ପରିବେଶ ର ସନ୍ତୁଳନ ରକ୍ଷା ପାଇଁ ବୃକ୍ଷ ଲତା ର ବିଶେଷ ମହତ୍ତ୍ୱ ରହିଛି। ବିଭିନ୍ନ ପ୍ରକାର ରୋଗ ର ଚିକିତ୍ସା ବୃକ୍ଷ ଦ୍ବାରା ହୋଇଥାଏ। ଏଥି ମଧ୍ୟରୁ ଗୋଟେ ଶ୍ବେତ ଅରଖ ଗଛ। ଆସନ୍ତୁ ଜାଣିବା ଏହି ଶ୍ବେତ ଅରଖର ବାସ୍ତୁ ଶାସ୍ତ୍ରରେ କଣ ବର୍ଣ୍ଣିତ ଅଛି।
ସାଧାରଣତଃ ଗଣେଶ ପୂଜା ଆସିଲେ ବିଶାଳ ବିଶାଳ ମୂର୍ତ୍ତି ବନେଇ ପ୍ରାଣ ପ୍ରତିଷ୍ଠା କରି ଗଣେଶଙ୍କ ର ପୂଜା କରାଯାଇଥାଏ ଏବଂ ଗୃହ ପ୍ରବେଶ, କାରଖାନା ଆଦି ଶୁଭାରମ୍ଭ କରିବା ପୂର୍ବରୁ ଗଣେଶଙ୍କୁ ପୂଜା କରାଯାଇଥାଏ। କିନ୍ତୁ ଆପଣ ଏହି କଥା ଜାଣନ୍ତି କି ଏମିତି ଏକ ଦିବ୍ୟ ବୃକ୍ଷ ଅଛି ଯେଉଁ ବୃକ୍ଷରେ ସାକ୍ଷାତ ଗଣେଶ ବାସ କରିଥାନ୍ତି।ସେହି ବୃକ୍ଷର ନାମ ହେଉଛି ଶ୍ବେତ ଅରଖ। ଏହି ଶ୍ବେତ ଅରଖ ଗଛ ପ୍ରାୟ ଦୁଇ ପ୍ରକାର ହୋଇଥାଏ।ଗୋଟେ ହେଉଛି ବାଇଗଣି ରଙ୍ଗର ଏବଂ ଅନ୍ୟଟି ହେଉଛି ଧଳା ରଙ୍ଗର ଅରଖ ଫୁଲ।ଏହି ଧଳା ରଙ୍ଗର ଅରଖ ଗଛ ରେ ଶ୍ରୀ ଗଣେଶ ବାସ କରିଥାନ୍ତି।
ଏହି ଅରଖ ଫୁଲ ଶିବ, ଗଣେଶ, ଦେବୀଙ୍କର ପ୍ରିୟ ହୋଇଥାଏ। ଶାସ୍ତ୍ର ମତରେ ଏହି ଅରଖ ଗଛକୁ ମାଟିରେ ପୋତି ଏବଂ କ୍ଷୀର ଢାଳି ଯଦି ଏଗାର ବର୍ଷ ପର୍ଯ୍ୟନ୍ତ ପୂଜା କରାଯାଏ, ତେବେ ଆପଣଙ୍କର ସମସ୍ତ ଦୁଃଖ କଷ୍ଟ ଦୁର ହୋଇଥାଏ।
ଶ୍ରୀ ଗଣେଶ ହେଉଛନ୍ତି ବିଘ୍ନ ହରଣ ଏଣୁ ଗୃହ ରେ ନକାରାତ୍ମକ ଏବଂ ଦୁଷ୍ଟ ଶକ୍ତି ତଡି ଦେଇଥାଏ। ଗଣେଶ ଙ୍କୁ ପୂଜା କରିବା ଦ୍ୱାରା ବୁଦ୍ଧି ବିଦ୍ୟା ପ୍ରାପ୍ତି ହୋଇଥାଏ। ଏବଂ ଏହି ଶ୍ବେତ ଅରଖ କୁ ସ୍ଥାପନ କରିବା ଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ।ଯାହା ଫଳରେ ଧନ ର ଅଭାବ ଦେଖାଯାଇ ନଥାଏ।
ଯେଉଁ ପରିବାରର ସଦସ୍ୟ ଯାନ ବାହନ ଚଳାଉଥାନ୍ତି ଅବା ସୈନ୍ୟ ବିଭାଗରେ ଥାନ୍ତି ସେହି ପରିବାର ରେ ଶ୍ବେତ ଅରଖ ସ୍ଥାପନ କରିବା ଉଚିତ। କାରଣ ଏହା ଦ୍ୱାରା ସମସ୍ତ ଦୁର୍ଘଟଣା ଟଳି ଯାଇଥାଏ ଏବଂ ବିଜୟୀ ମଧ୍ୟ କରିଥାଏ।ଏହା ସହିତ ଦୁଃଖ ଭୟ, ଶତ୍ରୁ ଭୟ ଇତ୍ୟାଦି ଦେଖା ଦେଖାଯାଇ ନଥାଏ। ଯେଉଁ ଘରେ ଶ୍ବେତ ଅରଖ ଗଛ ପୂଜା ପାଏ ସେହି ଘରେ ଯନ୍ତ୍ର ମନ୍ତ୍ର ଶକ୍ତି କିଛି କ୍ଷତି କରିପାରି ନଥାଏ। ଏବଂ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ମନ ମାଳିନ, ପିତା ପୁତ୍ର ଙ୍କ ମଧ୍ୟ ରେ ଝଗଡ଼ା, ଭାଇ ଭାଇ ରେ ଲଢେଇ ଏହି ସବୁ ସମସ୍ତ ସମସ୍ୟା ଦୂର ହୋଇଥାଏ।
ବାସ୍ତୁ ଦୋଷ ଜନିତ ଯଦି କୌଣସି ଘର ତିଆରି ହୋଇପାରୁ ନଥାଏ ତେବେ ସେହି ଘରର ପାର୍ଶ୍ୱରେ ଅରଖ ଗଛ ଲଗାଇ ପୂଜା କଲେ ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ। ଧନ ରହୁନଥିଲେ ଭଲ ସଞ୍ଚୟ ମଧ୍ୟ ହୋଇଥାଏ, ନୂତନ ରୋଜଗାର ମଧ୍ୟ ପ୍ରାପ୍ତି ହୋଇଥାଏ। ସମସ୍ତ ଦୁଃଖ ଦୁର୍ଦ୍ଦଶା ରୁ ମୁକ୍ତି ମିଳିଥାଏ। ଏହି ଶ୍ବେତ ଅରଖ ଗଛ ଘରର ମୁଖ୍ୟ ଦ୍ୱାର ରେ ରହିବ ଶୁଭ ହୋଇଥାଏ। ଯଦି ଘରର ମୁଖ୍ୟ ଦ୍ୱାର ରେ ରଖିବା ସମର୍ଥ ନଥାଏ ତେବେ ଘରର ପୂର୍ବ କିମ୍ବା ଉତ୍ତର ଦିଗ କିମ୍ବା ଉତ୍ତର ପୂର୍ବ, ଉତ୍ତର ଆଶନ୍ୟ କୋଣରେ ରଖିବା ଉଚିତ ହୋଇଥାଏ। ଏହାକୁ ଛାତ ଉପରେ ରଖି ମଧ୍ୟ ପୂଜା କରି ପାରିବେ।