ଏ ହେଉଛନ୍ତି ଦୁନିଆର ସବୁଠାରୁ ସୁନ୍ଦରୀ ସ୍ତ୍ରୀ ।

ବନ୍ଧୁଗଣ ପୁରାଣରେ ଅନେକ ଜଣ ସୁନ୍ଦରୀ ସ୍ତ୍ରୀ ଥିଲେ। ଅନେକ ସୁନ୍ଦରୀ ଦେବୀ ଥିଲେ। ହେଲେ ଆପଣ ଜାଣିଛନ୍ତି କି କିଏ ଥିଲେ ସବୁ ଠାରୁ ଅଧିକ ସୁନ୍ଦରୀ ? ଆପଣ ମାନେ ନିହାତି ଭାବେ ଶୁଣିଥିବେ କି କେବେ କେବେ ଦେବତା ମାନଙ୍କ ମଧ୍ୟରେ ମଧ୍ୟ ସୁନ୍ଦରୀ ଙ୍କୁ ନେଇ ପ୍ରତିଯୋଗିତା ହୁଏ। ଆଉ ଯିଏ ନିଜର ସୁନ୍ଦରତାକୁ ନେଇ ଅଧିକ ଗର୍ବ କରନ୍ତି ତାଙ୍କ ଗର୍ବକୁ ଭଗବାନ ନିଜେ ଭାଙ୍ଗି ଚୁନା କରି ଦିଅନ୍ତି। ତ ବନ୍ଧୁଗଣ ଆଜି ଆସନ୍ତୁ ଜାଣିବା କିଏ ଥିଲେ ସବୁଠାରୁ ସୁନ୍ଦରୀ। ପୌରାଣିକ କଥା ଅନୁଯାୟୀ ଅହଲ୍ୟା ହେଉଛନ୍ତି ବ୍ରହ୍ମାଙ୍କ ଝିଅ। ଅହଲ୍ୟା ଙ୍କୁ ବରଦାନ ମିଳିଥିଲା ସେ ସବବେଳେ 16 ବର୍ଷର ହିଁ ରହିବେ। ଆଉ ସେହି ବର ଦ୍ୱାରା ସେ ଅନନ୍ୟ ସୁନ୍ଦରୀ ଥିଲେ। ତାଙ୍କ ସୁନ୍ଦରତାରେ ମୁଗ୍ଧ ହୋଇ ଭଗବାନ୍, ଦୈତ୍ୟ, ମନୁଷ୍ୟ ସମସ୍ତେ ତାଙ୍କୁ ପାଇବା ପାଇଁ ଚାହୁଁଥିଲେ। ହେଲେ ତାଙ୍କର ବିବାହ ଗୌତମ ୠଷି ଙ୍କ ସହ ହୋଇଥିଲା।

ଭଗବାନ୍ ଇନ୍ଦ୍ର ଅହଲ୍ୟାଙ୍କୁ ପାଇବା ଲୋଭରେ ଗୌତମ ଋଷିଙ୍କ ବେଶ ଧରି ତାଙ୍କର ସତୀତ୍ୱ ନଷ୍ଟ କରିଥିଲେ। ଏବଂ ଗୌତମ ୠଷି ଇନ୍ଦ୍ର ଓ ଅହଲ୍ୟା ଙ୍କୁ ଅଭିଶାପ ଦେଇଥିଲେ ଯାହା ଫଳରେ ଅହଲ୍ୟା ପଥର ପାଲଟି ଯାଇଥିଲେ। ଭଗବାନ୍ ବିଷ୍ଣୁ ଭଗବାନ୍ ରାମଙ୍କ ଅବତାର ରେ ସେ ପଥରକୁ ସ୍ପର୍ଶ କରି ଅହଲ୍ୟାଙ୍କୁ ଅଭିଶାପ ରୁ ମୁକ୍ତି କରିଥିଲେ। ଏହି ଘଟଣା ତ ଆପଣ ମାନେ ପୁରାଣରୁ କେବେ କେବେ ନା କେବେ ନିହାତି ଭାବେ ଶୁଣିଥିବେ ତେବେ ଆସନ୍ତୁ ଜାଣିବା ଆଉ କିଏ ଥିଲେ ସୁନ୍ଦରୀ। ଏହା ପରେ ଦମୟନ୍ତୀ। ଦମୟନ୍ତି ହେଉଛନ୍ତି ବିଦର୍ଭ ଦେଶର ରାଜ କୁମାରୀ। ଆଉ ଦମୟନ୍ତି ଥିଲେ ଅତ୍ୟନ୍ତ ସୁନ୍ଦରୀ।

ଦମୟନ୍ତୀଙ୍କ ସୌନ୍ଦର୍ଯ୍ୟର ପ୍ରମାଣ କେତେ ବେଳେ ମିଳିଥିଲା ଆପଣ ଜାଣିଛନ୍ତି କି। ବନ୍ଧୁଗଣ ସୌନ୍ଦର୍ଯ୍ୟର ପ୍ରମାଣ ସେତେବେଳେ ମିଳିଥିଲା ଯେତେବେଳେ ଦମୟନ୍ତୀଙ୍କ ସ୍ୱୟଂବରରେ ପ୍ରଭୁ ଇନ୍ଦ୍ର ଦେବତା,ବରୁଣ ,ଯମରାଜ ସମସ୍ତେ ଆସିଥିଲେ। ସେତେବେଳେ ହିଁ ଜଣା ପଡିଥିଲା କି ରାଜକୁମାରୀ ଅହଲ୍ୟା କେତେ ସୁନ୍ଦରୀ ଥିଲେ। ଆଉ ସମସ୍ତ ଦେବତା ଯେତେବେଳେ ଦମୟନ୍ତୀଙ୍କୁ ବିବାହ କରିବାକୁ ଇଚ୍ଛା କରିଥିଲେ ସେତେବେଳେ କିନ୍ତୁ ଦମୟନ୍ତି ରାଜ କୁମାର ନଳଙ୍କୁ ପ୍ରେମ କରୁଥିଲେ ଆଉ ନଳ ଏବଂ ଦମୟନ୍ତୀଙ୍କ କଥା ପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି।

ତେବେ କେବଳ ଦମୟନ୍ତି ନୁହନ୍ତି ଶ୍ରୀକୃଷ୍ଣଙ୍କ ପ୍ରିୟ ପତ୍ନୀ ସତ୍ୟଭାମା ମଧ୍ୟ ଥିଲେ ଅପୂର୍ବ ସୁନ୍ଦରୀ ଯାହାଙ୍କୁ ଶ୍ରୀକୃଷ୍ଣ ଖୁବ ଭଲ ପାଉଥିଲେ। ତେବେ ପୁରାଣରେ ଅନେକ ଦେବୀ ସୁନ୍ଦରି ଥିଲେ। ଆଉ ଦେବତା ମାନେ ମଧ୍ୟ ଏହି ଦେବୀଙ୍କ ପ୍ରେମରେ ମଧ୍ୟ ପଡ଼ିଥିଲେ। ତେବେ ପୌରାଣିକ କଥା ଅନୁଯାୟୀ ଯେଉଁ ଦେବି ନିଜର ସୌନ୍ଦର୍ଯ୍ୟକୁ ନେଇ ଗର୍ବ କରୁଥିଲେ ସେମାନଙ୍କ ଗର୍ବକୁ ଭଗବାନ ମାନେ ଭାଙ୍ଗି ଚୁନା ମଧ୍ୟ କରୁଥିଲେ। ତେବେ ସୁନ୍ଦରୀ ସ୍ତ୍ରୀ ମାନଙ୍କର ଗର୍ବ ପୁରାଣରେ ଭଗବାନ ଭାଙ୍ଗିଥିବା କଥା ମଧ୍ୟ ପୌରାଣୀକରୁ ଜାଣିବାକୁ ମିଳେ।

Leave a Reply

Your email address will not be published. Required fields are marked *