ସୋନମଙ୍କ ବାପା ଏବଂ ଅନୁରାଗ କଶ୍ୟପ ମୁହାଁମୁହିଁ, ମୋ ଗାଡି ୪୦ ବର୍ଷ ଚାଲିଥିଲା ତୁମର ଗ୍ୟାରେଜରେ ହିଁ ପଡି ରହିଛି- କହିଲେ ଅନିଲ କପୁର

କଙ୍ଗନା ରଣାୱତ ଏବଂ ଦୀଲଜିତ ଦୋସାଞ୍ଝଙ୍କ ପରେ ବର୍ତ୍ତମାନ ଅନିଲ କପୁର ଏଏବଂ ଅନୁରାଗ କଶ୍ୟପ ମଧ୍ୟ ସୋସିଆଲ ମିଡିଆରେ ପରସ୍ପର ମୁହାଁମୁହିଁ ହୋଇଛନ୍ତି | ଅନିଲ ବର୍ତ୍ତମାନ ସମୟରେ ଆଇସୋଲେସନରେ ଅଛନ୍ତି କାରଣ ତାଙ୍କ ଫିଲ୍ମ “ଯୁଗ ଯୁଗ ଜିଓ”ର ଶୁଟିଂ କୋ-ଷ୍ଟାରଙ୍କର କରୋନା ପଜିଟିଭ ହୋଇଥିବା କାରଣରୁ ଅଟକି ରହିଛି ଏବେ ସେ ନିଜର ସମୟ ସୋସିଆଲ ମିଡିଆରେ ବିତାଉଛନ୍ତି | ଅନିଲ କପୁର ରବିବାର ଦିନ ଏକ ପୋଷ୍ଟ କରିଥିଲେ ଯେଉଁଥିରେ ସେ ଦିଲ୍ଲୀ କ୍ରାଇମକୁ ଏମ୍ମୀ ଆୱାର୍ଡ ମିଳିବାରୁ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଲେଖିଛନ୍ତି ଯେ, ମୁଁ ଆଗରୁ ମଧ୍ୟ ଥରେ କହିଥିଲି ଏବଂ ପୁଣିଥରେ କହୁଛି କାରଣ ସେ ସତରେ ଏହା ପାଇବା ପାଇଁ ଯୋଗ୍ୟ ଅଟନ୍ତି | ଦିଲ୍ଲୀ କ୍ରାଇମ ଟିମକୁ ଅନେକ ଶୁଭେଚ୍ଛା | ଶେଷରେ ନିଜ ଲୋକ ମାନଙ୍କୁ ଅନ୍ତର୍ଜାତୀୟ ପରିଚୟ ମିଳିବାରୁ ଭଲ ଲାଗିଲା | ଅନିଲ କାପୁରଙ୍କର ଏହି ପୋଷ୍ଟ ଉପରେ ଅନୁରାଗ କଶ୍ୟପ ଲେଖିଲେ ଯେ କୌଣସି ଯୋଗ୍ୟ ବ୍ୟକ୍ତିଙ୍କୁ ଅନ୍ତର୍ଜାତୀୟ ପରିଚୟ ମିଳିବାରୁ ଭଲ ଲାଗିଲା | କିନ୍ତୁ ତୁମ ଓସ୍କାର କେଉଁଠି ଅଛି ? ଅଛି କିମ୍ବା ନାହିଁ ? ଆୱାର୍ଡ ନାହିଁ ତ ନୋମିନେଶନ ?

ଅନିଲ କପୁରଙ୍କୁ ଅନୁରାଗ କଶ୍ୟପଙ୍କର ଏହି କଥା କଦାପି ପସନ୍ଦ ଆସି ନଥିଲା ଏବଂ ସେ ଉତ୍ତର ଦେବାକୁ ଯାଇ ଲେଖିଥିଲେ ଯେ- ତୁମେ ଓସ୍କାରର ସବୁଠୁ ନିକଟବର୍ତ୍ତୀ ରହିଛ, ସ୍ଲମଡଗ ମିଲିୟନେୟରକୁ ଟେଲିଭିଜନରେ ଓସ୍କାର ଜିତୁଥିବାର ଦେଖୁଛୁ | ତୁମ ଦ୍ୱାରା ହୋଇପାରିବ ନାହିଁ | ଏଥିରେ ମଧ୍ୟ ଅନୁରାଗ କଶ୍ୟପ ଚୁପ ରହିଲେ ନାହିଁ, ଏହି ପୋଷ୍ଟକୁ କୋଟ କରି ଲେଖିଲେ ଯେ- ହେଡ ମୀ ଡାଉନ ଫିଲ୍ମ କି କିଙ୍ଗ କ୍ୟା କେହେତେନ ହେ, କଣ ଆପଣ ଏହି ଫିଲ୍ମ ପାଇଁ ଦ୍ଵିତୀୟ ପସନ୍ଦ ନଥିଲେ କି ?

ଅନିଲ କପୁର, ଅନୁରାଗ କଶ୍ୟପଙ୍କୁ ଉତ୍ତର ଦେବାକୁ ଯାଇ ଲେଖିଥିଲେ ଯେ, ହେଡ ମୀ ଡାଉନ କିମ୍ବା ପିକ ମୀ ଅପ, ମୋତେ କୌଣସି ଫରକ ପଡୁ ନାହିଁ | କାମ ତ କେବଳ କାମ ହିଁ ଅଟେ | ତୁମ ଭଳି କାମ ଖୋଜିବା ସମୟରେ ବାଳ ଟାଣିବାକୁ ପଡୁନାହିଁ | ଏହା ଉପରେ ଅନୁରାଗ କଶ୍ୟପ, ଅନିଲ କପୁରଙ୍କୁ ଟାର୍ଗେଟ କରି କହିଲେ ଯେ- ସାର ଆପଣ ବାଳ ବିଷୟରେ କୁହନ୍ତୁ ନାହିଁ | ଆପଣଙ୍କୁ ଆପଣଙ୍କ ବାଳର ଦମରେ ରୋଲ ମିଳିଥାଏ |

ଅନିଲ କପୁର ପୋଷ୍ଟରେ ଲେଖିଲେ ଯେ- ପୁଅ ତୁମକୁ ମୋ ପରି କ୍ୟାରିୟର ପାଇବା ପାଇଁ ସିରିୟସ ସ୍କିଲ ଆବଶ୍ୟକ | ଆମ ଗାଡି ୪୦ ବର୍ଷ ହେବ ଖାଲି ଏମିତି ଚାଲୁ ନାହିଁ | ଏହାର ଉତ୍ତରରେ ଅନୁରାଗ ତାଙ୍କର କିଛି ୟୁରିନା ଫିଲ୍ମ ପୋଷ୍ଟର ଉପରେ ଲେଖିଲେ ଯେ ସାର ପ୍ରତ୍ୟେକ ୪୦ ବର୍ଷ ପୁରୁଣା ଗାଡିକୁ ଭିଂଟେଜ କୁହାଯାଏ ନାହିଁ | କିଛି ଗାଡିକୁ ଅକାମି ମଧ୍ୟ କୁହନ୍ତି | ଅବସର ହାତ ଠାରି ଡାକୁଛି |

ଅନୁରାଗ କଶ୍ୟପଙ୍କୁ ଉତ୍ତର ଦେବାକୁ ପଛାଇଲେ ନାହିଁ ଅନିଲ କପୁର ଏବଂ କହିଲେ- ମୋ ଗାଡି ୪୦ ବର୍ଷ ଚାଲିଥିଲା, ତୁମର ବର୍ତ୍ତମାନ ଗ୍ୟାରେଜରୁ ହିଁ ବାହାରି ନାହିଁ | ନିଜର ଶେଷ ପୋଟ ରେ ଏକ ଫୋଟୋ ସହିତ ସେ ଲେଖିଥିଲେ ଯେ, କେବଳ ଗୋଟିଏ କାରଣ ଯେଉଁଥିପାଇଁ ମୁଁ କାନ୍ଦୁଛି ତାହା ହେଉଛି ତୁମ ସହ ଅଭିନୟ କରିବାର କଥା ମୁଁ କହିଥିଲି | କିନ୍ତୁ ଚିନ୍ତା କର ନାହିଁ | ଏହା ଶେଷ ସମୟ ଅଟେ |

Leave a Reply

Your email address will not be published. Required fields are marked *