ରାଷ୍ଟ୍ରିୟ ରାଜଧାନୀ ନୂଆ ଦିଲ୍ଲୀରେ ୧୯୬୫ ନଭେମ୍ବର ୨ ରେ ଜନ୍ମ ହୋଇଥିବା ଶାହାରୁଖ ଖାନ ନିଜର ୫୫ ବର୍ଷ ର ଜନ୍ମ ଦିନ ପାଳନ କରୁଛନ୍ତି। ବଲିଉଡ ଜଗତରେ ର୍ଦୀଘ ୨୮ ବର୍ଷ ହେବ ଶାହାରୁଖ ରାଜ କରି ଆସୁଛନ୍ତି। ସେ ବଲିଉଡ ରେ ଗୋଟିଏ ରୁ ବଢି ଗୋଟିଏ ଫିଲ୍ମ ରେ କାମ କରିଛନ୍ତି ଏବଂ ଦର୍ଶକଙ୍କର ଭରପୁର ମନୋରଂଜନ କରିଛନ୍ତି। କିନ୍ତୁ ଶାହାରୁଖ ଫିଲ୍ମ ଜଗତରେ ବହୁତ ଗୁଡିଏ ଭୁଲ ମଧ୍ୟ କରିଛନ୍ତି ଯାହାକୁ ନେଇ ସେ ବହୁତ ଅବଶୋଷ ମଧ୍ୟ କରୁ ଥିବେ। ଆଜି ଆମେ ଆପଣଙ୍କୁ ବଲିଉଡର ଚାରି ଏମିତି ସୁପର ହିଟ ଫିଲ୍ମ ବିଷୟରେ କହିବାକୁ ଯାଉଛୁ ଯେଉଁ ଫିଲ୍ମ ପ୍ରଥମେ ଶାହାରୁଖ ଖାନ ଙ୍କୁ ଅଫର ଦିଆଯାଇଥିଲା। କିନ୍ତୁ ସେ କୌଣସି କାରଣ ରୁ ଏହି ଫିଲ୍ମ କରିବାକୁ ମନା କରି ଦେଇଥିଲେ। କୌଣସି ଫିଲ୍ମ ପାଇଁ ତାଙ୍କ ପାଖରେ ଟାଇମ ନଥିଲା ଏବଂ ଆଉ କେତେକ ଫିଲ୍ମ ର ତାଙ୍କ ରୋଲ ତାଙ୍କୁ ପସନ୍ଦ ନଥିଲା।
ଲଗନ..
ବଲିଉଡର ସୁପରଷ୍ଟାର ଅମିର ଖାନ ଲଗନ ଫିଲ୍ମରେ ଅହମ ରୋଲ ରେ ଅଭିନୟ କରିଥିଲେ। ଲଗନରେ ଅମୀର ଙ୍କ କାମ କୁୁ ବହୁତ ପ୍ରଶଂସା ମଧ୍ୟ ମିଳିଥିଲା। ୨୦୦୧ ରେ ଆସିଥିବା ଏହି ଫିଲ୍ମ ସୁପରହିଟ ହୋଇଥିଲା। ଯଦିଓ ଡାଇରେକ୍ଟର ଆଶୁତୋଷ ଗୋବାରୀକର ଙ୍କର ଏହି ଫିଲ୍ମର ଅଫର ପ୍ରଥମେ ଶାହାରୁଖଙ୍କୁ ଦିଆ ଯାଇଥିଲା। କିନ୍ତୁ ସେ ମନା କରିଥିଲେ। ଏମିତି କୁହାଯାଉଛି ଯେ ଶାହାରୁଖଙ୍କୁ ଏହି ଫିଲ୍ମରେ ଧୋତି ପିନ୍ଧିବାକୁ ଚାହୁଁନଥିଲେ। ଯଦି ଆପଣ ଲଗନ ଫିଲ୍ମ ଦେଖିଥିବେ ତେବେ ଆପଣ ଏହା ମଧ୍ୟ ଦେଖିଥିବେ କି ଅମିର ଖାନ ଫିଲ୍ମରେ ଧୋତି ପିନ୍ଧି ଏକ ଗାଉଁଲି ଭୂମିକାରେ ଅଭିନୟ କରିଥିଲେ। ଶାହାରୁଖ ନିଜକୁ ଏହି ଅବତାରରେ ଦେଖିବାକୁ ଚାହୁଁନଥିଲେ।
ମୁନ୍ନା ଭାଇ ଏମବିବିଏସ..
ବଲିଉଡର ବାପା ମାନେ ସଞ୍ଜୟ ଦତ୍ତଙ୍କର ମୁନା ଭାଇ ଏମବିବିଏସ ଫିଲ୍ମ ତାଙ୍କ ସେନେମା ଜଗତର ଏକ ସଫଳ ପ୍ରତିଷ୍ଠିତ ଫିଲ୍ମ ଅଟେ। ଏହି ଫିଲ୍ମ ପାଇଁ ପ୍ରଥମେ ଶାହାରୁଖ ଖାନଙ୍କୁ ଅଫର କରା ଯାଇଥିଲା । ଏହି ଫିଲ୍ମ ପାଇଁ ମଧ୍ୟ ସେ ମନା କରି ଦେଇଥିଲେ। କୁହାଯାଏ କି ଶାହାରୁଖ ମୁନା ଚରିତ୍ର ରେ ସେ ନିଜକୁ ଦେଖିବାକୁ ଚାହୁଁ ନଥିଲେ। ଏତିକି ହିଁ ନୁହେଁ ପ୍ରଡ୍ୟୁସର ବିଧୁ ବିନୋଦ ଚୋପରା ଏବଂ ଡାଇରେକ୍ଟର ରାଜ କୁମାର ହିରାନୀ ସିକରେଟ ରୋଲ ପାଇଁ ବିବେକ ଓବରୟ ଙ୍କୁ ଦେଖିବାକୁ ଚାହୁଁଥିଲେ। ପରେ ଅଭିନେତା ଅରଶଦ ବାରସୀ ଏହି ଫିଲ୍ମ ରେ ଏହି ଚରିତ୍ର କରିଥିଲେ। ପରେ ଏହି ଫିଲ୍ମ କେବଳ ସଂଯୟ ଦତ୍ତ ବଂର ଅରଶଦ ବାରସୀ ଙ୍କ କାରିଅର ରେ ବହୁତ ବଡ ସଫଳତା ଥିଲା।
ଥ୍ରୀ ଇଡିଅଟ୍ସ..
ଥ୍ରୀ ଇଡିଅଟ୍ସ ଫିଲ୍ମର ଲିଡ ରୋଲ ରେ ଅମିର ଖାନଙ୍କ ସହିତ ଅଭିନେତା ଆର ମାଧବନ ଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ବକ୍ସ ଅଫିସ ରେ ବହୁତ ସଫଳତା ପାଇଥିଲା ଏବଂ ଆର ମାଧବ ଙ୍କର ଚରିତ୍ର ପ୍ରଥମେ ଶାହାରୁଖ ଖାନ ଙ୍କୁ ଦିଆଯାଇଥିଲା। ଏହି ଫିଲ୍ମ ପାଇଁ ତାଙ୍କ ପାଖେ ସମୟ ନ ଥିଲା କହି ମନା କରି ଦେଇଥିଲେ। ଏହା ପରେ ଏହି ଫିଲ୍ମ ଦର୍ଶକ ଙ୍କର ମନ କିଣି ନେଇଥିଲା।
ପଦ୍ମାବତ..
ରିଲିଜ ପୂର୍ବରୁ ବିବାଦ ରେ ଘେରି ହୋଇଥିବା ଫିଲ୍ମ ପନ୍ହାବତ ର ଅଫର ମଧ୍ୟ ଶାହାରୁଖ ମନା କରି ଦେଇଥିଲେ। ଫିଲ୍ମ ରେ ଅଭିନେତା ରଣବୀର ସିଂହ ଆଲାଉଦିନ ଖିଲଜୀ ଙ୍କର ଚରିତ୍ର ରେ ଅଭିନୟ କରିଥିଲେ ଏବଂ ଏହି ରୋଲରେ ଶାହାରୁଖ ଖାନ ଙ୍କୁ ଦେଖିବାକୁ ଚାଁହୁଥିଲେ କିନ୍ତୁ ଶାହାରୁଖ ନକାରତ୍ମକ ଚରିତ୍ର ରେ ଅଭିନୟ କରିବାକୁ ମନା କରି ଦେଇଥିଲେ। ପରେ ଏହି ରୋଲ କୁ ରଣବୀର ସିଂହ କରିଥିଲେ। ଏହି ଫିଲ୍ମ ଦ୍ବାରା ରଣବୀର ବହୁତ ପ୍ରଶଂସା ଏବଂ ବହୁତ ତାଳି ମଧ୍ୟ ପାଇଥିଲେ। ଏହି ଫିଲ୍ମ ରେ ଶାହିଦ କାପୁର ରାଜା ରତନ ସିଂହ ର ଭୂମିକା କରିଥିଲେ। ୨୦୧୮ ରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସ ରେ ୫୦୦ କୋଟିରୁ ଅଧିକ ପଇସା କମେଇ ଥିଲା।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।