ବୀଜିଙ୍ଗ:ଚୀନ (China)ରୁ ଗୋଟିଏ ବାହାଘର ସମୟରେ ଗୋଟିଏ ଏମିତି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ବାହାଘରର କିଛି ସମୟ ପୂର୍ବରୁ ହିଁ ପୁଅଙ୍କୁ ଜଣା ପଡିଥିଲା କି କନିଆଁ ତାଙ୍କ ଭଉଣୀ ଅଟନ୍ତି। ବାସ୍ତବରେ,ଚୀନର ଜିଆନଗସୁ ପ୍ରାନ୍ତର ସୋଝୋଓରେ ବାହାଘର ସମୟରେ ପୁଅଙ୍କ ମାଆଙ୍କର ନଜର ହେବାକୁ ଥିବା କନିଆଁଙ୍କ ହାତ ଉପରେ ପଡିଥିଲା ଏବଂ ଜୋର-ଜୋରରେ କାନ୍ଦିବାକୁ ଲାଗିଥିଲେ।

ଜନ୍ମ ଚିହ୍ନରୁ ହେଲା ଝିଅଙ୍କର ଚିହ୍ନଟ
Oriental Dailyର ରିପୋର୍ଟ ଅନୁସାରେ, ପୁଅଙ୍କ ମାଆ କନିଆଁଙ୍କ ହାତ ଉପରେ ଜନ୍ମ ଚିହ୍ନ ଦେଖି ଚିହ୍ନି ନେଇଥିଲେ ଏବଂ କହିଥିଲେ କି ସେ ତାଙ୍କ ଝିଅ ଅଟନ୍ତି,ଯିଏ ପିଲାଦିନେ ହଜି ଯାଇଥିଲା। ଏହାପରେ ଝିଅଟିର ବର୍ତମାନ ମାଆ-ବାପାଙ୍କୁ ପଚରାଉଚରା କରାଯାଇଥିଲା,ତ ସେ କହିଥିଲେ କି ପାଖାପାଖି ୨୦ବର୍ଷ ପୂର୍ବରୁ ଝିଅକୁ କୋଳକୁ ନେଇଥିଲେ।ସେ କହିଥିଲେ କି ଝିଅଟି ରାସ୍ତା କଡ଼ରୁ ମିଳିଥିଲା।
ହୋଇନଥିଲା ବାହାଘର ଅଟକ
ନିଜ ପ୍ରକୃତ ମାଆଙ୍କ ସହିତ ଦେଖା ହୋଇ ଝିଅ ଜଣଙ୍କ ବହୁତ ଖୁସି ନଜର ଆସୁଥିଲେ। ହେଲେ ବାହାଘରରେ ନୂଆ ମୋଡ଼ ସେହି ସମୟରେ ଆସିଥିଲା, ଯେତେବେଳେ ବାହାଘର ଉପରେ କୈାଣସି ରୋକ ଲାଗିନଥିଲା, କାରଣ କନିଆଁଙ୍କ ଅସଲି ମାଆଙ୍କୁ ଏହି ବାହାଘରକୁ ନେଇ କୈାଣସି ଆପତ୍ତି ନଥିଲା।

ବରଙ୍କୁ ମଧ୍ୟ କୋଳେଇ ନିଆ ଯାଇଥିଲା
ଚୀନୀ ମିଡ଼ିଆ ମୁତାବକ, କନିଆଁଙ୍କ ପରି ବରଙ୍କୁ ମଧ୍ୟ କୋଳେଇ ନିଆ ଯାଇଥିଲା ଏବଂ ଏଥିପାଇଁ ଦୁଇଜଣଙ୍କ ବାହାଘରକୁ ରୋକା ଯାଇ ନଥିଲା। ବାସ୍ତବରେ,୨୦ବର୍ଷ ପୂର୍ବରୁ ନିଜ ଝିଅକୁ ହରେଇବା ପରେ ତାଙ୍କ ମାଆ ଗୋଟିଏ ଛୁଆକୁ ନିଜ କୋଳକୁ ନେଇଥିଲେ।