ଲଖନଞ୍ଜ (Uttar Pradesh)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରୀୟ ଶିଶୁ ପୁରସ୍କାର ଜିତିଥିବା ଦେଶର ୩୨ଟି ଛୁଆଙ୍କ ସହିତ କଥା ହୋଇଛନ୍ତି। ଏଥିମଧ୍ୟରୁ ଟପ ତିନି ଛୁଆଙ୍କୁ ବାହାଦୁରର ପୁରସ୍କାର ଦେଇଛନ୍ତି, ଯେଉଁଥିରେ ୟୁପିର ବାରାମ୍ବକୀ ନିବାସୀ ଦିବ୍ୟାଂଶ ସିଂହ ମଧ୍ୟ ସାମିଲ ଅଟନ୍ତି, ଯିଏ ସ୍କୁଲ ବ୍ୟାଗକୁ ହତିଆର କରି କେବଳ ୧୩ବର୍ଷ ବୟସରେ ଷଣ୍ଢସହ ଲଢି ନିଜ ଭଉଣୀର ଜୀବନ ବଞ୍ଚାଇଥିଲେ। ଯେଉଁଥିରେ ପ୍ରଭାବିତ ହୋଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପୂର୍ବ ରାଜ୍ୟପାଳ ରାମନାଇକ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମ୍ମାନିତ କରିଥିଲେ।ଯାହାଙ୍କ ବାହାଦୂରର କାହାଣୀ ଆଜି ଆମେ ଆପଣଙ୍କୁ ଜଣାଇବୁ।
ଦିବ୍ୟାଂଶଙ୍କ ବୟସ ବର୍ତ୍ତମାନ ୧୬ବର୍ଷ ହୋଇସାରିଛି। ସେ ବାରମ୍ବକୀ ସହର ନିବାସୀ ଅଟନ୍ତି ଏବଂ ସେ ବାହାଦୁର ହେବା ସହିତ ଉତ୍କୃଷ୍ଟ ଛାତ୍ର ମଧ୍ୟ ଅଟନ୍ତି। ପରିବାର ଲୋକଙ୍କ ମୁତାବକ କଥା ୩୦ଜାନୁଆରୀ ୨୦୧୮ର ଅଟେ, ସେତେବେଳେ ଦିବ୍ୟାଂଶ ସିଂହଙ୍କ ବୟସ କେବଳ ୧୩ବର୍ଷ ଥିଲା।ସେ ନିଜ ପାଞ୍ଚ ବର୍ଷୀୟ ଭଉଣୀ ସମୃଦ୍ଧି ସମେତ ଆଠଟି ଅନ୍ୟ ସ୍କୁଲ ଛୁଆଙ୍କ ସହିତ ଫେରୁଥିଲେ।
ଶହରରେ ପ୍ରତିଦିନ ଯାଉଥିବା ବସଷ୍ଟାଣ୍ଡ ପାଖରେ ଏକ ଷଣ୍ଢ ତାଙ୍କ ଭଉଣୀ ଉପରେ ହମଲା କରିଥିଲା। ଜଣା ଯାଉଛି କି ଭଉଣୀଙ୍କ ଜୀବନ ଉପରେ ବିପଦ ଦେଖି ଦିବ୍ୟାଂଶ ବାହାଦୁର ଏବଂ ଅଜସ୍ର ସାହସ ଦେଖାଇ ନିଜ ସ୍କୁଲ ବ୍ୟାଗରେ ହିଁ ଘଟଣାସ୍ଥଳରେ ଷଣ୍ଢକୁ ଘେରି ଯାଇଥିଲେ ଏବଂ ଶେଷରେ ଷଣ୍ଢକୁ ତଡ଼ି ଭଉଣୀର ଜୀବନ ବଞ୍ଚାଇଥିଲେ। ଏହି ସମୟରେ ଦିବ୍ୟାଂଶଙ୍କ ଡାହାଣ ହାତର ଚାରିଜାଗା ଭାଙ୍ଗି ଯାଇଥିଲା।
ଦିବ୍ୟାଂଶ ସିଂହଙ୍କ ବାପା ଡଃ ଡୀବୀ ସିଂହ ଲଖନଞ୍ଜ ସ୍ଥିତ ଡଃ ଶକୁନ୍ତଳା ମିଶ୍ର ଦିବ୍ୟାଙ୍ଗ ବିଶ୍ଵବିଦ୍ୟାଳୟରେ ଛାତ୍ର କଲ୍ୟାଣ ବିଭାଗର ଏସୋସିଏଟ ଅଧ୍ୟକ୍ଷ ଏବଂ ମାଆ ଡଃ ବିନୀତା ସିଂହ ପୈସାର ସ୍ଥିତ ଶ୍ରୀ ଗଙ୍ଗା ମେମୋରିଆଲ ପୀଜୀ ଅଲେଜର ପ୍ରଧାନ ଶିକ୍ଷୟିତ୍ରୀ ଅଟନ୍ତି।
ଦିବ୍ୟାଂଶକୁ ଏହା ପୂର୍ବରୁ ମଧ୍ୟ ୨୦୧୮ରେ ରାଷ୍ଟ୍ରୀୟ ଶିଶୁ କଲ୍ୟାଣ ପରିଷଦ ଦ୍ବାରା ‘ରାଣୀ ଲକ୍ଷ୍ମୀବାଇ ବୀରତା’ ପୁରସ୍କାର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଦିଆ ଯାଇଛି।ବର୍ଷ ୨୦୧୯ରେ ଜୀବନ ରକ୍ଷା ପଦକରେ ସମ୍ନାନିତ କରାଯାଇ ସାରିଛି।
ଦିବ୍ୟାଂଶ ରାଜ୍ୟ ସ୍ତରୀୟ ସାଇଣ୍ଟିଫିକ ଇନୋଭେଟିବ ଆୱାର୍ଡ଼ ୨୦୧୯,ୟଙ୍ଗ ଚାଇଲ୍ଡ ଆୱାର୍ଡ଼ ଫର ସାଇଣ୍ଟିଫିକ ଇନୋଭେଶନ ୨୦୧୮ ସହିତ ଦୁଇ ଡର୍ଜନରୁ ଅଧିକ ପୁରସ୍କାର ପାଇ ନିଜ ବାପା-ମାଆ ଏବଂ ଜିଲ୍ଲାର ନାମ ଉଜ୍ବଳ କରି ସାରିଛନ୍ତି।