ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ (shreya Ghoshal) ମାଆ ହେବାକୁ ଯାଉଛନ୍ତି। ଏହି ଖୁସି ଖବର ଶ୍ରେୟା ସୋଶଲ ମିଡ଼ିଆ ମାଧ୍ୟମରେ ଫ୍ଯାନ୍ସଙ୍କ ସହିତ ସେୟାର କରିଛନ୍ତି। ଶ୍ରେୟା ଟୁଇଟକରି ଲେଖିଛନ୍ତି-ବେବି ଶ୍ରେୟାଦିତ୍ୟ ଆସୁଛନ୍ତି। ଶିଲାଦିତ୍ୟ ଏବଂ ମୁଁ ଏହି ଖବରକୁ ଆପଣଙ୍କ ସହିତ ସେୟାର କରି ଆନନ୍ଦିତ ହେଉଛୁ। ଆମେ ନିଜ ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛୁ, ଯେଉଁଥି ପାଇଁ ଆପଣ ସମସ୍ତଙ୍କ ଭଲପାଇବା ଏବଂ ଆଶିର୍ବାଦର ଆବଶ୍ୟକତା ରହିଛି। ଜଣା ଯାଉଛି କି ଶ୍ରେୟା ଘୋଷାଲ ୨୦୧୫ରେ ଶିଲାଦିତ୍ୟ ମୁଖୋପାଧ୍ୟାଙ୍କ ସହ ବାହା ହୋଇଥିଲେ।
ଜଣା ଯାଉଛି କି ୧୨ମାର୍ଚ୍ଚ ୧୯୮୪ରେ ମୁର୍ଶିଦାବାଦ (ପଶ୍ଚିମ ବଙ୍ଗଳା)ର ଗୋଟିଏ ବ୍ରାହ୍ମଣ ପରିବାରରେ ଜନ୍ମିତ ଶ୍ରେୟା ଘୋଷାଲ ସିନେମା ଇଣ୍ଡଷ୍ଟ୍ରିର ‘ମେଲୋଡି କ୍ବୀନ’ ନାମରେ ଲୋକପ୍ରିୟ ଅଟନ୍ତି। ସେ ଅନେକ ସିନେମାରେ ଗୋଟିଏ ଠାରୁ ବଳି ଆଉ ଗୋଟିଏ ଗୀତ ଗାଇଛନ୍ତି।
ଶ୍ରେୟା ଫେବୃଆରୀ, ୨୦୧୫ରେ ଶିଲାଦିତ୍ୟ ମୁଖୋପାଧ୍ୟାୟଙ୍କୁ ବାହା ହୋଇଥିଲେ। ଶ୍ରେୟା ଏବଂ ଶିଲାଦିତ୍ୟ ଦୁଇଜଣ ପିଲା ଦିନରୁ ବନ୍ଧୁ ଅଟନ୍ତି। ଶିଲାଦିତ୍ୟ ଟେକ ସେବୀ ଅଟନ୍ତି ଏବଂ Hipcask.com ୱେବସାଇଟର ପ୍ରତିଷ୍ଠାତା ମଧ୍ୟ ଅଟନ୍ତି।
ସଙ୍ଗୀତ ଶିକ୍ଷକ ଜୟବର୍ଦ୍ଧନ ଭଟନାଗରଙ୍କ ମୁତାବକ,ଶ୍ରେୟା କେବଳ ୬ବର୍ଷ ବୟସରେ ରାୱତଭାଟା କ୍ଲବରେ ନିଜର ପ୍ରଥମ ଷ୍ଟେଜ ଶୋ କରିଥିଲେ। ଶ୍ରେୟା ଘୋଷଲଙ୍କ ବାପା ପରେ ମୁମ୍ବାଇ ସ୍ଥିତ ଭାଭା ଏଣ୍ଟମିକ ରିସର୍ଚ୍ଚ ସେଣ୍ଟରକୁ ଟ୍ରାନ୍ସଫର ହୋଇ ଯାଇଥିଲେ।
ଶ୍ରେୟା ମୁମ୍ବାଇରେ ଆଗକୁ ପାଠପଢ଼ା ଜାରି ରଖିବା ସହିତ ଏଠାର କଲ୍ୟାଣ ଜୀ (କଲ୍ୟାଣ ଜୀ ଆନଦ ଜୀ ଯୋଡ଼ି ବାଲା)ଙ୍କ ଠାରୁ ଟ୍ରେନିଂ ନେଉଥିଲେ ଏବଂ ୧୬ବର୍ଷ ବୟସରେ ସିନେମା ‘ଦେବଦାସ’ ରୁ କ୍ୟାରିୟର ଆରମ୍ଭ କରିଥିଲେ। ଶ୍ରେୟା ଘୋଷାଲଙ୍କ ପ୍ରଥମ ବ୍ରେକ ଯଦିଓ ସଞ୍ଜୟ ଲିଲା ଭଂସାଲୀ ସିନେମା ‘ଦେବଦାସ (୨୦୦୨) ରେ ଦେଇଥିଲେ, କିନ୍ତୁ ଏହି ଖୋଜ ତାଙ୍କର ନଥିଲା, ତାଙ୍କ ମାଆ ଲୀଲାଙ୍କର ଥିଲା।
ଲୀଲା ଭଂସାଲୀ ଜୀଟୀଭୀର ‘ସାରେଗାମା’ କାର୍ଯ୍ୟକ୍ରମ ଦେଖୁଥିଲେ ତ ସେ ଫୋନ କରି ସଞ୍ଜୟଙ୍କୁ ଡ଼ାକିଥିଲେ। ଯେତେବେଳେ ସଞ୍ଜୟ ଦେଖିଥିଲେ ତ ତାଙ୍କୁ ଲାଗିଥିଲା କି ଶ୍ରେୟାଙ୍କ ଆବାଜ ପାରୋଙ୍କ କୋମଳ ଆବାଜ ସହିତ ସୁଟ କରିବ। ପରେ ଯେତେବେଳେ ସିନେମା ଗୀତଗୁଡ଼ିକର ରେକଡିଙ୍ଗ ଆରମ୍ଭ ହୋଇଥିଲା ତ ସେ ଶ୍ରେୟା ଘୋଷାଲଙ୍କ ନାମ ଭୁଲି ଯାଇଥିଲେ। ଶ୍ରେୟାଙ୍କୁ ଖୋଜିବାରେ ତାଙ୍କୁ ବହୁତ ସମୟ ଲାଗି ଯାଇଥିଲା।
ଯେତେବେଳେ ୧୬ବର୍ଷର ଶ୍ରେୟା ସଞ୍ଜୟ ଲୀଲା ଭଂସାଲୀଙ୍କ ସିନେମା ‘ଦେବଦାସ’ ପାଇଁ ନିଜର ପ୍ରଥମ ଗୀତ ‘ବୈରୀ ପିୟା ରେକର୍ଡ କରୁଥିଲେ, ସେତେବେଳେ ତାଙ୍କ ହାୟର ସେକେଣ୍ଡାରୀ ପରୀକ୍ଷା ପାଖାପାଖି ଥିଲା। ଏଥିପାଇଁ ସେ ଷ୍ଟୁଡିଓକୁ ନିଜ ବହି ନେଇ ଆସୁଥିଲେ।
ଶ୍ରେୟାଙ୍କ ମୁତାବକ, “ମୋତେ କୁହା ଯାଇଥିଲା କି ଶେଷ ରେକର୍ଡିଙ୍ଗ ପୂର୍ବରୁ ଗୋଟିଏ ଶେଷ ରିହର୍ସଲ କରିନେବା ଉଚିତ। ମୁଁ ଆଖି ବନ୍ଦକରିଲି ଏବଂ ନରହି ପୂରା ଗୀତ ଗାଇ ଦେଇଥିଲି। ଏହାପରେ ସଞ୍ଜୟ ଲୀଲା ଭଂସାଲୀ କହିଲେ- ‘ରେକର୍ଡିଙ୍ଗ ହୋଇ ସାରିଛି।’
କମଲୋକ ଜାଣିଛନ୍ତି କି ଆମେରିକାର ଗୋଟିଏ ଦିନର ନାମ ହିଁ ତାଙ୍କ ନାମ ଉପରେ ରଖି ଦିଆଯାଇଛି। ଆମେରିକାର ଆହିୟୋ ସେଟର ଗଭର୍ଣ୍ଣର ୨୬ଜୁନ ଶ୍ରେୟାଙ୍କୁ ସମର୍ପିତ କରି ଏହାକୁ ‘ଶ୍ରେୟା ଘୋଷାଲ ଡେ’ର ନାମରେ ମାନିବା ପାଇଁ ଘୋ-ଷଣା କରିଥିଲେ। ୨୦୧୦ରେ ପ୍ରଥମ ଥର ଏହିଦିନ ମନା ଯାଇଥିଲା। ଏହିଦିନ ଅଧିକାଂଶ ରେଡ଼ିଓ ଷ୍ଟେସନରେ ଶ୍ରେୟାଙ୍କ ଗୀତ ବଜା ଯାଉଛି ଏବଂ ସୋସିଆଲ ନେଟୱର୍କିଙ୍ଗ ସାଇଟ ମାନଙ୍କରେ ତାଙ୍କର ଅଧିକରୁ ଅଧିକ ଫଟୋ ଅପଲୋଡ଼ କରା ଯାଇଛି।
‘ଦେବଦାସ’ ରେ ଶ୍ରେୟା ପାଞ୍ଚୋଟି ଗୀତ ଗାଇଛନ୍ତି ଏବଂ ଏହି ପ୍ରଥମ ସିନେମାରୁ ହିଁ ତାଙ୍କୁ ତିନୋଟି ଆୱାର୍ଡ଼ ମିଳିଥିଲା। ଗୀତ ‘ଡୋଲା ରେ ଡୋଲା’ ରେ ପାଇଁ ଯେଉଁଠାରେ ବେଷ୍ଟ ସିଙ୍ଗରର ଫିଲ୍ମଫେୟର ପୁରସ୍କାର ମିଳିଥିଲା ସେଠାରେ ଗୋଟିଏ ଅନ୍ୟ ଗୀତ ‘ବୈରୀ ପିୟା…’ ପାଇଁ ତାଙ୍କୁ ନ୍ୟାସନାଲ ଆୱାର୍ଡ଼ ଦିଆ ଯାଇଥିଲା। ଏହା ବ୍ୟତୀତ ଏହି ଡେବ୍ୟୁ ସିନେମା ପାଇଁ ତାଙ୍କୁ ‘ଫିଲ୍ମଫେୟର ଆର ଡି ବର୍ମନ ଆୱାର୍ଡ଼ ଫର ନ୍ୟୁ ମ୍ୟୁଜିକ ଟ୍ୟାଲେଣ୍ଟ’ ମଧ୍ୟ ମିଳିଥିଲା।