କରୋନା ଭାଇରସ ପରି ମହାମାରୀ ଅବସରରେ ସଂକ୍ରମଣ ରୋକିବା ପାଇଁ ଆମେ ସମସ୍ତେ ଘରେ ରହୁଛୁ | ଏହି ବିଷମ ପରିସ୍ଥିତି ମଧ୍ୟରେ ଅନ୍ୟ ଜିନିଷ ଛଡା ଅଧିକାଂଶ ଲୋକଙ୍କର ଫିଟନେସ ଖରାପ ହୋଇଯାଇଥିଲା କାରଣ ସେମାନେ ଜିମ, ପାର୍କ କିମ୍ବା ଚଲାବୁଲା କରିବାକୁ ଯାଇ ପାରୁନଥିଲେ | ତେବେ ଏହି ଅବସରରେ ଜଣେ ୮୨ ବର୍ଷୀୟ ମହିଳାଙ୍କର ବ୍ୟାୟାମ କରୁଥିବା ଭିଡିଓ ଭାଇରଲ ହୋଇଯାଇଛି ଯାହା ସମସ୍ତଙ୍କୁ ସକ୍ରିୟ ରହିବା ଏବଂ ବ୍ୟାୟାମ କରିବା ପାଇଁ ପ୍ରେରିତ କରୁଛି |
ଆମେ ସେହି ଜେଜେମାଙ୍କ ବିଷୟରେ କହୁଛୁ ଯାହାଙ୍କର ଭିଡିଓ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରଲ ହୋଇସାରିଛି | ସେ ଲୋକଙ୍କୁ ସୁସ୍ଥ ରହି ନିଜର ଶର୍ତ ଗୁଡିକ ସହିତ ଜୀବନ ବଞ୍ଚିବା ପାଇଁ ଅନୁପ୍ରେରିତ କରୁଥିବାର ନଜର ଆସୁଛନ୍ତି |
୮୨ ବର୍ଷୀୟ ଜେଜେମାଙ୍କ ଭିଡିଓ ପ୍ରଥମଥର ସେତେବେଳେ ଭାଇରଲ ହୋଇଥିଲା ଯେତେବେଳେ ତାଙ୍କ ନାତି, ଚିରାଗ କୋର୍ଡ଼ିୟା ଶାଢ଼ୀ ପିନ୍ଧିଥିବା ଅବସ୍ଥାରେ ହିଁ ତାଙ୍କ ବ୍ୟାୟାମ କରୁଥିବା ଭିଡିଓ ପୋଷ୍ଟ କରିଦେଇଥିଲେ | ମିଡିଆରେ ଦେଖାଇଥିଲେ ଯେ ପ୍ରବଳ ଇଚ୍ଛା ଶକ୍ତି ଥିଲେ ବୟସର କୌଣସି ସୀମା ନଥାଏ |
ଚିରାଗ ନିଜ ଜେଜେମାଙ୍କ ଓଜନ ଉଠାଇବା, ସ୍କ୍ୱାଟସ, ଡେଡ଼ଲିଫ୍ଟସ ପରି ଅନ୍ୟ ବ୍ୟାୟାମର ଅଭ୍ୟାସର ଏକ ଭିଡିଓ ସେୟାର କରିଥିଲେ | ଚିରାଗଙ୍କ ମୁତାବକ ତାଙ୍କ ଜେଜେମା ଛୋଟ ବେଳୁ ବହୁତ ଉର୍ଜାବାନ ଥିଲେ | ସେ ବହୁତ ଉନ୍ନତି କରିଥିଲେ, ଅନେକ ଖେଳ ଖେଳୁଥିଲେ ଏବଂ ବିବାହ କରିବା ପରେ ମଧ୍ୟ ଶାରୀରିକ ରୂପରେ ବହୁତ ମଧ୍ୟ ବହୁତ ସକ୍ରିୟ ରହୁଥିଲେ |
ତେବେ ଵୃଦ୍ଧାଵସ୍ଥାରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା, ଏବଂ ପୁଣି ସେ ଦିନେ ବିଛଣାରେ ପଡିଗଲେ | ସେସମୟରୁ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାକୁ ଲାଗିଲା | ଜେଜେମା ଭୂମି ଉପରେ ନଇଁପଡ଼ି କିମ୍ବା କିଛି ଜିନିଷ ଉଠାଇ ଚାଲିବାକୁ ଭୟ କରୁଥିଲେ |
ନାତି ଜଣକ କହିଲେ ଯେ ତାଙ୍କ ଜେଜେମା ପ୍ରଶିକ୍ଷଣ ନେଉଛନ୍ତି କାରଣ ସେ ବିନା କୌଣସି ଭୟରେ ନିଜର ଦୈନିକ କାର୍ଯ୍ୟକ୍ରମ କରିବାରେ ସକ୍ଷମ ହେବାକୁ ଚାହୁଁଛନ୍ତିମ, ଯାହାଦ୍ୱାରା ସେ ମଜବୁତ, ସ୍ୱତନ୍ତ୍ର ଏବଂ ସକ୍ଷମ ଅନୁଭବ କରି ପାରିବେ | ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କଣ ତାଙ୍କ ଜେଜେମାଙ୍କ ପାଇଁ ଏତେ ଅଧିକ ବୟସରେ ଏତେ ଅଧିକ ଓଜନ ଉଠାଇବା ସୁରକ୍ଷିତ କି, ଏହାଉପରେ ଅନେକ ଲୋକ ଚିନ୍ତା ପ୍ରକଟ କରିଛନ୍ତି |
ହ୍ୟୁମାନ ଅଫ ବମ୍ବେର ଏକ ନିକଟତମ ପୋଷ୍ଟରେ, ୮୨ ବର୍ଷୀୟା ଜେଜେମା ନିଜର ଯାତ୍ରା ବିଷୟରେ କହିଥିଲେ ଯେ କିପରି ନିୟମିତ ଭାବରେ ବ୍ୟାୟାମ କରିବା ଦ୍ୱାରା ତାଙ୍କ ଜୀବନ ବଦଳି ଯାଇଥିଲା | ସେ କହିଥିଲେ ଯେ,”ଧୀରେ ଧୀରେ ଆମେ ବିଛଣାରୁ ଚଟାଣ ଏବଂ ପାଣି ବୋତଲରୁ ଡମ୍ବଲ ପର୍ଯ୍ୟନ୍ତ ପହଞ୍ଚିଗଲୁ | ମୋ ପାଦରେ ଫୁଲା କମ ହୋଇଯାଇଥିଲା ଏବଂ ମୁଁ ନିଜର ହାତ ଏବଂ ବାହୁରେ ପୁଣିଥରେ ଶକ୍ତି ହାସଲ କରିନେଇଛି | ସମୟ ସହିତ ଗଣ୍ଠିର ଯନ୍ତ୍ରଣା କମ ହୋଇଗଲା ଏବଂ ରକ୍ତଚାପର ସମସ୍ୟା ମଧ୍ୟ ଶେଷ ହୋଇଗଲା |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।