ଏପରି ଏକ ଫ୍ରିଜ ଯେଉଁଠାରେ ମାଗଣାରେ ମିଳିଥାଏ ଖାଦ୍ୟ, କେବେହେଲେ ଖାଲି ହୋଇନଥାଏ, ମନ ମୁତାବକ ନେଇପାରିବେ ଖାଦ୍ୟ

୨୦୨୦ ମସିହାରେ ବହୁତ ଲୋକମାନଙ୍କ ପାଇଁ ଆର୍ଥିକ ଦୃଷ୍ଟିକୋଣରୁ ବହୁତ ଖରାପ ରହିଥିଲା | ଏହି ବର୍ଷରେ ଲୋକଙ୍କୁ ଅନେକ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡିଥିଲା | କାହାର ଚାକିରୀ ଚାଲିଗଲା ଆଉ କାହାର ଦରମା କଟିଗଲା | ସେହିପରି ଦିନ ମଜୁରୀ ଖଟି ଧାନ ଉପାର୍ଜନ କରୁଥିବା ଲୋକମାନେ ଖାଇବା ପାଇଁ ଡହଳ ବିକଳ ହୋଇଗଲେ | ଏମିତିରେ ଅନେକ ଲୋକ ଏହି ମହାମରୀ ସମୟରେ ସାହାଯ୍ୟ କରିବା ପାଇଁ ମଧ୍ୟ ଗାଁକୁ ବଢି ଆସିଲେ | ସେମାନେ ଆବଶ୍ୟକ ଥିବା ଲୋକଙ୍କୁ ସାହାଯ୍ୟ କରିଥିଲେ ଏବଂ ଭୋକିଲା ଲୋକଙ୍କର ପେଟ ପୁରା ଖାଦ୍ୟ ଖୁଆଇଥିଲେ |

ଏଥିମଧ୍ୟରେ ଏକ ନୀଳ ରଙ୍ଗର ଫ୍ରିଜ ମଧ୍ୟ ଲୋକଙ୍କର ଭୋକର ସମ୍ପୂର୍ଣ୍ଣ ଧ୍ୟାନ ରଖିଥିଲା | ଏହା ଏପରି ଏକ ଫ୍ରିଜ ରହିଛି ଯାହା ୨୪ ଘଣ୍ଟା ଆବଶ୍ୟକ ଥିବା ଲୋକଙ୍କ ପାଇଁ ଖୋଲା ରହିଥାଏ | ଏଥିରୁ ଜଣେ ଭୋକିଲା ବ୍ୟକ୍ତି ଯେତେବେଳେ ଚାହିଁବ ସେତେବେଳେ ଖାଇବା ବାହାର କରି ଖାଇ ପାରିବ | କେବଳ ସେତିକି ନୁହେଁ ଯଦି ଆପଣଙ୍କ ପାଖରେ ଅଧିକ ଖାଦ୍ୟ ରହିଛି କିମ୍ବା ବଳକା ପଡି ଯାଇଛି ତେବେ ଆପଣ ଏହି ଫ୍ରିଜରେ ଭୋକିଲା ଲୋକଙ୍କ ପାଇଁ ରଖିଦେଇ ପାରିବେ | ଏପରି ଭାବରେ ଏହି ଫ୍ରିଜ କେବେହେଲେ ଖାଲି ହୋଇ ନଥାଏ |

ଭୋକିଲା ଲୋକଙ୍କର ପେଟ ଭରି ପାରୁଥିବା ଏହି ଫ୍ରିଜ ଜାର୍ଡନରେ ବୁମନସଙ୍ଗ ସ୍ତ୍ରୀଟିରେ ହଁକି ଏକାଡେମୀ ବାହାରେ ଏକ ସ୍ପୋର୍ଟ୍ସ ଫାଉଣ୍ଡେଶନର ସଂସ୍ଥାପକ ଅହାନ ଖାନଙ୍କ ଦ୍ୱାରା ସ୍ଥାପିତ କରାଯାଇଥିବା | ଏହି ଫ୍ରିଜରେ ରୋଷେଇ କରାଯାଇଥିବା ନୁଡଲ, ବିସ୍କୁଟ, ଖାଦ୍ୟ ପୁଡିଆ ପରି ଜିନିଷ ରଖାଯାଇଥାଏ | ସେହିପରି ମୌଜା, ତଉଲିଆ ପ୍ୟାକେଟ ମଧ୍ୟ ରହିଥାଏ | ଏମିତିରେ ଆବଶ୍ୟକ ଥିବା ବ୍ୟକ୍ତିଙ୍କୁ ବିନା ଟଙ୍କାରେ ଏହିସେବୀ ଜିନିଷ ନେଇ ନିଜର ଆବଶ୍ୟକତା ପୁରାଣ କରି ପାରିବେ |

ଅହାନ ଖାନଙ୍କୁ ଏହି ଆଇଡ଼ିଆ ଏକ ଫିଲ୍ମର ଦୃଶ୍ୟକୁ ଦେଖି ଆସିଥିଲା | ଏହି ଦୃଶ୍ୟରୁ ପ୍ରେରିତ ହୋଇ ସେ ଏହି ଫ୍ରିଜ ଆବଶ୍ୟକ ଥିବା ଲୋକମାନଙ୍କ ପାଇଁ ରଖିଥିଲେ | ସେ ଏହି ଫ୍ରିଜକୁ ଏକ ନୂତନ ଲୁକ ଦେବା ପାଇଁ ଏହାକୁ ନୀଳ ରଙ୍ଗ ମଧ୍ୟ ଦେଇଥିଲେ | ଏହି ଆଇଡ଼ିଆ ବିଷୟରେ ଅହାନ କୁହନି ଯେ “ଯେତେବେଳେ ଆପଣ ଘରକୁ ଯାଇଥାନ୍ତି ସେତେବେଳେ ଭୋଜନ ପାଇଁ ନିଜର ଫ୍ରିଜ ଖୋଲିଥାନ୍ତି | ଠିକ ସେମିତି ହିଁ ମୁଁ ଚାହୁଁଛି ଯେ ସଡକ ଉପରେ ଚାଲୁଥିବା ଲୋକମାନେ ଏହାକୁ ନିଜର ଘର ଭାବନ୍ତୁ ଏବଂ ଆବଶ୍ୟକ ପଡିଲେ ଫ୍ରିଜ ଖୋଲି ଖାଦ୍ୟ ବାହାର କରନ୍ତୁ |

ଅହାନ ଖାନଙ୍କର ସାମୂହିକ ଫ୍ରିଜର ଏହି ଆଇଡ଼ିଆ ଲୋକଙ୍କୁ ସୋସିଆଲ ମିଡ଼ିଆ ଆପରେ ବହୁତ ପସନ୍ଦ ଆସୁଛି | ଯେତେବେଳେ ଏହାର ଫୋଟୋ ଭାଇରଲ ହୋଇଥିଲା ସେତେବେଳେ ଲୋକମାନେ ନିଜର ଖୁସିରେ ଏଠାକୁ ଆସି ଖାଦ୍ୟ ରଖିବା ଆରମ୍ଭ କରି ଦେଇଥିଲେ | ଜଣେ ବ୍ୟକ୍ତି ଏହି ଫ୍ରିଜରେ ବିସ୍କୁଟ, ଇଷ୍ଟେଣ୍ଟ ନୁଡଲ ଏବଂ ସ୍ନାକ୍ସରେ ଭର୍ତ୍ତି ପ୍ଲାଷ୍ଟିକ ବ୍ୟାଗ ରଖି ଯାଇଥିଲେ | ସେ କହିଥିଲେ ଯେ “ଯଦି ଆମେ କୌଣସି ଭଲ କାମ କରିବାକୁ ଚାହୁଁଛନ୍ତି ତେବେ ଆମର ଧନୀ ହେବା କୌଣସି ଆବଶ୍ୟକତା ନଥାଏ | କେବଳ ଆମେ ମନରୁ ଧନୀ ହୋଇଥିବା ଆବଶ୍ୟକ | ଆମକୁ ନିଜ ସମ୍ବଳ ମୁତାବକ ଅନ୍ୟର ସାହାଯ୍ୟ କରିବା ଉଚିତ |”

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *