ଛଅ ଦିନ ପୂର୍ବରୁ ଗାଁ ଦାଣ୍ଡରେ ପ୍ରେମିକାକୁ ବିବାହ କରିଥିଲେ ପ୍ରେମିକ । ଆଉ ଏବେ ସ୍ତ୍ରୀକୁ ଛାଡ଼ି ହେଲେ ଫେ-ରାର ।

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏମିତି ଅନେକ ଘ-ଟଣା ସାମ୍ନାକୁ ଆସୁଛି , ଯେଉଁଥିରେ କେଉଁଠି ନା କେଉଁଠି ଜଣେ ପୀଡ଼ିତା ନିଜ ପ୍ରେମ ପାଇଁ ହେଉ କିମ୍ବା ନିଜ ସ୍ୱାମୀ ପାଇଁ ହେଉ ଦାଣ୍ଡରେ ବସୁଛନ୍ତି । ଆଉ ଏମିତି ଏକ ଘ-ଟଣା ଛଅ ଦିନ ତଳେ ମଧ୍ୟ ଦେଖିବାକୁ ମିଳିଥିଲା । ପ୍ରେମିକା ଟିନା ରାଣୀ ମଧ୍ୟ ପ୍ରେମିକ ଘର ସାମ୍ନାରେ ବସିଥିଲେ ଏବଂ ଦାବି କରିଥିଲେ ଯେ , ଯେତେ ପର୍ଯ୍ୟନ୍ତ ତାଙ୍କ ପ୍ରେମିକ ଆସି ତାଙ୍କୁ ବିବାହ ନକରିଛନ୍ତି

ସେତେ ପର୍ଯ୍ୟନ୍ତ ସେ ସେଠାରୁ ଉଠିବେ ନାହିଁ । ଆଉ ଠିକ ସେମିତି ହିଁ ହୋଇଥିଲା । ପ୍ରେମିକ ଆସି ଟିନା ରାଣୀଙ୍କୁ ବିବାହ କରିଥିଲା । ଯାହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ସେହି ଭିଡ଼ିଓରେ ଲୋକେ କ-ମେଣ୍ଟ ମଧ୍ୟ ଦେଇଥିଲେ ଯେ ସେହି ବାହାଘର ଲୋକ ଦେଖାଣିଆ ବୋଲି ।

ଯାହାକି ଭବିଷ୍ୟତରେ ତିଷ୍ଠିବ ନାହିଁ ବୋଲି ମଧ୍ୟ କିଛି ଲୋକ କହିଥିଲେ । ଆଉ ବର୍ତ୍ତମାନ ତାହା ହିଁ ଘଟିଛି । ବିବାହର ମାତ୍ର ୬ ଦିନ ପରେ ହିଁ ଟିନାଙ୍କ ଜୀବନ ବଦଳି ଯାଇଛି । ସେ ପୁଣିଥରେ ସ୍ୱାମୀ ଘର ସାମ୍ନାରେ ବସିଛନ୍ତି । ତେବେ ଟିନାଙ୍କ କହିବା ଅନୁଯାୟୀ , ତାଙ୍କ ସ୍ୱାମୀ କୁଆଡ଼େ ତାଙ୍କୁ ବିବାହ ପରେ ଘରକୁ ନେଉ ନଥିଲେ ଏବଂ ଏଣେତେଣେ ରୁମ ନେଇ ରଖୁଥିଲେ ।

ମାତ୍ର ଗତକାଲି ସ୍ୱାମୀ ଦୁଷ୍ମନ୍ତ ଟିନାଙ୍କୁ ଷ୍ଟେସ-ନରେ ବସାଇ ଦେଇ କୁଆଡ଼େ ଛାଡ଼ି ପଳାଇ ଯାଇଛନ୍ତି । ଆଉ ଯିବାବେଳେ ଏହା ମଧ୍ୟ କହି ଯାଇଛନ୍ତି ଯେ , ସେ କୁଆଡ଼େ ଟିନାଙ୍କ ନାମରେ ଅଲଗା ଅଲଗା ଅଭି-ଯୋଗ କରିବେ । ଯେଉଁ କାରଣରୁ ଟିନା ବର୍ତ୍ତମାନ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ।

ବିବାହ ପରେ ଦୁଷ୍ମନ୍ତ ତାଙ୍କୁ ଘରକୁ ନନେଇ ବ୍ରହ୍ମପୁର ନେଇ ଯାଇଥିଲେ , ଏହା କହି ଯେ ବଡ଼ ଭାଇର ବିବାହରେ ଗାଁକୁ ନେଇ ଆସିବେ ବୋଲି । ଟିନା ମଧ୍ୟ ସ୍ୱାମୀଙ୍କର ସବୁ କଥା ମାନୁଥିଲେ । ବ୍ରହ୍ମପୁରରେ ଗୋଟିଏ ଦିନ ପ୍ଲାଟଫର୍ମରେ , ତାପରେ ଏକ ଲୋଜରେ କିଛିଦିନ ରହିବା ପରେ ସ୍ୱାମୀ ଟିନାଙ୍କୁ ମା-ରଧ-ର କରି ଧ-ମକ ଦେଇ ଛାଡ଼ି ପଳାଇ ଯାଇଥିବା କଥା କହିଛନ୍ତି ।

ଯେଉଁ କାରଣରୁ ସେ ସ୍ୱାମୀଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି । ମାତ୍ର ଶାଶୁ ଘର ଲୋକେ ଘରକୁ ପୁରେଇ ଦେଉ ନାହାଁନ୍ତି । ଗତ ଛଅ ଦିନ ତଳେ ମଧ୍ୟ ଏହି ଘଟଣାର ଦୃଶ୍ୟ ପୁରା ସମାନ ଥିଲା । ଯେଉଁଠି ପ୍ରେମିକ ପାଇଁ ପ୍ରେମିକା ସମାଜ ସେବୀ ପ୍ରମିଳା ତ୍ରିପାଠୀଙ୍କ ଉପସ୍ଥିତିରେ ଧାରଣାରେ ବସିଥିଲେ ।

ସେତେବେଳେ ଦୁଷ୍ମନ୍ତ ତାଙ୍କୁ ସବୁ ଲୋକ ସାମ୍ନାରେ ବିବାହ କରିଥିଲେ । ଯେଉଁଠି ବିବାହ କାରଣରୁ ଟିନା ଖୁସି ଥିଲେ , ସେଠାରେ ଦୁଷ୍ମନ୍ତ ତଳକୁ ମୁହଁ କରି କେବଳ ଲୋକଙ୍କର ସବୁ କଥା ମାନୁଥିଲେ । ମାତ୍ର ସେ କେବେବି ଟିନାଙ୍କୁ ଗ୍ରହଣ କରି ନଥିଲେ । ବର୍ତ୍ତମାନ ଟିନାଙ୍କ ଦାବି ଯେ ତାଙ୍କୁ ନିଜ ଶାଶୁ ଘରେ ବୋହୂ ଭାବରେ ଗ୍ରହଣ କରନ୍ତୁ ଏବଂ ତାଙ୍କୁ ସ୍ତ୍ରୀର ସବୁ ଅଧିକାର ମିଳୁ ବୋଲି ।

ତେବେ କହିରଖିବୁ ଯେ ଟିନାଙ୍କ ମାମ-ଲା ଏହି ଗୋଟିଏ ନୁହେଁ , ଏମିତି ଅନେକ ଯୁବତୀଙ୍କ ଜୀବନରେ ଘଟୁଛି । ଯେଉଁଠି ଯୁବପିଢ଼ି ପ୍ରେମ କରି ମଜା ଲୁଟୁଛନ୍ତି । ଆଉ ଶେଷରେ କର୍ତ୍ତବ୍ୟର କଥା ଆସିଲେ ବାଟ କାଟି ଚାଲି ଯାଉଛନ୍ତି । ଯାହା ଆଜିକା ସମୟର ଯୁବ ପିଢ଼ିଙ୍କ ପାଇଁ ବେଶ ନିନ୍ଦ-ନୀୟ ଅଟେ ।

Leave a Reply

Your email address will not be published. Required fields are marked *