ଛୋଟ ବୟସ ର ପିଲା ମାନଙ୍କୁ କିଛି ବୁଝାପଡି ନଥାଏ।ଏହି କାରଣ ରୁ ମାଆ ବାପା ତାଙ୍କ ପିଲା ଉପରେ ଅଧିକ ଧ୍ୟାନ ଦେଇଥାନ୍ତି।କିନ୍ତୁ ପିଲାଙ୍କ ସହ ବେଳେ ବେଳେ କିଛି ଅଘଟଣ ଘଟି ଯାଇଥାଏ।ଋଷ ରେ ୧୪ ବର୍ଷ ର ଝିଅ ଗର୍ଭବତୀ ହେବା ପରେ ନଅ ମାସ ପର୍ଯ୍ୟନ୍ତ ବାପା ମାଆ ଜାଣି ପାରି ନଥିଲେ। ପିଲା ତା ମାଆ ବାପା ଙ୍କ ସହ ହିଁ ରହୁଥଲା।କିନ୍ତୁ ତାଙ୍କୁ ଜଣା ନଥିଲା ଯେ ତାଙ୍କ ପିଲା ପ୍ରେଗନେଣ୍ଟ ଅଛି। ଏହା ପରେ ଝିଅ ଟି ଗୋଟେ କୋଠରୀ ରେ ବନ୍ଦ ରହି ଗୋଟେ ପିଲା କୁ ଜନ୍ମ ଦେଇଥିଲା। କିନ୍ତୁ ଯେତେବେଳେ ସେ ପିଲାକୁ ଧରିଲା ତ ସେ ବହୁତ ଡରି ଗଲା। ତା ପରେ ପିଲାକୁ ଫ୍ରିଜର ଭିତରେ ରଖି ଦେଇଥିଲା।
ଏହି ଦୁଃଖଦ ଘଟଣା ଟି ଋଷ ରୁ ନଜର ଆସିଛି।ଗୋଟେ ୧୪ ବର୍ଷ ର ଝିଅ ଗୋଟେ ପିଲା କୁ ଜନ୍ମ ଦେଲା ପରେ ତାକୁ ଫ୍ରିଜ୍ ଭିତରେ ରଖିଦେଇ ଥିଲା।ମାମଲାଟି ସାମ୍ନା କୁ ଆସିଲା ପରେ ଚାରିଆଡ଼େ ଆତଙ୍କ ଖେଳି ଯାଇଥିଲା।
ଏହି ଘଟଣା ଗୋଟେ ୧୪ ବର୍ଷ ର ଝିଅ ଅନସ୍ଥାୟା ସହ ଘଟିଛି।ଯିଏ ତା ପ୍ରେମିକ ପିଲାର ମାଆ ହବାକୁ ଯାଉଥିଲା।ଯେବେ ପ୍ରେମିକ କୁ ଏ କଥା ଜଣା ପଡିଲା ତ ସେ ବ୍ରେକଅପ କରିଦେଇ ଥିଲା।
ଏତେ କମ ବୟସରେ ପ୍ରେଗନେଣ୍ଟ କଥା ଶୁଣି ଅନସ୍ଥାୟା ଡରି ଯାଇଥିଲା। ସେ ତାର ପିତା ମାତା ଙ୍କୁ ଏ ବିଷୟରେ କିଛି ଜଣାଇ ନଥିଲା। ପୁରା ଲକଡାଉନ ସେ ତା ପରିବାର ସହ ଥିଲା, କିନ୍ତୁ ତା ପ୍ରେଗ୍ନେସି ଉପରେ କାହାର ନଜର ପଡ଼ିନଥିଲା।
ଘରେ ଗୋଟେ କୋଠରୀ ରେ ରାତିରେ ଏ ପିଲାକୁ ଜନ୍ମ ଦେଇଥିଲା। କିନ୍ତୁ ଏହା ପରେ ସେ ବହୁତ ଡରି ଯାଇଥିଲା। ଅନସ୍ଥାୟା ସେହି ପିଲାକୁ ଘରର ଫ୍ରିଜ ଭର୍ତ୍ତି କରି ଲୁଚାଇ ଦେଇଥିଲା। କିନ୍ତୁ ଅନସ୍ଥାୟା ର ମାଆ ତାର ଚିତ୍କାର ଶୁଣି ଦେଇଥିଲେ।
ପରଦିନ ମାଆ ଝିଅ କୁ ନେଇ ମେଡିକାଲ କୁ ଯାଇଥିଲେ। ଯେଉଁଠି ଜାଣିବାକୁ ପାଇଲେ କି ତାର ବହୁତ ବ୍ଲିଡିଙ୍ଗ ହୋଇ ଯାଇଛି। ଡାକ୍ତର ଙ୍କୁ ସନ୍ଦେହ ହେଲା। ତା ପରେ ସେ ଅନସ୍ଥାୟା କୁ ପଚରା ଉଚରା କରିଥିଲେ ଏବଂ ଜାଣିବାକୁ ପାଇଲେ ଯେ ଗତ ରାତିରେ ସେ ଏକ ପିଲାକୁ ଜନ୍ମ ଦେଇଥିଲା।
ଯେବେ ତାକୁ ପିଲା ବିଷୟରେ ପଚରା ଉଚରା କରାଗଲା ତ ଡର ରେ ତାକୁ ଫ୍ରିଜ ଭିତରେ ରଖି ଦେଇଛି ବୋଲି କହିଲା। ଯେତେବେଳେ ମେଡିକାଲ ବାଲା ସେଠି ପହଞ୍ଚିଲେ ତ ପିଲାର ମୃତ୍ୟୁ ହୋଇସାରି ଥିଲା।ପିଲାଟି ଫ୍ରିଜ ଭିତରେ ଜମି ଯାଇଥିବାର ମିଳିଲା। ଅନସ୍ଥାୟା ର ଦେହ ବହୁତ ଖରାପ, ସେଥି ପାଇଁ ସେ ମେଡିକାଲ ରେ ଆଡମିଟ ଅଛି। କୁହାଯାଉଥିଲା କି ଏହି ପିଲାଟିର ବାପା ୧୬ ବର୍ଷ ର ତା କ୍ଲାସ ମେଟ ଥିଲା। ଦୁଇ ଜଣଙ୍କ ଅଫେୟାର ଥିଲା କିନ୍ତୁ କିଛି ସମୟ ପୂର୍ବରୁ ତାଙ୍କର ବ୍ରେକଅପ ହୋଇଯାଇଥିଲା। ଅନସ୍ଥାୟା ଙ୍କ ପଡୋଶୀ କହିଥିଲେ କି ଥରେ ତାଙ୍କର ନଜର ପଡ଼ିଥିଲା। ସେତେବେଳେ ସେ ତାଙ୍କର ମାଆ ଙ୍କୁ ପଚାରିଥିଲେ, ଅନସ୍ଥାୟା କଣ ପ୍ରେଗନେଣ୍ଟ ଅଛି ? କିନ୍ତୁ ମହିଳା ଜଣଙ୍କ ମନା କରି ଦେଇଥିଲେ। ଅନସ୍ଥାୟା ର ମାଆ ଏବେବି ସନ୍ଦେହ ରେ ଅଛନ୍ତି କି ସେ ପିଲାଟିକୁ ଏକଲା ଜନ୍ମ ଦେଇ ଫ୍ରିଜ ରେ ରଖିଦେଇ ଥିଲା।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।