ମାହୀ ଗିଲ ବଲିଉଡ ଜଗତର ଜଣେ ଫେମସ ଅଭିନେତ୍ରୀ ଅଟନ୍ତି। ହୁଏ ତ ମାହୀ ବଲିଉଡର ଟପ ଅଭିନେତ୍ରୀ ବନି ପାରି ନାହାଁନ୍ତି କିନ୍ତୁ ଆକ୍ଟିଙ୍ଗରେ ସେ ବଡ ବଡ ଅଭିନେତ୍ରୀ ମାନଙ୍କୁ ପଛରେ ପକେଇ ଦେବେ। ଫିଲ୍ମ ‘ ସାହେବ ବିବି ‘ ଏବଂ ଗ୍ୟାଙ୍ଗସ୍ଟାର ରେ ମାହୀ ନିଜର ନେଗେଟିଭ୍ ରୋଲରେ ଦର୍ଶକ ମାନଙ୍କ ମନ କିଣି ନେଇଥିଲେ। ତାଙ୍କର ଏହି ଫିଲ୍ମ ସୁପରହିଟ ଥିଲା।
ମିଡିଆ ରିର୍ପୋଟ ଅନୁସାରେ ମାହୀ ବହୁତ ଜଲଦି ସାହବ ବିବି ଏବଂ ଗ୍ୟାଙ୍ଗସ୍ଟାର ୩ ରେ ଦେଖିବାକୁ ମିଳିବେ। ୨୦୦୩ ମସିହାରେ ହଜାରୋ ଖ୍ବାଇଶେଂ ଏସି ରୁ ନିଜର କାରିଅର ଆରମ୍ଭ କରିଥିବା ମାହୀ ଗିଲ ଡେବ୍ୟୁ ପୂର୍ବରୁ ବିବାହିତ ଥିଲେ। ବିବାହର କିଛି ସମୟ ପରେ ତାଙ୍କର ତଲାଖ ହୋଇ ଯାଇଥିଲା। ବହୁତ କମ ଲୋକ ଜାଣିଥିବେ କି ୧୭ ବର୍ଷ ବୟସରେ ମାହୀ ବିବାହ କରିଥିଲେ।
ମିଡିଆ ରିର୍ପୋଟ ଅନୁସାରେ ମାହୀଙ୍କ ବିବାହ ପଞ୍ଜାବର ଜଣେ ବିଜନେସ ମ୍ୟାନଙ୍କ ପୁଅ ସହିତ ହୋଇଥିଲା। ମାହୀ ନିଜେ ଏକ ଇନ୍ଟ୍ରବ୍ୟୁରେ ସ୍ବୀକାର କରିଛନ୍ତି କି ଯେତେବେଳେ ତାଙ୍କର ବିବାହ ହୋଇଥିଲା ସେତେବେଳେ ସେ ମେଚ୍ୟୋର ନଥିଲେ। ସେ ଛୋଟ ବେଳେ ବିବାହର ନିସ୍ପତି ନେଇଥିଲେ। ମାହୀ ଗିଲଙ୍କ ଜନ୍ମ ୧୯୭୫ ଡିସେମ୍ବର ୧୯ରେ ହୋଇଥିଲା।
ମାହୀ ଗିଲଙ୍କର ଗୋଟିଏ ଝିଅ ଅଛି। ଏହି କଥା ସେ ଏକ ଇନ୍ଟ୍ରବ୍ୟୁରେ କହିଥିଲେ। ଏହାପୂର୍ବରୁ ତାଙ୍କ ଝିଅ ବିଷୟରେ କେହି ବି ଜାଣି ନଥିଲେ। ମାହୀ କହିଥିଲେ କି ଏ ବିଷୟରେ ତାଙ୍କ ସହ କେହିବି କଥା ହୋଇନଥିଲେ। ଗୋଟିଏ ଇନ୍ଟ୍ରବ୍ୟୁରେ ମାହୀଙ୍କୁ ପଚାର ଯାଇଥିଲା କି ଏ ଆପଣଙ୍କ ପାଳିତ ଝିଅ ? ମାହୀ କହିଥିଲେ ସେ ତାଙ୍କର ନିଜ ଝିଅ ଅଟନ୍ତି। ଯାହାର ନାମ ବୋରନିକା ଅଟେ।
ବାସ୍ତବରେ ମାହି ଦଶ ବର୍ଷ ହେବ ଏକ ବ୍ୟକ୍ତିଙ୍କୁ ଡେଟ କରୁଛନ୍ତି ଏବଂ ସେ ଯେତେବେଳେ ଗର୍ଭବତୀ ଥିଲେ ସେତେବେଳେ ସେ ଆକ୍ଟିଙ୍ଗ୍ ଲାଇନରୁ ବ୍ରେକପ ନେଇଥିଲେ। ଏଥିପାଇଁ ତାଙ୍କର ପ୍ରେଗନେସୀର ଖବର ମିଳି ନଥିଲା। ମହୀ କହିଥିଲେ ବରୋନିକା ତାଙ୍କ ବାପାଙ୍କର ବହୁତ ଗେଲ୍ହା ଏବଂ ବହୁତ ବୁଦ୍ଧିମତୀ ଅଟନ୍ତି। ଏହି ବର୍ଷ ଅଗଷ୍ଟ ମାସରେ ତାଙ୍କ ଝିଅ ୪ ବର୍ଷର ହୋଇ ଯାଇଛନ୍ତି। ୨୦୧୯ ମସିହାରେ ମାହୀ ଗିଲ ଲିଭ ଇନ ରିଲେସନଶିପ ରେ ରହୁଥିବା କଥା ମାନିଛନ୍ତି।
ମାହୀଙ୍କ ପର୍ସନାଲ ଲାଇଫ ବିଷୟରେ କହିବାକୁ ଗଲେ ତାଙ୍କ ବାପା ଜଣେ ସରକାରୀ ଅଫିର ଅଟନ୍ତି ଏବଂ ମା ଏକ କଲେଜର ପ୍ରବକ୍ତା ଅଟନ୍ତି। ନିଜର ସ୍କୁଲ ସମୟରେ ମାହୀ ନେଶନାଲ କେଡେଟ କୋର ଜଏନ କରିଥିଲେ ଏବଂ ସେଇଠାରେ ତାଙ୍କୁ ଆର୍ମିରେ ଜିବା ପାଇଁ ସୁଯୋଗ ମିଳିଥିଲା। ମାହୀ ଏକ ଇନ୍ଟ୍ରବ୍ୟୁରେ କହିଥିଲେ କି ତାଙ୍କର କେବେବି ଫିଲ୍ମ ଲାଇନକୁ ଆସିବାକୁ ଇଛା ନଥିଲା, କିନ୍ତୁ ଏକ ର୍ଦୁଘଟଣା ପାଇଁ ତାଙ୍କୁ ଆର୍ମି ଚାକିରୀ ଛାଡିବାକୁ ପଡିଥିଲା।
ମାହୀ କହିଥିଲେ କି ପ୍ରଥମ ଥର ଫିଲ୍ମ ଡାଇରେକ୍ଟର ଅନୁରାଗ କଚ୍ଛପଙ୍କ ନଜର ତାଙ୍କ ଉପରେ ପଡିଥିଲା ଏବଂ ସେ ତାଙ୍କୁ ‘ ଦେବ ଡୀ ‘ ଫିଲ୍ମ ଅଫର କରିଥଲେ। ସେହି ସମୟରେ ମାହୀଙ୍କ ପାଖରେ କୌଣସି ଚାକିରୀ ନଥିଲା। ଏଥିପାଇଁ ସେ ଫିଲ୍ମ କରିବାକୁ ହଁ କହିଥିଲେ। ଆଜି ମାହୀ ବହୁତ ସୁପରହିଟ ଫିଲ୍ମ କରି ସାରିଛନ୍ତି। ମାହୀ ହିନ୍ଦୀ ଫିଲ୍ମ ସହିତ ପଞ୍ଜାବୀ ଏବଂ ତେଲୁଗୁ ଫିଲ୍ମ ମଧ୍ୟ କରିଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।