ସ୍ପେନରେ ଜଣେ ବାରିକ କେଶ କାଟୁଥିବା ସମୟରେ ନିଜ କେଶ କାଟିଦେଇଥିଲେ । ଯଦିଓ ଏହା ଶୁଣିବାକୁ ଅଦ୍ଭୁତ ଲାଗେ । ଯଦି ଆପଣ ପୂର୍ବ ଘ-ଟ-ଣା-ଟି ଜାଣିବେ ତେବେ ଆପଣ ଭାବପ୍ରବଣ ହୋଇଯିବେ । ବାରିକ ଜୋଏଲ ଓରଟେଗା ନିଜ ସହକର୍ମୀ ନେଫତାଲୀ ମାର୍ଟିନଙ୍କ କେଶ କାଟୁଥିଲେ ଯିଏକି ବର୍ତ୍ତମାନ କ୍ୟାନ୍ସର ରୋଗରେ ଚିକିତ୍ସିତ ହେଉଛନ୍ତି । ସେ ତାଙ୍କର କେଶ କାଟୁଥିବା ସମୟରେ ତାଙ୍କୁ କହିଲେ କି , ‘ ସେ ଏକାକୀ ନୁହନ୍ତି ‘।
ନେଫତାଲୀ ପାଇଁ ଏହା ସହଜ ନଥିଲା କାରଣ ସେ ନିଜେ ଲଣ୍ଡା ହେବାପାଇଁ ସ୍ଥିର କରିଛନ୍ତି । କାରଣ କେଶ ଝଡ଼ିବା କେମୋଥେରାପିର ଏକ ପାର୍ଶ୍ୱ ପ୍ରତିକ୍ରିୟା । ନେଫତାଲୀ ଏଲିକାଣ୍ଟେରେ ଥିବା ଏକ ଦୋକାନର ବାରିକ ଥିଲେ । ସେ ତାଙ୍କ ସହକର୍ମୀ ଜୁଏଲଙ୍କୁ କେଶ କାଟିବା କଥା କୁହନ୍ତି ।
View this post on Instagram
ଜୋଏଲ ନେଫତାଲୀଙ୍କ କେଶ କାଟିଦେଲା । କିନ୍ତୁ ଏହା କରିବା ସମୟରେ ସେ ନିଜ ମୁଣ୍ଡରେ କ୍କ୍ଲିପର୍ସଗୁଡିକ ଚଲାଇଦେଲେ ଏବଂ ତାହା ସହିତ ନିଜ କେଶକୁ ମଧ୍ୟ କାଟିଦେଲେ । ନେଫତାଲୀ ଯିଏକି ସିଟ ଉପରେ ବସି ଚିନ୍ତିତ ଥିଲେ , ଜୋଏଲ ତାଙ୍କ ପାଇଁ ଯାହା କଲା ସେ ତାହା ଦେଖି ଭାଙ୍ଗି ପଡିଲେ ।
ଜୋଏଲ ନେଫତାଲୀଙ୍କୁ ସାନ୍ତ୍ୱନା ଦେଲେ । ସମସ୍ତ ଘ-ଟ-ଣା-କୁ କ୍ୟାମେରାରେ କଏଦ କରାଗଲା ଏବଂ ନେଫତାଲୀଙ୍କ ଦ୍ୱାରା ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିଲା ।