ସୁଶାନ୍ତ ସିଂ ରାଜପୁତଙ୍କ ଏହି ୨ ଟି ବଡ଼ ପ୍ରମାଣ ପ୍ରତି କେହି ଧ୍ୟାନ ହିଁ ଦେଉନାହାଁନ୍ତି, କରଣ ଜୋହର Legal Action !

ଆଜି ରାତି ୮ଟାରେ ଭାରତର ପ୍ରଥମ ଅନଲାଇନ କ୍ୟାଣ୍ଡେଲ ମାର୍ଚ୍ଚ କରାଯାଇଛି। ରାତି ୮ ରେ ସବୁ ଲୋକ ସୁଶାନ୍ତଙ୍କୁ ନ୍ୟାୟ ଦେବା ଉଦେଶ୍ୟରେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏକ କ୍ୟାଣ୍ଡେଲର ଫୋଟୋ ଚିତ୍ର ରଖିବା ସହିତ କ୍ୟାଣ୍ଡେଲ ଜଳାଇ ୧୦ ରୁ ୧୫ ସେକେଣ୍ଡର ଭିଡ଼ିଓ ମଧ୍ୟ ରଖିଛନ୍ତି। ଏଥିସହିତ ଲେଖା ରହିଥିଲା #Candle4SSR।

ବର୍ତ୍ତମାନ କରଣ ଜୋହର ସେସମସ୍ତଙ୍କ ଉପରେ ଏଫଆଇଆର କରିବାକୁ ଯାଉଛନ୍ତି ଯେଉଁମାନେ ତାଙ୍କ ବିରୋଧରେ ଟ୍ରୋଲ କରିଛନ୍ତି। ସୋସିଆଲ ମିଡ଼ିଆରେ ଦୈନିକ ଜାଗରଣର ଏକ ପୋଷ୍ଟ ଭାଇରାଲ ହୋଇଛି। ଯେଉଁଥିରେ ଲେଖା ଅଛି କରଣ ତାଙ୍କ ବିରୋଧରେ ଟ୍ରୋଲ କରୁଥିବା ଲୋକଙ୍କ ଉପରେ କେସ କରିବାକୁ ଚାହୁଁଛନ୍ତି। ଏଠି ପ୍ରଶ୍ନ ଉଠୁଛି ଯଦି ତୁମେ କିଛି କରି ନାହଁ ତେବେ ଏପରି ପ୍ରତିକ୍ରିୟାର କଣ ଆବଶ୍ୟକତା ରହିଛି।

ରବି ତିୱାରୀ କିଛି ଦିନ ପୂର୍ବରୁ ସରକାରଙ୍କୁ ଏକ ଚିଠି ଲେଖିଥିଲେ ଯେଉଁଥିରେ ସୁଶାନ୍ତଙ୍କ ହତ୍ୟା ମାମଲାର ସମସ୍ତ ସାକ୍ଷ୍ୟ ରହିଥିଲା। ଏହି ଚିଠିଟି ୨୮ ପୃଷ୍ଠା ବିଶିଷ୍ଟ ଥିଲା। ଏହି ଚିଠି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ ପହଞ୍ଚି ସାରିଛି ହେଲେ ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଆଜି ପୁଣିଥରେ ରବି ତିୱାରୀ ନିଜ ଟ୍ୱିଟରରେ ଏକ ରିମାଇଣ୍ଡର ଚିଠି ଲେଖି ଛାଡିଛନ୍ତି। ତେବେ ସୁଶାନ୍ତଙ୍କ ପାଇଁ ରବି ତିୱାରୀ ନ୍ୟାୟ ପାଇଁ ଲାଗିପଡିଛନ୍ତି।

ତେବେ ସୁଶାନ୍ତଙ୍କ ସିଂ ରାଜପୁତଙ୍କ ରୁମରୁ କୌଣସି ସୁସାଇଡ଼ ନୋଟ ମିଳି ନଥିଲା। ହେଲେ1 ସମସ୍ତେ ଜାଣନ୍ତି ସୁଶାନ୍ତଙ୍କ ସବୁବେଳେ ନିଜର ଡ଼ାଏରୀ ଲେଖିଥାନ୍ତି। ସବୁବେଳେ ନିଜ ଜୀବନର ପ୍ରତ୍ୟେକ ଘଟଣାକୁ ଲେଖୁଥିବା ବ୍ୟକ୍ତି ଜଣକ କିପରି ନିଜର ଶେଷ ସମୟରେ କିଛି ଲେଖିଲେ ନାହିଁ ତାହା ଏକ ବଡ଼ ସନ୍ଦେହ। ସୁଶାନ୍ତ ସବୁବେଳେ ଲେଖିବାକୁ ପସନ୍ଦ ମଧ୍ୟ କରୁଥିଲେ।

ଯଦି ସୁଶାନ୍ତ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ତେବେ ସେ ଏକ ସାଧାରଣ ସୁଇସାଇଡ଼ ନୋଟ ଲେଖିପାରିଥାନ୍ତେ। କାରଣ ଏହାଦ୍ୱାରା ତାଙ୍କ ପରିବାର ଏବଂ ବନ୍ଧୁଙ୍କୁ ପରେ କୌଣସି ଅସୁବିଧାରେ ସମ୍ମୁଖୀନ ହେବାକୁ ପଡି ନଥାନ୍ତା।

ସୁଶାନ୍ତଙ୍କ ମୃତ୍ୟୁକୁ ଏକ ମାସରୁ ଅଧିକ ହୋଇଯାଇଥିଲେ ମଧ୍ୟ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ହ୍ୟାଣ୍ଡେଲ କରାଯାଉଛି। ତାଙ୍କ ସୋସିଆଲ ମିଡ଼ିଆରେ ହେଉଥିବା ପ୍ରତିଦିନର ଆକ୍ଟିଭିଟକୁ ମଧ୍ୟ ଲୋକମାନେ ସ୍କ୍ରିନ ସଟ ନେଇ ସେୟାର କରୁଛନ୍ତି।ତେବେ ପୁଣି ଏଠି ପ୍ରଶ୍ନ ଉଠୁଛି ସୁଶାନ୍ତଙ୍କ ଆକାଉଣ୍ଟ ଚଳାଉଛି କିଏ? କାହା ପାଖରେ ତାଙ୍କ ପାଶୱାଡ଼ ରହିଛି?

Leave a Reply

Your email address will not be published. Required fields are marked *