ଆମେରିକାର କୈଲିଫର୍ନିୟା ସହରରେ ରହୁଥିବା ସମାଂଥା ରାଲୀ କେଭେ ଚିନ୍ତା କରିନଥିଲେ କି ତାଙ୍କୁ ତାଙ୍କ ଓଜନ ପାଇଁ ବହୁତ ଲଜ୍ଜିତ ହେବାକୁ ପଡିବ। କିନ୍ତୁ ଏମିତି ହିଁ ହୋଇଥିଲା ଯେତେବେଳେ ସମଂଥାଙ୍କୁ ଜଣା ପଡିଥିଲା କି ତାଙ୍କ ଏକ୍ସ ବୟଫ୍ରେଣ୍ଡ କେବଳ ଏଥିପାଇଁ ତାଙ୍କ ବାପାମାଆଙ୍କ ସହିତ ସମଂଥାଙ୍କୁ ଦେଖା କରାଉନାହାନ୍ତି କାରଣ ତାଙ୍କ ଓଜନ ବହୁତ ଅଧିକ ଥିଲା। ଏହି ବ୍ୟକ୍ତି ଜଣଙ୍କ କିଛି ନକହି ସମଂଥାଙ୍କ ସହିତ ଥିବା ନିଜ ସଂପର୍କକୁ ବି ଶେଷ କରିଦେଇଥିଲେ ଯାହା ପରେ ସମଂଥା ଏହି ନକରାତ୍ମକ ତାକୁ ନିଜର ଶକ୍ତି କରି ୯୦କିଲୋ ଓଜନ ହଟାଇ ଦେଇଛନ୍ତି।
ସମଂଥା ୩୦ବର୍ଷର ଅଟନ୍ତି। ତାଙ୍କର ଜଣେ ମା ଅଛନ୍ତି ଏବଂ କୈଲିଫର୍ନିୟା ସହରର ଆରେଞ୍ଜ କାଉଣ୍ଟରେ ରହୁଛନ୍ତି। ସମଂଥାଙ୍କ ଓଜନ ୧୬୫କିଲୋ ଥିଲା।ସେ ପାରମ୍ପରିକ ଉପାୟରେ କେତେଥର ଓଜନ କମାଇବା ପାଇଁ ଚେଷ୍ଟା କରିସାରିଥିଲେ କିନ୍ତୁ ପରିଶେଷରେ ସେ ତାଙ୍କ ଓଜନର ସମସ୍ୟା ଠାରୁ ମୁକ୍ତି ପାଇବା ପାଇଁ ଅପରେସନର ସାହାଯ୍ୟ ନେବା ପାଇଁ ନିଷ୍ପତ୍ତି ନେଇଥିଲେ। ସମଂଥା ଗ୍ରୈଷ୍ଟିକ ସ୍ଲିବ ସର୍ଜରୀ କରାଇଛନ୍ତି ଏବଂ ସେ ଶୋଶିଆଲ ମିଡ଼ିଆରେ ଏହା ବି ଜଣାଇଛନ୍ତି କି ଓଜନ କମାଇବାର ଏହି ଯାତ୍ରା ତାଙ୍କ ପାଇଁ ବହୁତ ଆହ୍ବାନପୂର୍ଣ୍ଣ ଥିଲା।
ବୋର୍ଡ ପାଣ୍ଡାଙ୍କ ସହ କଥାବାର୍ତ୍ତା ସମୟରେ ସମଂଥା କହିଛନ୍ତି କି ମୁଁ ୧୨ବର୍ଷ ବୟସରୁ ଡାଇଟିଙ୍ଗ କରୁଛି। ମୁଁ ଓଜନ କମାଇବା ପାଇଁ ଔଷଧ ବି ଖାଇଛି। ଏହା ବ୍ୟତୀତ ବି ମୁଁ କେତେ ପ୍ରକାର ଚେଷ୍ଟାକୁ ଆପଣାଇ ଥିଲି ଏବଂ କିଛି ସମୟ ପାଇଁ ମୋର ଓଜନ କମ ହୋଇଯାଇଥିଲା କିନ୍ତୁ ଏହା ଆଉଥରେ ପୁଣି ବଢି ଯାଉଥିଲା।ସେ କହିଛନ୍ତି କି ବହୁତ ଓଜନ ହେବା ପରେ ବି ତାଙ୍କୁ କଦାପି ମୋଟାପଣ ସହ ଯୋଡ଼ି ହୋଇଥିବା ଚିନ୍ତାକୁ ସାମ୍ନା କରିବାକୁ ପଡ଼ିନଥିଲା। ହେଲେ ସେ ଏବେ ତାଙ୍କ ନିଜକୁ ସଂପୂର୍ଣ୍ଣ ରୂପେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ଏଥିପାଇଁ ସେ ଏମିତି ନିଷ୍ପତ୍ତି ନେଇଛନ୍ତି। ସମଂଥା କହିଛନ୍ତି କି ଡେଟିଙ୍ଗର ଦୁନିଆରେ ସେ ତାଙ୍କ ନିଜକୁ ଫିଟ୍ କରି ପାରିନାହାଁନ୍ତି ଏଥିପାଇଁ ସେ ତାଙ୍କ ନିଜକୁ ଫିଟ୍ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ସମଂଥା ତାଙ୍କ ଏକ୍ସ ବୟଫ୍ରେଣ୍ଡ ବିଷୟରେ କଥା କହିବା ସମୟରେ କହିଛନ୍ତି କି ମୁଁ ତାଙ୍କ ସହ ଦୁଇ ବର୍ଷ ଡେଟରେ ଥିଲେ।ସେ କେବେହେଲେ ମୋତେ ତାଙ୍କ ବନ୍ଧୁ କିମ୍ବା ପରିବାର ସହ ଦେଖା କରାଇ ନାହାନ୍ତି।ଆମ ସଂପର୍କ ଶେଷ ହେବାକୁ ଯାଉଥିଲା ଏବଂ ଏହା ସୁନିଶ୍ଚିତ ହୋଇଯାଇଥିଲା ଯେତେବେଳେ ମୁଁ ତାଙ୍କ ଶୋଶିଆଲ ମିଡ଼ିଆ ପ୍ରୋଫାଇଲରେ ଏକ ଝିଅ ସହିତ ଫଟୋ ଦେଖିଥିଲି।ସେ ମୋତେ କିଛି ନକହି ମୋସହ ସଂପର୍କ ତୁଟାଇ ଦେଇଥିଲେ। କେବେକେବେ ତାଙ୍କ ବ୍ୟବହାର ମୋତେ କଷ୍ଟ ଦିଏ କିନ୍ତୁ ଏହି ସଂପର୍କରୁ ବାହାରକୁ ବାହାରିବା ପରେ ମୁଁ ନିଜେ ନିଜ ଉପରେ ଧ୍ୟାନ ଦେଇପାରିଥିଲି ତ ଏହା ମୋ ପାଇଁ ବହୁତ ହୋଇଛି।
ସେ କହିଛନ୍ତି କି ମୋର ଏକ୍ସ ବୟଫ୍ରେଣ୍ଡ ପୂର୍ବରୁ ଯେଉଁ ଲୋକ ସହିତ ମୁଁ ସଂପର୍କରେ ଥିଲି,ସେ ମୋ ଓଜନକୁ ଗ୍ରହଣ କରି ପାରୁନଥିଲେ। ଏମିତି ହେବାଦ୍ବାରା ମୋ ଆତ୍ମବିଶ୍ବାସ ବି କିଛି କମିବାକୁ ଲାଗିଥିଲା। ମୁଁ ଛୁଆ ଦିନରୁ ହିଁ ସବୁବେଳେ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ଚାହୁଁଥିଲି କିନ୍ତୁ ମୁଁ କେବେ ଚିନ୍ତା କରିନଥିଲି କି ଓଜନ କମାଇବାକୁ ଚେଷ୍ଟା କରୁଥିବା ଲୋକମାନଙ୍କୁ ମୁଁ ପ୍ରୋତ୍ସାହିତ କରି ପାରିବି। ମୁଁ କେବଳ ଏହି ସଂଗଠନରେ ମୋ ନିଜ କଥା ରଖିବାକୁ ଚେଷ୍ଟା କରୁଛି ଏବଂ ମୋ ନିଜ ଅନୁଭୂତିକୁ ଶେୟାର କରି ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରୁଅଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।