ବଲିଉଡରେ ସ୍ଟାର କିଡ୍ସ ମାନଙ୍କର ଏକ ଅଲଗା ପ୍ରକାରର ଜଲଓ୍ବା ରହିଥାଏ। ଏମାନେ ଜନ୍ମରୁ ରୂପାର ଚାମଚ ନେଇ ଆସିଥାନ୍ତି। ଏମାନଙ୍କୁ ଜନ୍ମରୁ ସବୁ ଖୁସି ଏବଂ ସବୁ ସୁବିଧା ମିଳିଥାଏ। ଏମାନଙ୍କ ଜୀବନ ଜାପନ ବହୁତ ଆରାମ ଦାୟକ ଏବଂ ଲଗଜରୀ ପରି ହୋଇଥାଏ। ଆଜି କାଲି ଏହି ସ୍ଟାର କିଡ୍ସ ମାନେ ସୋଶିଆଲ ମିଡଆରେ ନିଜ ଫଟୋ ସେୟାର କରି ବହୁତ ଚର୍ଚ୍ଚିତ ହେଉଛନ୍ତି। ଏମାନଙ୍କୁ ଫିଲ୍ମରେ ଡେବ୍ୟୁ କରିବା ପାଇଁ କୌଣସି କଷ୍ଟ କରିବାକୁ ପଡି ନଥାଏ।
ଏମାନଙ୍କୁ ଆପଣ ପସନ୍ଦ କରନ୍ତୁ କି ନ କରନ୍ତୁ କିନ୍ତୁ ଏମାନେ ଚର୍ଚ୍ଚାରେ ରହିଥାନ୍ତି। ଆଜି ଆମେ ଆପଣଙ୍କୁ ଏମିତି ୪ଟି ସ୍ଟାର କିଡ୍ସଙ୍କ କଥା କହିବାକୁ ଯାଉଛୁ ଯିଏ ଛୋଟ ବେଳୁ ଭଲ ସାଙ୍ଗ। ଆମେ ଆପଣଙ୍କୁ ଆଜି ତାଙ୍କର ଗୋଟିଏ ଗୋଟିଏ ଥ୍ରୋବ୍ୟାକ ଫଟୋ ଦେଖାଇବାକୁ ଯାଉଛୁ। ଏହି ଫଟୋରୁ ଆପଣ ଯାଣିପାରିବେ କେଉଁ କେଉଁ ସ୍ଟାର ଏମାନେ। ଏହି ଫଟୋକୁ ଧ୍ୟାନରେ ଦେଖନ୍ତୁ।
ଏହି ଫଟୋରେ ଅଛନ୍ତି ସୁହାନା ଖାନ , ଅନନ୍ୟା ପାଣ୍ଡେ , ଶନାୟା କାପୁର ଏବଂ ନବ୍ୟା ନବେଲି ନନ୍ଦା। ଶାହାରୂଖ ଖାନଙ୍କ ଝିଅ ବହୁତ ଜଲଦି ବଲିଉଡରେ ଡେବ୍ୟୁ କରି ପାରନ୍ତି।
ଅନନ୍ୟା ପାଣ୍ଡେ ବଲିଉଡର ଫେମସ କମିକ ଆକ୍ଟର ଚଙ୍କୀ ପାଣ୍ଡେଙ୍କ ଝିଅ। ସେ ସ୍ଟୁଡେଣ୍ଟ ଅଫ ଦି ଇୟର ୨ରୁ ଡେବ୍ୟୁ ଆରମ୍ଭ କରିଥିଲେ। ତାଙ୍କୁ ପତୀ ପତନୀ ଔର ବୋ, ଖାଲି ପିଲିରେ ମଧ୍ୟ ଦେଖିବାକୁ ମିଳିଥିଲା। ଶନୟା କାପୁର ଅନୀଲ କାପୁରଙ୍କ ଭାଇ ସଂଜୟ କାପୁରଙ୍କ ଝିଅ ଅଟନ୍ତି। ସେ ତାଙ୍କ ହଟ ଫଟୋ ପାଇଁ ଚର୍ଚ୍ଚାରେ ରହିଥନ୍ତି । ସେ ମଧ୍ୟ ବଲିଉଡରେ ଏଣ୍ଟ୍ରି ମାରି ପାରନ୍ତି।
ଶେଷରେ ବଲିଉଡର ମହାନାୟକଙ୍କ ନାତୁଣି ନବ୍ୟା ନବେଲୀ ନନ୍ଦା ଅଟନ୍ତି। ସେ ଅମିତିଭ ବଚ୍ଚନଙ୍କ ଝିଅ ଶ୍ବେତାଙ୍କ ଝିଅ ଅଟନ୍ତି। ନବ୍ୟା ନିଜର କ୍ୟୁଟନେସ ଫଟୋ ପାଇଁ ସୋଶିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ସେ ବଡ ହୋଇ ଅଭିନେତ୍ରୀ ହେବେ କି ନାଇ ଜଣା ପଡି ନାହିଁ।
ଏହି ଚାରି ଜଣ ସ୍ଟାର କିଡ୍ସ ପରସ୍ପର ଭିତରେ ବହୁତ ଭଲ ସାଙ୍ଗ ଅଟନ୍ତି। ସେମାନଙ୍କୁ କେତେ ଥର ଏକାଠି ଦେଖିବାକୁ ମିଳିଛି । ତାଙ୍କର କେତେକ ଫଟୋ ଅନନ୍ୟା ପାଣ୍ଡେ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ପ୍ରଥମେ ୪ଜଣ ସ୍ଟାର କିଡ୍ସ ନିଜର ବର୍ତ୍ତମାନ ବୟସର ପୋଜ ଦେଇ ଫଟୋ ସେୟାର କରିଛନ୍ତି। ପୁଣି ଦ୍ବିତୀୟ ଫଟୋରେ ୪ଜଣ ଯାକ ସେମ ପୋଜରେ ଫଟୋ ସେୟାର କରିଛନ୍ତି କିନ୍ତୁ ଏହି ଫଟୋ ତାଙ୍କ ଛୋଟ ବେଳର।
ଏହି ଫଟୋକୁ ସେୟାର କରି ଅନନ୍ୟା ପାଣ୍ଡେ କ୍ୟାପଶନରେ ଲେଖିଥିଲେ କି , କିଛି ବଦଳି ନାହିଁ କେବଳ ଏହା ଛଡା ଏବେ ମୁଁ ସୁହାନର ମୁଣ୍ଡ ଖାଉ ନାହିଁ। ମୁଁ ଏପରି କେବେ କେବେ କରେ।
View this post on Instagram