ମୁମ୍ବାଇ: ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ’ OTT ରେ ମୁକ୍ତିଲାଭ କରିଛି । ତଥାପି, କମଜୋର କାହାଣୀ ଏବଂ ସଂଳାପ ଯୋଗୁଁ ଚଳଚ୍ଚିତ୍ରଟି ପ୍ରଭାବିତ ହୋଇପାରିନଥିଲା। କିନ୍ତୁ ଅକ୍ଷୟ କୁମାର ନିଜ ଚରିତ୍ରକୁ ଅତି ସୁନ୍ଦର ଭାବେ ନିଭାଇଥିଲେ। ଇଣ୍ଡଷ୍ଟ୍ରି ରେ ଅକ୍ଷୟଙ୍କ କଥା ତିନି ଖାନଙ୍କ ପରେ ଆସେ। ସେ ନିଜେ ନିଜର ଦମ ରେ ବଲିଉଡରେ ନାମ କମାଇଥିଲେ। ଅକ୍ଷୟ ଅନେକ ଫିଲ୍ମରେ କାମ କରିଛନ୍ତି କିନ୍ତୁ ଶାହରୁଖଙ୍କ ସହିତ ଗୋଟିଏ ବି ଫିଲ୍ମ କରିନାହାନ୍ତି। ଏହା ଉପରେ ଶାହରୁଖଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେଇଛି, ଯେଉଁଥିରେ ସେ ଅକ୍ଷୟଙ୍କ ସହିତ କାମ କଣ ପାଇଁ କରିନାହାନ୍ତି ବୋଲି ପ୍ରତ୍ୟୁତ୍ତର ଦେଇଛନ୍ତି।
ଯେତେବେଳେ ଇଣ୍ଟର୍ଭ୍ୟରେ ଶାହାରୁଖଙ୍କୁ ପଚରଗଲା ଯେ ଆପଣ କଣ ପାଇଁ ଅକ୍ଷୟ ଙ୍କ ସହିତ କାମ କରିନାହାନ୍ତି, ଏହାର ଉତ୍ତରରେ ସେ ମଜାଳିଆ ଉତ୍ତର ଦେଲେ। କହିଲେ କି ଅକ୍ଷୟ ଆଉ ଶାହାରୁଖ ଦିଲ ତୋ ପାଗଲ ହେ ମୁଭିରେ ନଜର ଆସିଥିଲେ; କିନ୍ତୁ ଏଥିରେ ଅକ୍ଷୟଙ୍କ କମ ରୋଲ୍ ଥିଲା।
ଆଉ ମଧ୍ୟ କହିଥିଲେ କି ସେ ଆଉ କେବେ ବି ଅକ୍ଷୟଙ୍କ ସହିତ କାମ କରିପାରିବେ ନାହିଁ। ଏହା ପଛର ରହସ୍ୟ ମଧ୍ୟ କହିଥିଲେ କି ଅକ୍ଷୟ ଜଲଦି ସକାଳୁ ଉଠି ପାରନ୍ତି କିନ୍ତୁ ମୋର ଏହି ଅଭ୍ୟାସ ନାହିଁ। ଯେତେବେଳେ ଅକ୍ଷୟଙ୍କ ଉଠିବା ସମୟ ହୋଇଥାଏ,ସେତେବେଳେ ମୁଁ ଆହୁରି ଅଧିକା ସମୟ ଶୋଇପଡେ।
ଶହାରୁଖ ଆଉ ମଧ୍ୟ କହିଛନ୍ତି ଯେ ସେ ରାତିରେ କାମ କରିବାକୁ ପସନ୍ଦ କରିଥାନ୍ତି ଏବଂ ଲେଟ ନାଇଟ ରେ ଅଧିକ ସମୟ ପର୍ଯ୍ୟନ୍ତ ଅଭିନେତ୍ରୀଙ୍କ ସହିତ କାମ କରିଥାନ୍ତି। ଯଦି କେହି ବି ଅକ୍ଷୟଙ୍କ ସହିତ ମୋର କ୍ୟାଷ୍ଟ ବି କରେ, ତାହାଲେ ଆମେ କେବେ ବି ସେଟ ରେ ଦେଖାହୋଇପରିବୁ ନାହିଁ। କାରଣ ଯେତେବେଳେ ସେ ଯାଉଥିବ, ସେତେବେଳେ ମୁଁ ଆସୁଥିବି। ପୁଣି ମୋର ଇଛା ଯେ ତାଙ୍କ ସହ କାମ କରିବାକୁ କିନ୍ତୁ ଆମ ଦି’ ଜଣଙ୍କର ଟାଇମିଂ ମ୍ୟାଚ କେବେବି ହେବନି।
ଦୁହେଁ ୟଶ ଚୋପ୍ରା ଙ୍କ ନିର୍ଦ୍ଦେଶିତ ” ଦିଲ୍ ତୋ ପାଗଲ୍ ହେ” ରେ ନଜର ଆସିଥିଲେ। ଏହି ଫିଲ୍ମରେ ଦୁହିଁଙ୍କର ଏକା ସାଥିରେ କୌଣସି ବି ଦୃଶ୍ୟ ନଥିଲା। ଅକ୍ଷୟ ଛୋଟ ଚରିତ୍ରରେ ନଜର ଆସିଥିଲେ । ଏହି ଫିଲ୍ମ ୧୯୯୭ ରେ ରିଲିଜ୍ ହୋଇଥିଲା।
” ଲକ୍ଷ୍ମୀ” ଫିଲ୍ମ ନିକଟରେ OTT ରେ ନୂଆ ରେକର୍ଡ ହୋଇଯାଇଛି। ଫିଲ୍ମ OTT ଷ୍ଟ୍ରୀମିଂ ସହିତ ନିଜ ନାମକୁ ରେକର୍ଡ ଦର୍ଜ କରିବା ଆରମ୍ଭ କରିଦେଇଛି । ଏହି ଫିଲ୍ମ ମାତ୍ର କିଛି ଘଣ୍ଟାରେ ଅନ୍ୟ ବଲିଉଡ ବ୍ଲକବଷ୍ଟରଙ୍କ ରେକର୍ଡ ଭାଙ୍ଗିଦେଇଛି । ଫିଲ୍ମର ପ୍ରଥମ ଦିନରେ ଫାର୍ଷ୍ଟ ଶୋ ଦେଖିବା ପାଇଁ ଅଧିକ ପରିମାଣରେ ଲୋକ ଏକାସହିତ ଲଗ ଇନ କରିଥିଲେ,ଯାହାକି ଏହି ମଞ୍ଚରେ ସବୁଠାରୁ ଅଧିକ ଦେଖାଯାଇଥିବା ଫିଲ୍ମ ବନିଯାଇଥିଲା।
ଅକ୍ଷୟ ଗୋଟେ ବର୍ଷରେ ୪-୫ ଫିଲ୍ମରେ ନଜର ଆସନ୍ତି । ୨୦୨୦ ର କଥାବାର୍ତ୍ତା କଲେ , ସେ ରଞ୍ଜିତ ତିୱାରୀଙ୍କ ‘ସ୍ପାଇ ଥ୍ରିଲାର ବେଲ ବଟମ’ ରେ କାମ କରିଥିଲେ ଓ ତା ସହିତ ୟଶ ରାଜ ନିବେଦିତ ‘ପ୍ରୁଥିରାଜ’ ରେ ବ୍ୟସ୍ତ ଥିଲେ। ତାଙ୍କପରେ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟ ଙ୍କ ‘ ଅତରଙ୍ଗୀ’ ରେ ସୁଟିଂ କରିବେ ଓ ଏହାପରେ ସାଜିଦ ଙ୍କ ବ୍ୟାନର ନିର୍ମିତ ବଚ୍ଚନ ପାଣ୍ଡେଙ୍କ ସେଟ ରେ ପହଞ୍ଚିବେ।
ବଚ୍ଚନ୍ ପାଣ୍ଡେଙ୍କ ପରେ ଏକତା କପୂର୍ ଙ୍କ ଏକ୍ସନ କମେଡି ଫିଲ୍ମ ରେ ଅଂଶୀଦାର ହେବେ। ଡାଇରେକ୍ଟର ଅଜିଜ୍ ଙ୍କ ଅପକୋମିଂ ଫିଲ୍ମ ରେ ବି କରିଛନ୍ତି।ଫିଲ୍ମର ସୁଟିଂ ଆସନ୍ତା ବର୍ଷ ଜୁଲାଇରେ ହେବ।
ମୁମ୍ବାଇ ମିରର ର ରେପୋର୍ଟ ଅନୁସାରେ ମୁଦସ୍ତର ଅଜିଜ ଙ୍କ ଫିଲ୍ମ ସହିତ ଏକ ସୋସିଆଲ ଡ୍ରାମା ଆଉ ଥ୍ରୀଲାର ମୋଭିରେ ଅଫର୍ ହୋଇଛି। ତେଣୁ ସମ୍ପୂର୍ଣ ଭାବେ ମୋଟାମୋଟି ୧୦ ଟି ଫିଲ୍ମ ରହିଛି, ଯାହାର ସୁଟିଂ ୨୦୨୧ ଭିତରେ ପୁରା କରାଯାଇପାରିବ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।