୨୦୧୬ରେ ରିଲିଜ ହୋଇଥିବା ବାୟୋପିକ ଫିଲ୍ମ ଏମଏସ ଧୋନି ଦ ଅନଟୋଲ୍ଡ ଷ୍ଟୋରିରୁ ସୁଶାନ୍ତ ସିଂ ରାଜପୁତ ସର୍ବାଧିକ ଲୋକପ୍ରିୟତା ପାଇଥିଲେ। ଭାରତର କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବାୟୋପିକ ଫିଲ୍ମରେ କାମ କରି ସୁଶାନ୍ତଙ୍କୁ ଅନେକ ପ୍ରଶଂସା କରାଯାଇଥିଲା।
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ଘରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି।ଏହି ଖବର ଜଣାପଡିବ ପରେ ସମଗ୍ର ବଲିଉଡ ଏବଂ ଟିଭି ଦୁନିଆ ବ୍ୟସ୍ତ ବିବ୍ରତ ଭାବେ ଚାଲିଛି। ସୁଶାନ୍ତ ସିଂ ରାଜପୁତ ଏକ ଛୋଟ ପରଦାରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ।ଏହା ପରେ ସେ ବଡ ପରଦାରେ ସେ ମହେନ୍ଦ୍ର ସିଂ ଧୋନୀଙ୍କ ବାୟୋପିକ ଫିଲ୍ମ ଏମଏସ ଧୋନି ଦ ଅନଟୋଲ୍ଡ ଷ୍ଟୋରିରେ କାମ କରିଥିଲେ। ଆସନ୍ତୁ ଆପଣଙ୍କୁ ସୁଶାନ୍ତଙ୍କ କ୍ୟାରିୟରର ପୁରା କାହାଣୀ କହିବା।
ଛୋଟ ପରଦାରେ ଏପରି ରହିଥିଲା କ୍ୟାରିୟର:
ଟିଭିରେ ସୁଶାନ୍ତ ନିଜ କ୍ୟାରିଅର ଆରମ୍ଭ କରିଥିଲେ କିନ୍ତୁ ଖୁବ କମ ଲୋକ ଜାଣନ୍ତି ସେ ଜଣେ ବ୍ୟାକଗ୍ରାଉଣ୍ଡ୍ ନୃତ୍ୟଶିଳ୍ପୀ ଭାବରେ କାମକରିଛନ୍ତି ବୋଲି। ଷ୍ଟାର ପ୍ଲୁସ ଶୋ କିସ ଦେଶ ମେ ହେ ମେରା ଦିଲ ୨୦୦୮ରୁ ତାଙ୍କ କ୍ୟାରିଅର ଆରମ୍ଭ ହୋଇଥିଲା। ୨୦୧୦ରେ ସେ ରୀୟଲୀଟି ଟିଭି ସୋ ଜାରା ନାଚକେ ଦେଖାରେ ଅଭିନୟ କରିଥିଲେ। ଏହା ପରେ ସୁଶାନ୍ତ ୨୦୧୦ରେ ରୀୟଲୀଟି ଟିଭି”ଝଲକ ଦିଖଲା ଜା”ର ଚତୁର୍ଥ ସେଜେନରେ ଦେଖିବାକୁ ମିଳିଥିଲେ। ଏକତା କପୁରଙ୍କ ସୋ” ପବିତ୍ର ରିସ୍ତା” ରେ ସୁଶାନ୍ତ ଛୋଟ ପରଦାରେ ସବୁଠୁ ଅଧିଲ ଲୋକପ୍ରିୟତା ପାଇଥିଲେ।

ବଡ଼ ପରଦାର ଯାତ୍ରା ଏହିପରି ଥିଲା:
୨୦୧୩ରେ ମୁକ୍ତିଲାଭ କରିଥିବା ଫିଲ୍ମ “କୋଇ ପୋ ଚେ ” ରୁ ସୁଶାନ୍ତ ବଡ ପରଦାରେ ଅଭିନୟ ଆରମ୍ଭ କରିଥିଲେ। ସେହି ବର୍ଷ ତାଙ୍କୁ ସୁଦ ଦେଶୀ ରୋମାନ୍ସ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିଥିଲା। ୨୦୧୪ରେ ସୁଶାନ୍ତ ଅମୀର ଖାନ ଙ୍କ ଫିଲ୍ମ ପିକେରେ ଅନୁଷ୍କାଙ୍କ ପ୍ରେମିକ ଭାବରେ ଅଭିନୟ କରିଥିଲେ।୨୦୧୫ରେ ସୁଶାନ୍ତ ସିଂ ଡ଼ିଟେକ୍ଟିଭ ବାଇମକେସ ବକ୍ସି ଫିଲ୍ମ କରିଥିଲେ।
୨୦୧୬ରେ ରିଲିଜ ହୋଇଥିବା ବାୟୋପିକ ଫିଲ୍ମ ଏମଏସ ଧୋନି ଦ ଅନଟୋଲ୍ଡ ଷ୍ଟୋରିରୁ ସୁଶାନ୍ତ ସିଂ ରାଜପୁତ ସର୍ବାଧିକ ଲୋକପ୍ରିୟତା ପାଇଥିଲେ। ଭାରତର କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବାୟୋପିକ ଫିଲ୍ମରେ କାମ କରି ସୁଶାନ୍ତଙ୍କୁ ଅନେକ ପ୍ରଶଂସା କରାଯାଇଥିଲା। ଏହା ପରେ ସୁଶାନ୍ତ ରାଵତା, ସ୍ୱାଗତ ନିଉୱର୍କ, କେଦାରନାଥ, ସୋଞ୍ଚୀରିଆ, ଏବଂ ଛିଛୋରେ ଭଳି ଫିଲ୍ମରେ ଅଭିନୟ କରିଥିଲେ।
ନିକଟରେ ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ଡ୍ରାଇଭ ମୁକ୍ତିଲାଭ କରିଥିଲା। ଯାହାକି ଅଧିକ ଲୋକପ୍ରିୟତା ପାଇନଥିଲା ଏବଂ ତାଙ୍କ ଅନ୍ୟ ଫିଲ୍ମ ଦିଲ ବେଚରା ଏବେ ପର୍ଯ୍ୟନ୍ତ ରିଲିଜ ହୋଇନାହିଁ। ସୁଶାନ୍ତଙ୍କ କ୍ୟାରିଅର ଗ୍ରାଫ ଖରାପ ନଥିଲା ଏବଂ ସେ ଏ ପର୍ଯ୍ୟନ୍ତ ତାଙ୍କ ଜୀବନରେ ଅନେକ ପୁରସ୍କାର ପାଇଛନ୍ତି। ସେ ଭାରତୀୟ ଟେଲିଭିଜନ ଏକାଡେମୀ, ବିଗ୍ ଷ୍ଟାର ଏଣ୍ଟରଟେନମେଣ୍ଟ ଆୱାର୍ଡ , ଆର୍ଟିଷ୍ଟ ଆୱାର୍ଡ ଏବଂ ସ୍କ୍ରିନ୍ ଆୱାର୍ଡ ଜିତିଥିଲେ।