“ଆଣ୍ଟି କିସକୋ ବୋଲା ବେ” ଆପଣ ଏହି ଶବ୍ଦ ଅନେକଥର ଶୁଣିଥିବେ | “ଆଣ୍ଟି” ଏମିତି ଏକ ଶବ୍ଦ ଅଟେ ଯାହାକୁ ଆମେ ସାଧାରଣ କଥାବାର୍ତ୍ତାର ଭାଷାରେ ପ୍ରତ୍ୟେକଦିନା ବ୍ୟବହାର କରିଥାଉ | ତେବେ କିଛି ଲୋକଙ୍କୁ ଆଣ୍ଟି କହିଲେ ତାଙ୍କ ରାଗ ପଞ୍ଚମରେ ପହଞ୍ଚିଯାଇଥାଏ | ବହୁତ ଝିଅ ଏପରି ଅଛନ୍ତି ଯେଉଁ ମାନଙ୍କୁ ନିଜେ ଆଣ୍ଟି ଶୁଣିବା ପସନ୍ଦ ନଥାଏ | ଏମିତିରେ କେହି ଆପଣଙ୍କୁ ବାରଣ କରି ଦିଅନ୍ତି ତ ଆଉ କେହି ଆପଣଙ୍କ ସହିତ ଝଗଡା କରିବା ସ୍ଥିତିକୁ ଓଲ୍ହାଇ ଆସନ୍ତି |
ବର୍ତ୍ତମାନ ଉତ୍ତରପ୍ରଦେଶର ଇଟାହର ବାବୁଗଞ୍ଜ ମାର୍କେଟର ଏହି କାହାଣୀକୁ ହିଁ ନେଇ ନିଅନ୍ତୁ | ଏଠାରେ ସୋମବାର ଦିନ ସନ୍ଧ୍ୟାରେ ଅନେକ ମହିଳା କରବା ଚୌଥର ପୂଜା ମାର୍କେଟିଙ୍ଗ କରୁଥିଲେ | ମାର୍କେଟରେ ବହୁତ ଭିଡ ମଧ୍ୟ ଥିଲା | ଏମିତିରେ ଏକ ୧୯ ବର୍ଷର ଝିଅଟି ଜଣେ ୪୦ ବର୍ଷୀୟ ମହିଳାଙ୍କୁ ସାଇଡ ମାଗିବା ପାଇଁ “ଏକ୍ସକ୍ୟୁଜ ମି, ଆଣ୍ଟି” କହିଦେଇଥିଲେ | ତେବେ ଏହା ଶୁଣିବା ପରେ ସେହି ମହିଳାଙ୍କୁ ଏକଥା ପସନ୍ଦ ଆସିନଥିଲା | ସେ ସେହି ଝିଅଟିକୁ ଗାଳି କରିବା ଆରମ୍ଭ କରିଦେଇଥିଲେ ଏବଂ ଏକ ଚାପୁଡ଼ା ମଧ୍ୟ ମାରି ଦେଇଥିଲେ |
ଖୁବଶୀଘ୍ର ଦୁଇଜଣଙ୍କର ଝଗଡା ମାର୍କେଟରେ ଚାଞ୍ଚଲ୍ୟ ସୃଷ୍ଟି କରି ଦେଇଥିଲା | ଉଭୟ ପରସ୍ପର ସହିତ ଲାଗି ଯାଇଥିଲେ | ରାସ୍ତାରେ ଯାଉଥିବା ଲୋକମାନେ ବହୁତ ଚେଷ୍ଟା କରି ଦୁଇଜଣଙ୍କୁ ଅଲଗା କରିଦେଇଥିଲେ | ସ୍ଥିତି ଏପରି ହୋଇଯାଇଥିଲା ଯେ ଦୁଇଜଣଙ୍କୁ ଚୁପ କରାଇବା ପାଇଁ ପୋଲିସକର୍ମୀଙ୍କୁ ମଧ୍ୟ ଆସିବାକୁ ପଡିଲା | ପରେ ପୋଲିସ ଉଭୟଙ୍କୁ ଥାନାକୁ ନେଇଯାଇଥିଲା ଯେଉଁଠାରେ ଉଭୟ ପରସ୍ପର ସହମତି ମଧ୍ୟରେ ମାମଲା ସମାଧାନ କରି ନେଇଥିଲେ | ଏହି ପୁରା ଘଟଣାର ଭିଡିଓ ମଧ୍ୟ ବର୍ତ୍ତମାନ ଭାଇରଲ ହୋଇଯାଇଛି |
यूपी के एटा में आंटी कहने पर भड़की महिला, करवा चौथ की खरीददारी छोड़ बाल पकड़कर पीटा#UttarPradesh pic.twitter.com/yIr9werUzW
— Hindustan (@Live_Hindustan) November 3, 2020
ଦେଖୁ ଦେଖୁ ଏହି ଭିଡିଓ ଭାଇରଲ ହୋଇଯାଇଥିଲା ଏବଂ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାକୁ ଲାଗିଲେ | କେହି କହିଲେ ଯେ “ଆଣ୍ଟି କହିବା ଦ୍ୱାରା ଏକ ଯୁଦ୍ଧ ଆରମ୍ଭ ହୋଇଯାଇପାରେ |” ସେହିପରି କେହିଜଣେ କମେଣ୍ଟ କରି କହିଲେ ଯେ, ” ଆଣ୍ଟି ବଦଳରେ କଣ କହିବାର ଅଛି କେହି ସେ କଥା କହି ଦିଅନ୍ତୁ, କାରଣ ମୁଁ କିଛି ରିସ୍କ ନେବାକୁ ଚାହୁଁନାହିଁ | ପୁଣି ଆଉଏକ କମେଣ୍ଟ ଆସେ ଯେ, ୟୋଗୀ ସାର ଏହି ଅପରାଧ ପାଇଁ ମଧ୍ୟ କିଛି ନୂତନ ଆଇନ ବନାଇବା ଉଚିତ |
ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖନ୍ତି ଯେ, ” ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବି ଚିନ୍ତି କାହାରିକୁ ଆଣ୍ଟି କହିବାକୁ ପଡିବା |” ଆଉଜଣେ ବ୍ୟକ୍ତି ଲେଖିଲେ “ଝିଅମାନେ ହିଁ ପରସ୍ପରର ଆତ୍ମାକୁ କଷ୍ଟ ଦେଇଥାନ୍ତି |” ଜଣେ ବ୍ୟକ୍ତି ମଜା କରି କହିଲେ “ମହିଳାଙ୍କୁ ଭାବି ଚିନ୍ତି ଆଣ୍ଟି କୁହନ୍ତୁ..ଜନହିତରେ ଜାରି..| ” ଜଣେ ବ୍ୟବହାରକାରୀ କୁହନ୍ତି ଯେ, “ଆଣ୍ଟି ଶବ୍ଦ ଏଥିପାଇଁ ପସନ୍ଦ ନୁହେଁ କାରଣ ଅଧିକ ବୟସର ଲୋକଙ୍କ ଆଣ୍ଟି କୁହାଯାଇଥାଏ | ଏମିତିରେ କିଛି ମଧ୍ୟ କହିଲେ କାହାରି ବୟସ ବଢିଯାଏ ନାହିଁ କିମ୍ବା କମିଯାଏ ନାହିଁ |”
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।