ବଲିଉଡ ଅଭିନେତା ହ୍ରିତିକ ରୋଶନ (Hritik Roshan) ସବୁଠାରୁ ସୁନ୍ଦର ଅଭିନେତା ମାନଙ୍କ ମଧ୍ୟରେ ଜଣେ ଅଟନ୍ତି। ତାଙ୍କର ଏବଂ ତାଙ୍କ ସ୍ତ୍ରୀ ସୁଜୈନ ଖାନ (Sussanne Khan)ଙ୍କର ଛାଡ଼ପତ୍ର ଗତ ୭ବର୍ଷ ପୂର୍ବରୁ ହୋଇ ସାରିଥିଲା। ବର୍ତମାନ ଦୁଇଜଣ ଅଲଗା ରହୁଛନ୍ତି ଏହା ମଧ୍ୟର ଖବର ହେଉଛି କି ହ୍ରିତିକଙ୍କ ଏକ୍ସ ବାଇଫ ସୁଜୈନ ଅର୍ସଲାନ ଗୋନୀଙ୍କୁ ଡେଟ କରୁଛନ୍ତି। ଅର୍ସଲାନ ଗୋନୀ ଏହି ବର୍ଷ ବିଗ ବସରେ ନଜର ଆସିଥିବା ଅଲୀ ଗୋନୀଙ୍କ ଭାଇ ଅଟନ୍ତି।
ଅଲୀ ଗୋନୀଙ୍କ ଭାଇ ଅର୍ସଲାନ କିଛିଦିନ ପୂର୍ବରୁ ହିଁ ଆଲ୍ଟ ବାଲାଜୀର ଆସିବାକୁ ଥିବା ୱେବ ସେରିଜ ‘ମେ ହୀରୋ ବୋଲ ରାହା ହୁଁ’ ସାଇନ କରିଛନ୍ତି। ଆସିଥିବା ଖବର ମୁତାବକ ୪୨ବର୍ଷର ସୁଜୈନ ପୂର୍ବ ୬ମାସରୁ ଅର୍ସନାଲଙ୍କୁ ଡେଟ କରୁଛନ୍ତି। ଏହି ଦୁଇଜଣଙ୍କ ପ୍ରଥମ ଦେଖା ଟିଭି ଇଣ୍ଡଷ୍ଟ୍ରି ସହିତ ଯୋଡା ଜଣେ ସାଧାରଣ ବନ୍ଧୁଙ୍କ ମାଧ୍ୟମରେ ହୋଇଥିଲା। ବର୍ତମାନ ଖବର ଆସୁଛି କି ଦୁଇଜଣ ପରସ୍ପରଙ୍କର ବହୁତ ପାଖାପାଖି ହୋଇ ସାରିଛନ୍ତି।
ଗୋଟିଏ ନ୍ୟୁଜ ୱେବସାଇଟ ମୁତାବକ ସୁଜୈନ ଏବଂ ଅର୍ସନାଲଙ୍କର ବଡି ଲାଙ୍ଗୁଏଜକୁ ଦେଖି ଲାଗୁଛି କି ଦୁଇଜଣ ଏବେ ବନ୍ଧୁତା ଠାରୁ ବହୁତ ଆଗକୁ ବଢ଼ି ସାରିଛନ୍ତି। ଏ ଦୁଇଜଣ ନିଜ ଟିଭିର ସାଧାରଣ ବନ୍ଧୁଙ୍କ ସହିତ ପାର୍ଟି କରୁଥିବାର ନଜର ଆସିଛନ୍ତି। ସୂ-ଚନା ମୁତାବକ ଅର୍ସଲାନଙ୍କ ସହିତ ବଢ଼ିଥିବା ସମ୍ପର୍କ କାରଣରୁ ହିଁ ସୁଜୈନ ଡ୍ରାମା କୁଇନ ଏକତା କପୂର ଏବଂ ତାଙ୍କ ବ-ନ୍ଧୁ ମାନଙ୍କ ସହିତ କିଛିଦିନ ପୂର୍ବରୁ ଦେଖା ଯାଇଥିଲେ।
ନିଜର ଏହି ସମ୍ପର୍କ ବିଷୟରେ ଅର୍ସଲାନ ଏବଂ ସୁଜୈନଙ୍କ ତରଫରୁ କୈାଣସି ମତ ଶୁଣିବାକୁ ମିଳିନାହିଁ। ଆପଣଙ୍କୁ ଜଣାଇ ଦେଉଛୁ କି ହ୍ରିତିକ ଏବଂ ସୁଜୈନଙ୍କ ଲଭଷ୍ଟୋରୀ ବହୁତ ପୁରୁଣା ଅଟେ। ୧୨ବର୍ଷ ବୟସରେ ହିଁ ଅଭିନେତା ହ୍ରିତିକ ପଡ଼ୋଶୀ ହୋଇ ରହୁଥିବା ସୂଜୈନ ଖାନଙ୍କୁ ପ୍ରଥମ ଦେଖାରୁ ହିଁ ପ୍ରେମ କରି ବସିଥିଲେ। ସୁଜୈନ ଖାନ ପ୍ରସିଦ୍ଧ ଅଭିନେତା ସଞ୍ଜୟ ଖାନଙ୍କ ଝିଅ ଅଟନ୍ତି। ସେହି ସମୟରେ ହ୍ରିତିକ ସୁଜୈନଙ୍କୁ ସିଧା ନିଜ ହୃଦୟର କଥା କହି ପାରିନଥିଲେ।
ସେ ନିଜ ବନ୍ଧୁ ଏବଂ ଉଦୟ ଚୋପଡାଙ୍କୁ ନିଜ ହୃଦୟର କଥା କହିଥିଲେ କି ସେ ସୁଜୈନଙ୍କୁ ବାହାହେବା ପାଇଁ ଚାହୁଁଛନ୍ତି। ଏହାପରେ ଦୁଇଜଣ ନିଜ ଜୀବନରେ ଆଗକୁ ବଢି ଯାଇଥିଲେ। କିନ୍ତୁ ଭାଗ୍ୟ ତାଙ୍କୁ ପୁଣିଥରେ ଦେଖା କରିଥିଲା। ଏହାପରେ ଦୁଇଜଣଙ୍କ ଦେଖା ସାକ୍ଷାତ ବଢ଼ିବାକୁ ଲାଗିଥିଲା ଏବଂ ଆରମ୍ଭ ହୋଇ ଯାଇଥିଲା ତାଙ୍କ ଲଭଷ୍ଟୋରୀ। ଏହାପରେ ସୁଜୈନ ଏବଂ ହ୍ରିତିକ ୨୦ଡିସେମ୍ବର,୨୦୦୦ରେ ବାହା ହୋଇଥିଲେ। ଦୁଇଜଣ ନିଜ ବାହାଘରରେ ବହୁତ ମଜା କରିଥିଲେ।
ଏହି ଦୁଇଜଣ ପ୍ରତ୍ୟେକ ବିଧି ସମୟରେ ବହୁ ମାତ୍ରାରେ ନାଚି ଥିଲେ। ଏହି ଦୁଇଜଣଙ୍କ ଘର ବାହାଘରର ୬ବର୍ଷ ପରେ ୨୦୦୬ରେ ପୁଅ ଋହାନ ଏବଂ ଏହାପରେ ବର୍ଷ ୨୦୦୮ରେ ଋଦାନଙ୍କର ଜନ୍ମ ହୋଇଥିଲା। ଏହାପରେ କାହାକୁ ନ ଜଣାଇ ଏହି କପଲ ନିଜର ୧୭ବର୍ଷର ପୁରୁଣା ବାହାଘରକୁ ବର୍ଷ ୨୦୧୩ରେ ଶେଷ କରି ଦେଇଥିଲେ। ଏହି ସମ୍ପର୍କ ଭାଙ୍ଗିବା ପରେ ପ୍ରେସ କନ୍ଫ୍ରେସରେ ହ୍ରିତିକ କହିଥିଲେ କି, ସୁଜୈନ ମୋ ଠାରୁ ଅଲଗା ହେବା ଏବଂ ଆମର ୧୭ବର୍ଷରୁ ଚାଲୁଥିବା ସମ୍ପର୍କକୁ ଶେଷ କରିବାର ନିଷ୍ପତ୍ତି ନେଇଥିଲେ।
ଏହାର ଆଗକୁ ଅଭିନେତା କହିଥିଲେ କି, ଆମର ପୂରା ପରିବାରକୁ ଏହା ବହୁତ ହିଁ ଧକ୍କା ଦେଇଥିଲା ଏବଂ ମୁଁ ମିଡିଆକୁ ଗୁହାରି କରୁଛି କି ସେମାନେ ଆମ ବ୍ୟକ୍ତିଗତ କଥାରେ ଦଖଲ ଦିଅନ୍ତୁ ନାହିଁ ଏବଂ ଏହାକୁ ବନାଇ ରଖିବାରେ ଆମକୁ ସାହାଯ୍ୟ କରନ୍ତୁ। ଏହାପରେ ଏହି ଦୁଇଜଣ ଆଧିକାରିକ ଭାବରେ ନଭେମ୍ବର ୨୦୧୪ରେ ଅଲଗା ହୋଇ ଯାଇଥିଲେ। ଏହାପରେ ୨୦୧୬ରେ ସୁଜୈନ ଗୋଟିଏ ଇଣ୍ଟରବ୍ୟୁରେ ନିଜ ସମ୍ପର୍କ ବିଷୟରେ କହିଥିଲେ କି ଆମେ ଏହି ସମ୍ପର୍କର ଏମିତି ସ୍ତରକୁ ଆସି ସାରିଥିଲୁ କି ଆମର ଅଲଗା ହେବା ହିଁ ବହୁତ ଭଲ ଥିଲା।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।