଅଟେ।ଆଉ ହଁ, ଏମାନେ ଅଧିକାଂଶ ଭାବରେ ପାହାଡ଼ ଅଞ୍ଚଳରେ ଦେଖା ଯାଇଥାନ୍ତି।
ବ୍ଲୁ ଫୁଟେଡ ବୁବୀ
ଏମାନେ ବହୁତ ସୁନ୍ଦର ପକ୍ଷୀ ଅଟନ୍ତି, ଯେଉଁମାନେ ନିଜର ନୀଳ ରଙ୍ଗର ପାଦ କାରଣରୁ ପ୍ରସିଦ୍ଧ ଅଟନ୍ତି। ଏହି ପକ୍ଷୀମାନେ ସମୁଦ୍ର ଅଂଚଳରୁ ଶୀକାର କରି ନିଜ ଜୀବନକୁ ଅତିବାହିତ କରନ୍ତି।
ମଲାୟନ କୋଲୁଗୋ
ଏହି କୋମଳ, ଏବଂ ପବନରେ ଗ୍ଲାଇଡିଂ କରୁଥିବା ପଶୁ ମାଲେସିଆ, ସିଙ୍ଗାପୁର, ଥାଇଲାଣ୍ଡ ଏବଂ ଇଣ୍ଡୋନେସିଆରେ ଦେଖା ଯାଇଥାନ୍ତି। ଏମାନଙ୍କ ଆଖୀ ସ୍ପଷ୍ଟ ରୂପରେ ବହୁତ କିଛି ଦେଖିଥାଏ ଏବଂ ଅନ୍ୟକୁ ଆଶ୍ଚର୍ଯ୍ୟ କରି ଦେଇଥାଏ।
ବେନେଜୁଏଲା ପୁଡଲ ମୋଥ
ଏମାନଙ୍କର ବର୍ଷ୨୦୦୯ରେ ଖୋଜ କରାଯାଇଥିଲା। ଦେଖିବାକୁ ଏମାନେ ଲୋମଯୁକ୍ତ ନରମ ଖଣ୍ଡପରି ଲାଗିଥାନ୍ତି, ଯେଉଁମାନେ ବହୁତ ସୁନ୍ଦର ମଧ୍ୟ ଅଟନ୍ତି!
କ୍ଲାଉଡ ଏଣ୍ଟୀଲୋପ!
ଏହି ଜୀବମାନଙ୍କର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି।କିଛିଜଣ କହୁଛନ୍ତି କି ଏହି ଜୀବ ସ୍ଵର୍ଗରୁ ଆସିଛି କି?ଏ ପର୍ଯ୍ୟନ୍ତ ଏହା ମଧ୍ୟ କୁହାଯାଉଛି କି ଏହି ଜୀବ ନେପାଳରେ ଦେଖା ଯାଆନ୍ତି,ଯାହା ଦେଖିବାକୁ କୈାଣସି ଆକର୍ଷକ କୁକୁର ମାନଙ୍କ କରି ହୋଇଥାନ୍ତି। କିନ୍ତୁ ଭାଇ.. ଏହା ତ କେବଳ CMWyvernର ଏକ ଫଟୋଚିତ୍ର ଅଟେ କୈାଣସି ପଶୁ ନୁହେଁ!