ଅଶ୍ଳୀଳ ତାରକା ଠାରୁ ବଲିଉଡ଼ ପର୍ଯ୍ୟନ୍ତ ଯାତ୍ରା ଆରମ୍ଭ କରିବା ସନ୍ନି ଲିଓନ ଏହି ଦିନରେ ନିଜର ତିନୋଟି ପିଲା ଏବଂ ସ୍ବାମୀ ଡେନୀୟଲ ୱେବରଙ୍କ ସହିତ ନିଜର ସମୟ ଅତିବାହିତ କରୁଛନ୍ତି । ଜଣାଇ ଦେଉଛୁ ଆଜି ଅର୍ଥାତ୍ ୧୪ ଅକ୍ଟୋବର ସନ୍ନିଙ୍କ ପୋଷ୍ୟ ଝିଅ ନିଶା କୌର ୱେବରଙ୍କ ଜନ୍ମଦିନ ଅଟେ । ସନ୍ନି ନିଜର ଝିଅ ନିଶାଙ୍କୁ ବିଶେଷ ଭାବରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ସେ ଝିଅର ଜନ୍ମଦିନରେ ଏକ ସୁନ୍ଦର ପୋଷ୍ଟ ଲେଖିଛନ୍ତି ଏବଂ ତାଙ୍କୁ ଈଶ୍ବରଙ୍କ ଏକ ସୁନ୍ଦର ଉପହାର ବୋଲି କହିଛନ୍ତି । ଏହି ପୋଷ୍ଟରେ ନିଶା ତାଙ୍କ ଭାଇମାନଙ୍କ ପ୍ରତିଥିବା ତାଙ୍କର ଯତ୍ନଶୀଳ ସ୍ୱଭାବ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ।
ସନ୍ନି ଲେଖିଛନ୍ତି- ଜନ୍ମଦିନର ଶୁଭେଚ୍ଛା sweet angel ନିଶା କୌର ୱେବର । ତୁମେ ଆମ ଜୀବନର ଆଲୋକ ଥିଲ, ଯେତେବେଳେ ଆମେ ଜାଣିବାକୁ ପାଇଲୁ ଯେ ତୁମେ ଆମର ଶିଶୁ କନ୍ୟା ହେବାକୁ ଯାଉଛ । ମୁଁ ବିଶ୍ୱାସ କରିପାରୁ ନାହିଁ ଯେ ତୁମେ ପାଞ୍ଚ ବର୍ଷର ହେବାକୁ ଯାଉଛ । ତୁମେ ସ୍ମାର୍ଟ, ସ୍ନେହୀ, ଯତ୍ନବାନ ଏବଂ ସର୍ବଦା ନିଜର ଭାଇମାନଙ୍କର ଯତ୍ନ ନିଅ ଏବଂ ଭଗବାନଙ୍କର ଏକ ସୁନ୍ଦର ଉପହାର ଅଟ ।
ସନ୍ନି ଆହୁରି ଲେଖିଛନ୍ତି- ମୁଁ ଆଶା କରେ ତୁମର ପ୍ରେମ ଜଣେ ମଣିଷକୁ ଜଣେ ଭଲ ମଣିଷ କରିପାରେ । ଆମେ ଆମ ଜୀବନର ଏକ ଏପରି ସ୍ଥିତିରେ ପହଞ୍ଚି ଯାଇଛୁ, ଯେଉଁଠାରେ ଅନେକ ଲୋକ ଦୟାଳୁ ହେବା ଅପେକ୍ଷା ନିଷ୍ଠୁର ଅଟନ୍ତି । ମୁଁ ଆଶା କରେ ଆମେ ପୁଣିଥରେ ସନ୍ତୁଳନ ଏବଂ ଶାନ୍ତିର ସ୍ଥିତିକୁ ଫେରିପାରିବା ଯେଉଁଠାରେ ପ୍ରେମ ଘୃଣା କମ୍ ହୋଇଥାଏ । ଆମେ ସମସ୍ତେ ଆମର ପିଲାମାନଙ୍କ ଠାରେ ଦୟାଳୁ ହେବା ଆଶା କରିଥାଉ । ତୁମେ ଏବଂ ସମସ୍ତ ପିଲା ଦେଶର ଭବିଷ୍ୟତ ଅଟନ୍ତି ।
ସନ୍ନି ଲେଖିଛନ୍ତି- ତୁମର ଜନ୍ମଦିନରେ, ମୁଁ ଶପଥ ନେଉଛି ତୁମର ବାର୍ତ୍ତାକୁ ବିସ୍ତାର ଏବଂ ଦୟା ଭାବନାକୁ ପୁନରୁଦ୍ଧାର କରିବା ପାଇଁ ଚେଷ୍ଟା କରିବି । ଯାହା ଆମକୁ ଆବଶ୍ୟକ ମଧ୍ୟ ଅଟେ । ଆପଣକୁ ଜଣାଇ ଦେଉଛୁ ସନ୍ନି ବର୍ତ୍ତମାନ ତାଙ୍କ ସ୍ୱାମୀ ଡାନିଏଲ ୱେବର ଏବଂ ସମସ୍ତ ତିନୋଟି ପିଲାଙ୍କ ସହ ଆମେରିକାରେ ଅଛନ୍ତି ।
ଆପଣଙ୍କୁ କହି ଦେଉଛୁ ସନ୍ନି ତିନି ବର୍ଷ ପୂର୍ବେ ଝିଅ ନିଶାକୁ ମହାରାଷ୍ଟ୍ରର ଲାତୁର ଠାରେ ପଷ୍ୟ କନ୍ୟା ଭାବରେ ଗ୍ରହଣ କରିଥିଲେ । ସେହି ସମୟରେ ନିଶାଙ୍କୁ ପ୍ରାୟ ୨ ବର୍ଷ ହୋଇଥିଲା । ନିଶାଙ୍କୁ ଗ୍ରହଣ କରିବାର ପ୍ରାୟ ୩ ବର୍ଷ ବିତି ଗଲାଣି ।
୧୬ ଜୁଲାଇ ୨୦୧୭ ରେ, ସନ୍ନି ଏବଂ ଡାନିଏଲ ଲାତୁର (ମହାରାଷ୍ଟ୍ର) ର ଏକ ଅନାଥ ଆଶ୍ରମରୁ ଝିଅ ନିଶାଙ୍କୁ ଗ୍ରହଣ କରିଥିଲେ । ସେହି ସମୟରେ ନିଶାଙ୍କୁ ପ୍ରାୟ ୨୧ ମାସ ବୟସ ହୋଇଥିଲା । ଆଡପ୍ସନ୍ ଏଜେନ୍ସି CARA ଅନୁଯାୟୀ, ସନ୍ନି ଏବଂ ଡାନିଏଲଙ୍କ ପୂର୍ବରୁ ୧୧ ଦମ୍ପତି ନିଶାଙ୍କୁ ଗ୍ରହଣ କରିବାକୁ ମନା କରିଦେଇଥିଲେ ।
ବାସ୍ତବରେ, ନିଶାଙ୍କୁ ଗ୍ରହଣ ନକରିବାର ବଡ କାରଣ ତାଙ୍କ କଳା ରଙ୍ଗ ବୋଲି କୁହା ଯାଉଛି । ଶିଶୁ ପୋଷ୍ୟ ସନ୍ତାନ ଭାବରେ ଦେଉଥିବା Child Adoption Resource Agency (CARA) ର ସିଇଓ ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପକ କୁମାର ଏହି କଥା ପ୍ରକାଶ କରିଛନ୍ତି ।
ଦୀପକ କୁମାରଙ୍କ ଅନୁଯାୟୀ, ଅଧିକାଂଶ ପରିବାରର ଶିଶୁ ରଙ୍ଗ, ଚେହେରା ଏବଂ ଶିଶୁର ମେଡିକାଲ୍ ହିଷ୍ଟ୍ରିକୁ ନେଇ ବହୁତ୍ ଆଗ୍ରହୀ ରହିଥାନ୍ତି ଏବଂ ଏହି କାରଣରୁ ଶିଶୁକୁ ଆପଣାଇବା କିମ୍ବା ପ୍ରତ୍ୟାଖ୍ୟାନ କରାଯାଇଥାଏ । ଏହି କାରଣ ହୋଇପାରେ ନିଶାଙ୍କୁ ୧୧ ପରିବାର ଗ୍ରହଣ କରିବା ପାଇଁ ମନା କରିଥିଲେ ।
ଜଣାଇ ଦେଉଛୁ ନିଶାଙ୍କ ବ୍ୟତୀତ ସନ୍ନି ଲିଓନଙ୍କର ଦୁଇ ପୁଅ ନୋହ ଏବଂ ଅଶେର ଅଛନ୍ତି । ତାଙ୍କର ଜନ୍ମ ସରୋଗେସି ମାଧ୍ୟମରେ ହୋଇଥିଲେ । ମାର୍ଚ୍ଚ ୪, ୨୦୧୮ ରେ, ସନ୍ନି ଲିଓନ୍ ଦୁଇଟି ଯାଆଁଳା ଶିଶୁଙ୍କ ମାତା ହୋଇଥିଲେ । ଅଶ୍ଳୀଳ ତାରକା ସନ୍ନି ଲିଓନ ୨୦୧୧ ରେ ପ୍ରେମିକ ଡାନିଏଲ ୱେବରଙ୍କୁ ବିବାହ କରିଥିଲେ ।
ସନ୍ନିଙ୍କ ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ତାଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଅର୍ଜୁନ ପଟିଆଲା’ ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ଦିଲଜିତ ଦୋସାଞ୍ଜ ଏବଂ କ୍ରିତି ସେନନ୍ ମୁଖ୍ୟ ଭୂମିକାରେ ଥିଲେ । ଆଗକୁ ଆସିବାକୁ ଥିବା ସମୟରେ ‘କୋକା କୋଲା’ ଏବଂ ହେଲେନ ନାମକ ଫିଲ୍ମରେ ଦେଖିବାକୁ ମିଳିବ ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।