ଏମିତି ଚମତ୍କାର କେବଳ ସେତିକି ଭାଗ୍ୟ ଥିଲେ ଦେଖି ହୁଏ

କୁହାଯାଏ ଭାଗ୍ୟ ସେହି ସୁନା ଚଢ଼େଇର ନାଁ ଅଟେ ଯାହା ମନୁଷ୍ୟକୁ ମାତ୍ର କିଛି ସେକେଣ୍ଡ ମଧ୍ୟରେ ରାଜାରୁ ରଙ୍କ ଏବଂ ରଙ୍କରୁ ରାଜା କରି ଦେଇପାରେ। କେବଳ ଏତିକି ନୁହେଁ ଭାଗ୍ୟରେ ଥିଲେ ମନୁଷ୍ୟ ଯମରାଜାଙ୍କୁ ଛୁଇଁ ମଧ୍ୟ ଫେରି ଆସିପାରେ।

ଜାନୁଆରୀ ୨୦୨୧ରେ ସାଉଥ୍ ଆରବର ଜେଦାହ ସହରରେ ଚାଲିଥିଲା ରେସିଙ୍ଗ ସମୟରେ ଏହି ଭୟଙ୍କର ଦୃଶ୍ୟ ଦେଖିବା ପାଇଁ ମିଳିଥିଲା। ଘଟଣା ଅନୁସାରେ ଋଷିଆର ଶିବାଲୋଫ ଆଣ୍ଟନ ନିଜ ଟ୍ରକରେ ଅର୍ଫୋଡିଂ କରୁଥିଲେ ଏବଂ ତାଙ୍କ ଗାଡିର ସ୍ପିଡକୁ ରେକର୍ଡ କରିବା ପାଇଁ ତାଙ୍କ ଟ୍ରକର ଠିକ ଉପରେ ଗୋଟିଏ ହେଲିକପ୍ଟର ଉଡୁଥିଲା। କିନ୍ତୁ ମରୁଭୂମି ଯୋଗୁଁ ରାସ୍ତାରେ ଖାଲି ମଧ୍ୟ ଥିଲା ଏବଂ ଶିବାଲୋଫଙ୍କ ଟ୍ରକ ଗୋଟିଏ ଖାଲ ଉପରେ ଯିବା ସମୟରେ ଉପରକୁ ଉଠି ଯାଇଥିଲା ଯାହାଫଳରେ ତାଙ୍କ ଟ୍ରକ ଉପରେ ଯାଉଥିବା ହେଲିକପ୍ଟର ସହିତ ଟ୍ରକ ମାଡ଼ ହୋଇ ଯାଇଥିଲା। କିନ୍ତୁ ଟ୍ରକ ଏବଂ ହେଲିକପ୍ଟରରେ ବସିଥିବା ଲୋକଙ୍କ ଭାଗ୍ୟ ତ ଦେଖନ୍ତୁ ହେଲିକପ୍ଟର ବାଜିବା ସତ୍ବେ ମଧ୍ୟ ସେମାନେ ସେଦିନ ବଞ୍ଚି ଯାଇଥିଲେ।ଯଦି ଟିକେ ବି ଏପଟସେପଟ ହୋଇଥାନ୍ତା ତା’ହେଲେ ପରିସ୍ଥିତି ବହୁତ ଭୟଙ୍କର ହୋଇ ଯାଇଥାନ୍ତା।

ଗ୍ରାଇଣ୍ଡର ବା କଟିଙ୍ଗ ମେସିନ ମରି ତୀକ୍ଷ୍ଣ ଉପକରଣ ଚାଲିବା ସମୟରେ ସେଥିରେ ହେଉଥିବା ଦୁର୍ଘଟଣା ବିଷୟରେ ତ ଆପଣମାନେ ଜାଣିଥିବେ କିନ୍ତୁ ପରବର୍ତ୍ତୀ କ୍ଲିପରେ ଆପଣମାନେ ଦେଖିବେ ଯେ ଗୋଟିଏ ଲୋକ କଟିଙ୍ଗ ମେସିନ ଚଲାଇବା ସମୟରେ ତାର ତୀକ୍ଷ୍ଣ ପ୍ଲେଟ ଭାଙ୍ଗି ଯାଇଥିଲା ଏବଂ ସିଧା ଗୁଳି ଭଳି ସ୍ପିଡରେ ଆସି ଆଖି ଆଗରେ ବାଜିଲା କିନ୍ତୁ ଲୋକଟିର ଭାଗ୍ୟ କୁହନ୍ତୁ ବା ଚମତ୍କାର ସେଦିନ ସେ ସେପ୍ଟି ଗ୍ଲାସ ପିନ୍ଧିଥିଲା ଏବଂ ଭଙ୍ଗା ପ୍ଲେଟଟି ଚଷମାରେ ଲାଗିଗଲା।ଯଦି ସେଦିନ ଓ୍ବାର୍କର ଜଣଙ୍କ ଭୁଲରେ ମଧ୍ୟ ସେପ୍ଟି ଗ୍ଲାସ ପିନ୍ଧି ନଥାନ୍ତେ ତାହେଲେ ସବୁଦିନ ପାଇଁ ନିଜ ଆଖି ହରେଇ ବସିଥାନ୍ତେ।

ସେପ୍ଟେମ୍ବର ୨୦୧୪ରେ ଜଣେ ପ୍ରଫେସନାଲ ଡ୍ରାଇଭର ଆମେରିକାର ସେଟ କ୍ଲେୟର ନଦୀରେ ଡ୍ରାଇଭିଂ କରିବା ପାଇଁ ପହଁଞ୍ଚି ଯାଇଥିଲେ କିନ୍ତୁ ଡ୍ରାଇଭର ଜଣଙ୍କ ଏକଥା ଜାଣିନଥିଲେ ଯେ ସେହି ନଦୀ ବହୁତ ବଡ଼ ଅଟେ ଏବଂ ସେହି ନଦୀ ଦେଇ ବହୁତ ଗୁଡ଼ିଏ ବଡ଼ବଡ଼ ଜାହଜ ମଧ୍ୟ ଯାଇଥାଏ। ଡ୍ରାଇଭର ଜଣଙ୍କ କିଛି ସମୟ ଡ୍ରାଇଭିଂ କରିବା ପରେ ଏମିତି ଏକ ଶବ୍ଦ ଶୁଣିଲେ ଯାହା ତାଙ୍କ ହୃଦୟକୁ ଥରେଇ ଦେଲା। ପ୍ରକୃତରେ ତାଙ୍କ ଉପର ଦେଇ ଗୋଟିଏ ଜାହଜ ଆସୁଥିଲା ଏବଂ ପାଣି କମ ଥିବାରୁ ଜାହଜର ପ୍ରପେଲର ଡ଼୍ରାଇଭରଙ୍କ ଠିକ ମୁଣ୍ଡ ଉପରେ ପାସ କରିଗଲା।ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ବିଶାଳକାୟ ପ୍ରପେଲର କୈାଣସି ବି ତିମି ମାଛକୁ ମଧ୍ୟ ଆରାମରେ ଖଣ୍ଡଖଣ୍ଡ କରି କାଟି ଦେଇପାରେ।ଯଦି ସେଦିନ ପ୍ରପେଲର ଡ୍ରାଇଭରଙ୍କ ଦେହରେ ଲାଗି ଯାଇଥାନ୍ତା ତାହେଲେ ଫଳାଫଳ ବହୁତ ଭୟଙ୍କର ହୋଇଥାନ୍ତା।

ନଭେମ୍ବର ୨୦୨୧ରେ ଇଣ୍ଡୋନେସିଆର କୋମ୍ବୋଡ ନ୍ୟାସନାଲ ପାର୍କରେ ରେକର୍ଡ ହୋଇଥିବା ଏହି ଭିଡିଓରେ ଆପଣ ଦେଖିବେ ଗୋଟିଏ ହରିଣକୁ। ଯିଏ ଆଶ୍ଚର୍ଯ୍ୟ ଜନକ ଭାବରେ ଦୁନିଆର ସବୁଠାରୁ ବଡ ଲିଜାର୍ଡ କୋମୋଡ ଡାର୍ଗନ ମୁହଁରେ ପଶି ପୁଣି ଫେରି ଆସିଲା।ଏହି କ୍ଲିପରେ ଆପଣ ଦେଖିବେ ଯେ ଗୋଟିଏ କୋମୋର୍ଡ ଡ୍ରାଗନ ଆହତ ହରିଣକୁ ଶିକାର କରିବା ପାଇଁ ପାଣିରେ ପଶେ। କିନ୍ତୁ ପ୍ରଥମ ଥର ହରିଣ ତାର ଆକ୍ରମଣରୁ ବଞ୍ଚି ଯାଇଥାଏ। କିନ୍ତୁ ପୁଣି ଥରେ କୋମୋର୍ଡ ଡ୍ରାଗନ ହରିଣର ପିଛା କରି ପାଣିରେ ପଶେ ଏବଂ ଏହିଥର ଆଉ ଗୋଟିଏ କୋମୋଡ ଡ୍ରାଗନ ମଧ୍ୟ ସହଜ ଶିକାର ଆଶାରେ ସେଠାକୁ ଆସିଯାଏ। ସେଦିନ ହରିଣର ମୃତ୍ୟୁ ନିଶ୍ଚିତ ଥିଲା। କିନ୍ତୁ କଥାରେ ଅଛି ନାଁ ଯାହାକୁ ରଖିବେ ଅନନ୍ତ କେ କରିପାରେ ବଳବନ୍ତ। ଦୁଇଟି କୋମୋଡ ଡ୍ରାଗନ କଣ ଭାବିଲେ କେଜାଣି ହରିଣକୁ ଛାଡ଼ି ସେଠାରୁ ଚାଲି ଆସିଲେ। ଏହାହିଁ ଚମତ୍କାର।

ଅକ୍ଟୋବର ୨୦୨୧ରେ ଭିଏତନାମାର କୈାଣସି ସହରରୁ ରେକର୍ଡ ହୋଇଥିବା ଏହି ଭିଡିଓରେ ଆପଣ ଦେଖିବେ ଯେ ଏହି ଲୋକ ନିଜ ଗ୍ୟାରେଜ ଆଗରେ ବସି ବାଇକ ଧୋଉଥିଲା।ଠିକ ଏହି ସମୟରେ ରାସ୍ତା ଯାଉଥିବା ଜଣେ ବ୍ୟକ୍ତି ଗେଟକୁ ଧରି ରଖିଥିବା ବାଡି ସହିତ ଧକ୍କା ହୋଇଯାଏ ଏବଂ ଏହି ସମୟରେ ହଠାତ ଗେଟ ତଳକୁ ଖସି ପଡେ। ଏହିଠାରେ ଗେଟ କେବଳ ହେଲମେଟ ସହିତ ଘଷି ହୋଇଗଲା ଏବଂ ମହାଶୟ ଜଣଙ୍କ ବଞ୍ଚିଗଲେ। ନହେଲେ ଏତେ ଓଜନର ଲୁହା ଗେଟ ବ୍ୟକ୍ତି ଜଣଙ୍କ ଉପରେ ପଡ଼ିଥିଲେ ଅବସ୍ଥା ବହୁତ ଭୟଙ୍କର ହୋଇ ଯାଇଥାନ୍ତା।

ବର୍ତମାନ ଏହି ମହାଶୟ ଜଣଙ୍କୁ ଦେଖନ୍ତୁ ଯିଏ ବର୍ଷାରେ ବାଇକ ଉପରେ ବସି ନିଜକୁ ଶାହଋଖ ଖାନ ଭାବି ଟିକିଟକ ଭିଡିଓ ବନାଉଥିଲେ କିନ୍ତୁ ହଠାତ ତାଠାରୁ ମାତ୍ର ଅଳ୍ପ କିଛି ଦୂରରେ ଘଡଘଡି ମାରେ ଏବଂ ମହାଶୟଙ୍କର ପୂରା ଟିକିଟକ ନିଶା ଛାଡିଯାଏ ଏବଂ ଏହାପରେ ମହାଶୟଙ୍କୁ କେବେ ବର୍ଷାରେ ଟିକିଟକ ଭିଡିଓ ବନାଉଥିବାର ଦେଖା ଯାଇନାହିଁ।

Leave a Reply

Your email address will not be published. Required fields are marked *