ଆମେ ଆପଣଙ୍କୁ ଜଣେଇବା ପାଇଁ ଯାଉଛୁ ଶୁଖିଲା କାଶ ଭଲ ହେବାର ଉପାୟ।

ବନ୍ଧୁଗଣ ଶୁଖିଲା କାଶ ବା ଡ୍ରାୟକପ ଭୋଳି ସମସ୍ୟା ଅନେକ ଲୋକଙ୍କୁ ଭୋଗିବାକୁ ପଡୁଛି। ଥରେ ଶୁଖିଲା କାଶ ହେଲେ ତାହା ସହଜରେ ଭଲ ହୁଏ ନାହିଁ। ସେଥିପାଇଁ ଆପଣ ଅନେକ ପ୍ରକାରର କପସିରାପର ମଧ୍ୟ ସେବନ କରିଥାନ୍ତି। ଯାହା ସ୍ବାସ୍ଥ୍ୟ ପାଇଁ ବହୁତ ଅଧିକ ହାନିକାରକ ଅଟେ। ଏମିତି ପରିସ୍ଥିତିରେ ଆପଣ କରିବେ ତ କରିବେ କଣ। ସେଥିପାଇଁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ଆଜି ଆମେ ଆପଣଙ୍କୁ ଏମିତି ଏକ ଚମତ୍କାରୀ ଆୟୁର୍ବେଦ ଘରୋଇ ଉପଚାର ନେଇଆସିଛୁ ଯାହାର ସେବନ ଦ୍ୱାରା ଆପଣଙ୍କର ଶୁଖିଲା କାଶ ବା ଡ୍ରାୟକପ ତୁରନ୍ତ ଭଲ ହୋଇଯିବ। ଏହାକୁ ଛୋଟ ପିଲାଙ୍କଠୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ସେବନ କରିପାରିବେ। ନିହାତି ଆପଣ ଥରେ ଏହାର ସେବନ କରନ୍ତୁ। ତେବେ ଆସନ୍ତୁ ଜାଣିବା ଏହାକୁ ଆପଣ କେମିତି ବନେଇବେ ଏବଂ ଆପଣ ଏହାର ସେବନ କେମିତି କରିବେ।

ଏଥିପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡ଼ିବ ତାହା ଅଟେ ଗୁଡ଼। ଅର୍ଗାନିକ ଗୁଡ଼ ନେବାକୁ ଚେଷ୍ଟା କରନ୍ତୁ। ୨ଚାମଚ ଗୁଡ଼ ଏଥିପାଇଁ ଆପଣଙ୍କୁ ଆବଶ୍ୟକତା ପଡ଼ିବ। ଦେଖିବେ ଆପଣ ଏହାକୁ ହାଲକା ଗୁଣ୍ଡ କରିବେ। ଦିତୀୟ ସାମଗ୍ରୀ ଏଥି ପାଇଁ ଆବଶ୍ୟକ ତାହା ହେଉଛି ଏକ ଚାମଚ ଘିଅ। ଗାଈ ଘିଅର ପ୍ରୟୋଗ ଆପଣ ଏଥିରେ କରନ୍ତୁ। ତୃତୀୟ ସାମଗ୍ରୀ ଏଥିରେ ଆବଶ୍ୟକ ତାହା ହେଉଛି ଏକ ଚାମଚ ହଳଦୀ ଗୁଣ୍ଡ। ଚତୁର୍ଥ ସାମଗ୍ରୀ ଏଥିରେ ପଡ଼ିବ ଲୁଣ। ଅଧା ଚାମଚ ଲୁଣ ଆପଣ ଏଥିରେ ପ୍ରୟୋଗ କରନ୍ତୁ। ପଞ୍ଚମ ଏବଂ ଶେଷ ସାମଗ୍ରୀ ଏଥିରେ ଆବଶ୍ୟକ ତାହା ହେଉଛି ଗୋଲମୋରିଚ ଗୁଣ୍ଡ।

ଅଧା ଚାମଚରୁ କମ ଗୋଲମୋରିଚ ଗୁଣ୍ଡର ଆପଣ ଏଥିରେ ପ୍ରୟୋଗ କରନ୍ତୁ। ଗୋଲମୋରିଚକୁ ପେଶୀ ଗୁଣ୍ଡ କରି ଆପଣ ପ୍ରସ୍ତୁତ କରନ୍ତୁ। ଏବେ ଆପଣ ଏହି ସମସ୍ତ ଜିନିଷକୁ ଏକା ସଙ୍ଗରେ ମିଶେଇ ଭଲ ଭାବରେ ଚକଟି ଦିଅନ୍ତୁ। ଅନେକ ଥର ଆମକୁ କାଶ ହେଲେ ଆମେ ଭିକ୍ଶ ବା ହଲସର ଏଣ୍ଡି ଆପଣ ସେବନ କରନ୍ତି ତାକୁ ଆପଣ ସେବନ ନକରି ଘରେ ଏହାକୁ ବନେଇ ରଖନ୍ତୁ। ଏବଂ ଏହାର ସେବନ କରନ୍ତୁ। ବହୁତ ଆରାମ ମିଳିବ ଏବଂ ଧୀରେ ଧୀରେ ଆପଣ ଦେଖିବେ ଆପଣଙ୍କ ଶୁଖିଲା କାଶ ଠିକ ହୋଇଯିବ। ଏହା ଖାଇବା ମଧ୍ୟ ବହୁତ ସ୍ଵାଦିଷ୍ଟ ଅଟେ। ଛୋଟ ବଡ଼ ସମସ୍ତଙ୍କୁ ଏହା ଖାଇବା ବହୁତ ଭଲ ଲାଗିଥାଏ।

ଏଥର ଏହାକୁ ଭଲ ଭାବରେ ଚକଟି ନେଇ ଆବଶ୍ୟକତା ଅନୁସାରେ ଆପଣ ଏଥିରେ ଆଉ କିଛି ଘିଅ ଦେଇପାରିବେ। ଏବେ ଏହି ମିଶ୍ରଣ ପ୍ରସ୍ତୁତ। ଏବେ ଏହାର ଆପଣ ଛୋଟ ଛୋଟ ଲଡୁ ବା ଗଲି ବନେଇ ଦିଅନ୍ତୁ। ଥରକ ପାଇଁ ଆପଣ ଯେତିକି ଖାଇବା ପସନ୍ଦ କରିବେ ସେତିକି ଛୋଟ ଛୋଟ ଗଲି ଆପଣ ଏହାର ବନାନ୍ତୁ। ବନ୍ଧୁଗଣ ଏଥିରେ ବ୍ୟବହୃତ ସମସ୍ତ ସାମଗ୍ରୀ ପ୍ରାକୃତିକ ଅଟେ। ଏହା ଆମେ ସହଜରେ ସେବନ କରିପାରିବା। କାରଣ ଦୈନନ୍ଦିନ ଜୀବନରେ ଏହି ସମସ୍ତ ସାମଗ୍ରୀର ପ୍ରୟୋଗ ଆମେ ଆମ ଖାଇବାରେ କରିଥାଉ। ଆଉ ଗୋଟେ ବଡ଼ କଥା ହେଲା ଆପଣ ଜାଣିଛନ୍ତି କଣ ବନେଇ ସେବନ କରୁଛନ୍ତି। ଏହା ଆମ ଶୁଖିଲା କାଶ ବା ଡ୍ରାୟକପ ଭୋଳି ସମସ୍ୟା ପାଇଁ ଏକ ରାମବାଣ ଘରୋଇ ଉପଚାର ଅଟେ।

ଏହା କାଶ ପାଇଁ ବହୁତ ଭଲ ରେମେଡି ଅଟେ। ପିଲାଙ୍କୁ ଆପଣ ଦିନରେ ଥରେ ଏହାକୁ ଦେଇପାରିବେ ଏବଂ ବଡ଼ ଲୋକମାନେ ଏହାକୁ ଦିନରେ ଦୁଇ ରୁ ତିନି ଥର ସେବନ କରିପାରିବେ। ଏହାକୁ ବନେଇ ଆପଣ ଏକ ଏୟାରଟାଇପ କୋଣ୍ଟେନରେ ରଖି ପାରିବେ। ଏହାକୁ ଆପଣ ଥରେ ବନେଇ ୪ ରୁ ୫ ଦିନ ପର୍ଯ୍ୟନ୍ତ ସେବନ କରିପାରିବେ। ଏଥିରୁ ଆପଣଙ୍କୁ ଶୁଖିଲା କାଶ ପାଇଁ ବହୁତ ଲାଭ ହେବ। ଏହାର ନିହାତି ସେବନ କରନ୍ତୁ। ଯଦି ଆପଣଙ୍କୁ ଭଲ ରେଜାଲ୍ଟ ମିଳେ ତାହେଲେ ନିଜର ପ୍ରିୟଜନ ମାନଙ୍କ ସହ ପୋଷ୍ଟଟିକୁ ନିଶ୍ଚୟ ସେୟାର କରନ୍ତୁ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *