ରାଜସ୍ଥାନର ଯୋଧପୁରର ମହାମନ୍ଦିର ଥାନା ଅଞ୍ଚଳର ବୀଜେଏସ କଲୋନୀରେ ରବିବାର ରାତିରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କର ହତ୍ୟା କରିଦେଇଛନ୍ତି। ହତ୍ୟା କରିବା ପରେ ହତ୍ୟାକାରୀ ସ୍ବାମୀ ନିଜେ ପୋଲିସକୁ ଫୋନ କରିଥିଲେ।ତାସହ ନିଜ ଶଶୁରଘରର ଶଶୁରଙ୍କୁ ଫୋନ କରି କହିଥିଲେ କି ଆପଣଙ୍କ ଝିଅକୁ ମୁଁ ମାରିଦେଇଛି। ପୋଲିସ ଆସିବା ପର୍ଯ୍ୟନ୍ତ ହତ୍ୟାକାରୀ ନିଜ ସ୍ତ୍ରୀଙ୍କର ଶବ ପାଖରେ ବସି ମୋବାଇଲରେ ଗେମ ଖେଳିବାରେ ଲାଗିଛନ୍ତି।
ପରିଶେଷରେ ପୋଲିସ ଘଟଣାସ୍ଥଳରୁ ହତ୍ୟାକାରୀ ସ୍ବାମୀଙ୍କୁ ହାଜତକୁ ନେଇ ଯାଇଛନ୍ତି।ଆରୋପୀଙ୍କ ନାମ ବିକ୍ରମ ସିଂହ ଅଟେ ତାଙ୍କ ସ୍ତ୍ରୀଙ୍କ ନାମ ଶିବ କଂବର ଅଟେ। ପଚରାଉଚରା ସମୟରେ ଆରୋପୀ କହିଛନ୍ତି କି କଇଁଚିରେ ସେ ତାଙ୍କ ସ୍ତ୍ରୀଙ୍କର ହତ୍ୟା କରିଦେଇଛନ୍ତି। ବିକ୍ରମ ସିଂହ ଏହି କଥା ନିଜେ ହିଁ ରାତିରେ ଜାଣିପାରୁନଥିଲେ କି ସେ କଣ କରିଦେଇଛନ୍ତି।ତାଙ୍କ କହିବା ଅନୁସାରେ ତାଙ୍କୁ ମାନସିକ ସ୍ତରରେ ବିରକ୍ତି ଲାଗିଲା ତ ସେ ରାତିରେ ଉଠି ତାଙ୍କ ସ୍ତ୍ରୀଙ୍କର ହତ୍ୟା କରିଦେଲେ କିନ୍ତୁ ରବିବାର ସକାଳୁ ପୋଲିସ ଥାନାରେ ତାଙ୍କୁ ଏହି କଥା ବିଶ୍ଵାସ ହୋଇଛି କି ସେ ଆଜି ତାଙ୍କ ଛୁଆଙ୍କୁ ଅନାଥ କରି ଦେଇଛନ୍ତି।
ବିକ୍ରମ ଏବଂ ଶିବ କଂବରଙ୍କର ଏକ ପୁଅ ଏବଂ ଝିଅ ବି ଅଛି। ରାତିରେ ଘରର ଅବସ୍ଥା ଦେଖି ଗୋଟିଏ ଥର ପାଇଁ ବି ପୋଲିସ ଅଧିକାରୀ ମାନେ ନିସ୍ତବ୍ଧ ହୋଇଯାଇଥିଲେ।ଡୀସୀପୀ ଧର୍ମେନ୍ଦ୍ର ସିଂହ ଯାଦବ ଜଣାଇଛନ୍ତି କି ବିକ୍ରମ ସିଂହଙ୍କ ପରିବାର ମୁଖ୍ୟତଃ ଫଲୋଦୀରେ ରହୁଛନ୍ତି କିନ୍ତୁ ବୀଜେଏସ କଲୋନୀରେ ବି ତାଙ୍କର ଏକ ଘର ଅଛି। ଯେଉଁଠାରେ ଏହି ଲୋକମାନେ ବହୁତ ଦିନଠାରୁ ବସବାସ କରୁଛନ୍ତି।
ଡୀସୀପୀ ଜଣାଇଛନ୍ତି କି ଆରୋପୀ ନିଜେ ବହୁତ ଦିନଠାରୁ ବେରୋଜଗାରୀ ଭାବେ ବସି ରହିଛନ୍ତି। ସ୍ତ୍ରୀ ଘରେ ପ୍ରଥମେ ସିଲେଇ କାମ କରୁଥିଲେ,ପରେ ସେ ସହକାରୀ ଷ୍ଟୋରରେ ସେ କାମ କରିବା ଆରମ୍ଭ କରିଦେଇଥିଲେ। ଏଥିରେ ହିଁ ଘର ଚଳୁଥିଲା କିନ୍ତୁ ବିକ୍ରମ ସହକାରୀ ଷ୍ଟୋରରେ କାମ କରିବାକୁ ନେଇ ନିରାଶ ଥିଲେ।ଡୀସୀପୀ ଧର୍ମେନ୍ଦ୍ର ସିଂହ ଯାଦବ ଜଣାଇଛନ୍ତି କି ସ୍ତ୍ରୀର ହତ୍ୟା କରିବା ପରେ ସେ ପୋଲିସକୁ ସୂଚନା ଦେଇଥିଲେ।
ମୃତକା ଶିବ କଂବରଙ୍କର ଭାଇ ମାଙ୍ଗୁ ସିଂହ ଜଣାଇଛନ୍ତି କି ୨୦୦୮ରେ ତାଙ୍କର ବିକ୍ରମ ସହିତ ବାହାଘର ହୋଇଥିଲା। ଲମ୍ବା ସମୟରୁ ବିକ୍ରମ ବେରୋଜଗାରୀ ଅଟନ୍ତି। ଟଙ୍କା ପାଇଁ ମାଡପିଟ କରୁଥିଲେ। ମୋ ଭଉଣୀ ହିଁ ଘର ଚଳାଉଥିଲା, ତାଙ୍କ ଝିଅ ମୋ ପାଖରେ ଥିଲା ତ ପୁଅ ତାଙ୍କ ଜେଜେବାପାଙ୍କ ପାଖରେ ଅକଥନା ଗାଁରେ ରହୁଥିଲା।
ନିଜେ ବିକ୍ରମ ସିଂହ କହିଛନ୍ତି କି ତାଙ୍କୁ ରାତିରେ ବିରକ୍ତି ଲାଗିଲା ତ ସେ ଅଚାନକ ଉଠିଲେ ଏବଂ ସେ ତାଙ୍କ ସ୍ତ୍ରୀଙ୍କର ହତ୍ୟା କରିଦେଲେ। କିନ୍ତୁ ଏମିତି କଣ ପାଇଁ ହୋଇଛି ପୋଲିସ ପାଇଁ ଏବେବି ଚିନ୍ତାର କାରଣ ହୋଇ ରହି ଯାଇଛି। ଯାହାକୁ ନେଇ ବିକ୍ରମ ସିଂହଙ୍କ ସହିତ ଏବେବି ଆହୁରି ପଚରାଉଚରା ହେବ। ପରିଶେଷରେ, ପୋଲିସ ମୃତକାଙ୍କ ଶବକୁ ପୋଷ୍ଟବଟମ କରି ପରିବାର ସଦସ୍ୟଙ୍କୁ ହସ୍ତାନ୍ତର । ମୃତକାଙ୍କ ବାପା ମନୋହର ସିଂହ ବିକ୍ରମ ସିଂହଙ୍କ ବିରୁଦ୍ଧରେ ହତ୍ୟା ଘଟଣାର ଦରଖାସ୍ତ ଜମା କରାଇଛନ୍ତି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।