ଏହି ବିଦେଶୀ ଅଭିନେତାଙ୍କ ପ୍ରେମରେ ପଡିଥିଲେ ଶ୍ରୁତି ହାସନ, ମଦ ନିଶାରେ ବୁଡି ରହୁଥିଲେ ଅଭିନେତ୍ରୀ

ଦକ୍ଷିଣ ଭାରତୀୟ ଫେମସ ଅଭିନେତା କମଲ ହାସନଙ୍କ ବଡ ଝିଅ ଅଭିନେତ୍ରୀ ଶ୍ରୁତି ହାସନ ୩୫ ବର୍ଷ ବୟସର ହୋଇ ଗଲେଣି। ଶ୍ରୁତିଙ୍କ ଜନ୍ମ ୧୯୮୬ ଜାନୁଆରୀ ୨୯ରେ ତାଲିନାଡୁର ରାଜଧାନୀ ଚେନ୍ନାଈରେ ହୋଇଥିଲା। ଶ୍ରୁତି ନିଜ ବାପାଙ୍କ ପରି ନାମ କମେଇ ପାରି ନଥିଲେ କିନ୍ତୁ ସେ ବହୁତ ଚର୍ଚ୍ଚାରେ ରୁହନ୍ତି।

ଶ୍ରୁତି ସାଉଥ ଫିଲ୍ମ ବ୍ୟତିତ ହିନ୍ଦୀ ସିନେମାରେ ମଧ୍ୟ କାମ କରିଛନ୍ତି। ଶ୍ରୁତି ତାଙ୍କ ସୁନ୍ଦରତାରେ ସବୁ ଲୋକମାନଙ୍କୁ ଆକର୍ଷିତ କରିଥାନ୍ତି। ଆସନ୍ତୁ ଆଜି ଶ୍ରୁତିଙ୍କ ଜନ୍ମ ଦିନରେ ତାଙ୍କ ବିଷୟରେ କିଛି ଅଜଣା କଥା ଯାଣିବା।

ଶ୍ରୁତିଙ୍କ ବାପା ଫେମସ ଅଭିନେତା କମଲ ହାସନ ଏବଂ ମା ସାରିକା ଠାକୁର ଏକ ବଡ ଅଭିନେତ୍ରୀ ଥିଲେ। କମଲ ହାସନ ପ୍ରଥମ ବିବାହ ୧୯୭୮ରେ ବାଣୀଙ୍କ ସହିତ କରିଥିଲେ। ଦ୍ବିତୀୟ ବିବାହ ସେ ୧୯୮୮ରେ ସାରିକାଙ୍କ ସହ କରିଥିଲେ। ୨୦୦୪ ମସିହାରେ ଦୁଇ ଜଣ ଅଲଗା ହୋଇ ଯାଇଥିଲେ। ତାଙ୍କର ଦୁଇଟି ଝିଅ ଥିଲା ବଡ ଝିଅର ନାଁ ଶ୍ରୁତି ହାସନ ଏବଂ ସାନ ଝିଅ ନାଁ ହେଉଛି ଅକ୍ଷରା ହାସନ।

ଏହା ବହୁତ କମ ଲୋକ ଜାଣିଛନ୍ତି ଶ୍ରୁତି ଫେମସ ଅଭିନେତ୍ରୀ ସହିତ ଜଣେ ଭଲ ଗାୟୀକା ମଧ୍ୟ। ସେ ତାଙ୍କ ବାପାଙ୍କ ଫିଲ୍ମ ଚାଚି ୪୨୦ରେ ଏକ ଗୀତ ଗାୟୀଥିଲେ। କାଲିଫୋର୍ନିୟାରେ ସେ ସଂଗୀତ ଶିକ୍ଷା କରିଥିଲେ। ଶ୍ରୁତି ଚେନ୍ନାଈରେ ତାଙ୍କ ସ୍କୁଲ ପାଠପଢା ସାରିଥିଲେ ଏବଂ ମୁମ୍ବାଇର ସେଣ୍ଟ ଏଣ୍ଡ୍ରୁ କଲେଜରେ ସେ ତାଙ୍କ କଲେଜ ପଢା ସାରିଥିଲେ।

ଶ୍ରୁତି ତାଙ୍କ ମା ଏବଂ ବାପାଙ୍କ ପରି ଫେମସ ହୋଇପାରି ନାହାଁନ୍ତି। ସାଉଥରେ ସେ ବାରନମ ଆୟିରମ , ପୃଥ୍ବୀ , ୟେନନାମୋ ୟୋଧୋ ସହିତ କତେକ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା। ହିନ୍ଦୀ ଫିଲ୍ମ ମଧ୍ୟରୁ ସେ ଦୀଲ୍ଲ ତୋ ବଚ୍ଚା ହେ ଜୀ , ରମୈୟା ବସ୍ତାବୈୟା , ଓ୍ବେଲକମ ବ୍ୟାକ ଏବଂ ଗବର ଇଜି ବ୍ୟାକରେ କାମ କରିଛନ୍ତି।

ସୁରେଶ ରୈନାଙ୍କ ସହ ଯୋଡା ହେଲା ନାଁ..

ଶ୍ରୁତି ହାସନ ନିଜ ପର୍ସନାଲ ମାମଲା ପାଇଁ ମଧ୍ୟ ବହୁତ ଚର୍ଚ୍ଚାରେ ରହିଛନ୍ତି। ଗୋଟିଏ ସମୟରେ ତାଙ୍କ ନାଁ ସହିତ କ୍ରିକେଟ ଟିମର ଫେମସ ପୂର୍ବ କ୍ରିକେଟର ସୁରେଶ ରୈନାଙ୍କ ନାଁ ଯୋଡା ହୋଇଥିଲା। କୁହାଯାଉ ଥିଲା କି ସୁରେଶ ଶ୍ରୁତିଙ୍କୁ ଭଲ ପାଉଥିଲେ। ଗୋଟିଏ ସମୟରେ IPL ଖେଳ ହେଉଥିବା ସମୟରେ ଶ୍ରୁତିଙ୍କୁ ଚେନ୍ନାଈ ସୁପର କିଙ୍ଗ ଟି ର୍ଶାଟରେ ଦେଖିବାକୁ ମିଳିଥିଲା। କିନ୍ତୁ ଏହି ଖବର ବେଶି ଦିନ ଚର୍ଚ୍ଚା ହୋଇ ନଥିଲା।

ଶ୍ରୁତିଙ୍କ ନାଁ ସୁରେଶ ରୈନାଙ୍କ ପରେ ମାଇକଲ କୋର୍ସଲଙ୍କ ସହ ଜୋଡା ଯାଇଥିଲା। ଦୁଇ ଜଣ ବହୁତ ସମୟ ପର୍ଯ୍ୟନ୍ତ ରିଲେସନଶିପରେ ରହିଥିଲେ । ୨୦୧୬ରେ ତାଙ୍କ ସମ୍ପର୍କ ଆରମ୍ଭ ହୋଇ ୨୦୧୯ରେ ଶେଷ ହୋଇଥିଲା। ସେମାନେ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ , ଏହା ଶ୍ରୁତିଙ୍କୁ ବହୁତ ବଡ ଝଟକା ଦେଇଥିଲା ଯାହାପାଇଁ ଶ୍ରୁତି ଖରାପ ଅଭ୍ୟାସର ଶୀକାର ହୋଇଥିଲେ।

ଅଭିନେତ୍ରୀ ଜଣକ ଏକ ଇଣ୍ଟରବ୍ୟୁରେ କହିଥିଲେ କି ଏହାର ଖରାପ ପ୍ରଭାବ ବହୁତ ତାଙ୍କ କାରିଅର ଉପରେ ପଡିଥିଲା କିନ୍ତୁ ସେ ଏହା ସହ ଆଉ ଏକ କଥା କହିଥିଲେ କି ଏହି ସମ୍ପର୍କରୁ ତାଙ୍କୁ ବହୁତ କିଛି ଶିକ୍ଷିବାକୁ ମିଳିଥିଲା।

ଶ୍ରୁତି ଛୋଟବେଳୁ ତାଙ୍କର ଫିଲ୍ମ କାରିଅର ଆରମ୍ଭ କରିଥିଲେ। ଶ୍ରୁତି ବହୁମୁଖୀ ପ୍ରତିଭାର ଅଧିକାରୀ ଅଟନ୍ତି। ସେ ଅଭିନେତ୍ରୀ , ଗାୟୀକା ସହିତ ଏକ ମଡେଲ , ମ୍ୟୁଜିକ କମ୍ପୋଜର ଏବଂ ରାଇଟର ମଧ୍ୟ ଅଟନ୍ତି। ଖବର ଅନୁସାରେ ସେ ଯେତେବେଳେ ୧୪ ବର୍ଷ ବୟସରୁ ଫିଲ୍ମ ସ୍କ୍ରିପ୍ଟ ଲେଖିବା ଆରମ୍ଭ କରିଥିଲେ।

କେତେକ ଭାଷା ମଧ୍ୟ ସେ ଯାଣନ୍ତି ।

ଶ୍ରୁତି ହାସନଙ୍କର ଏକ ଖାସ କଥା ବି ଅଛି ସେ ବହୁତ ଭାଷା ଯାଣିଛନ୍ତି। ହିନ୍ଦୀ , ଇଂରାଜୀ , ତାମିଲି , ମାଲୟାଲମ , ତେଲୁଗୁ ଏବଂ କନ୍ନଡ ଭାଷା ବି ସେ କହି ପାରନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *