୧୪ଥର ନଷ୍ଟ ହୋଇଯାଇଥିଲା ଏହି ଅଭିନେତ୍ରୀଙ୍କ ଗର୍ଭ, ସଲମାନଙ୍କ ଉପଦେଶ ପରେ ଏମିତି ହୋଇଥିଲେ ଦୁଇ ଛୁଆଙ୍କ ମାଆ

ମୁମ୍ବାଇ: କମେଡିୟନ କୃଷ୍ଣା ଅଭିଷେକ (krushna abhishek)ଙ୍କ ସ୍ତ୍ରୀ ଅଭିନେତ୍ରୀ ଏବଂ ମଡେଲ କଶ୍ମୀରା ଶାହ (Kashmera shah) ୪୯ ବର୍ଷର ହୋଇଗଲେଣି। ତାଙ୍କର ୨ ଡିସେମ୍ବର, ୧୯୭୧ରେ ମୁମ୍ବାଇରେ ହୋଇଥିଲା। ଏମିତିରେ ତାଙ୍କୁ ସିନେମାରେ ଅଧିକ ସୁଯୋଗ ମିଳିନାହିଁ କିନ୍ତୁ ଟିଭି ଇଣ୍ଡଷ୍ଟ୍ରିରେ ବହୁତ ନାମ କରିଛନ୍ତି।ତାଙ୍କ ହୃଦୟ ଏବଂ ଗ୍ଳାମରସ ରୂପ ପାଇଁ ପ୍ରସିଦ୍ଧ କଶ୍ମୀରା ୯ବର୍ଷ ପର୍ଯ୍ୟନ୍ତ କୃଷ୍ଣାଙ୍କ ସହିତ ସମ୍ପର୍କରେ ରହିବା ପରେ ୨୦୧୩ରେ ବାହା ହୋଇଥିଲେ। ହେଲେ, ବାହାଘର ପରେ ମା ହେବା ତାଙ୍କ ପାଇଁ ବହୁତ କଷ୍ଟକର ହୋଇଯାଇଥିଲା।ସେ ବହୁତ ଖରାପ ସମୟ ଦେଇ ବି ଗତି କରିଛନ୍ତି। ଆପଣ ଜାଣିଲେ ବ୍ୟସ୍ତ ହୋଇଯିବେ କି କଶ୍ମୀରାଙ୍କ ଗର୍ଭ ୧୪ଥର ନଷ୍ଟ ହୋଇଯାଇଛି। ଏହାପରେ ସଲମାନ ଖାନ୍ (Salman khan) ଙ୍କ ଉପଦେଶ ପରେ ସେ ସରୋଗେସୀ ଦ୍ଵାରା ମାଆ ହୋଇପାରିଥିଲେ।

କୃଷ୍ଣା ଏବଂ କଶ୍ମୀରା ମଇ ୨୦୧୭ରେ ସରୋଗେସୀ ମାଧ୍ୟମରେ ଜାଆଁଳା ଛୁଆଙ୍କ ମାଆ-ବାପା ହୋଇଥିଲେ। ଏହାର ପାଖାପାଖି ଏକବର୍ଷ ପରେ ଅପ୍ରେଲ ୨୦୧୮ରେ ନିଜେ କଶ୍ମୀରା ଏକ ଏଣ୍ଟରଟେନମେଣ୍ଟ ୱେବସାଇଟ ରେ ଦେଇଥିବା ଇଣ୍ଟରବ୍ୟୁ ରେ କହିଥିଲେ ମୁଁ ଫ୍ୟାମିଲି ପ୍ଳାନିଙ୍ଗ ପାଇଁ ନିଜ କାମଠାରୁ ବି ଦୂରତା କରି ନେଇଥିଲେ ଏବଂ ପୂର୍ବ ତିନି ବର୍ଷରୁ ସେ ଗର୍ଭ ଧାରଣ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଏମିତି ହୋଇପାରି ନଥିଲା।

ସେ କହିଥିଲେ ମୋ ଅଣ୍ଟା ୨୪ ରୁ ୩୨ ହୋଇଯାଇଥିଲା ଏବଂ ଏହି କଥା ମୋ ପାଇଁ ବହୁତ କଷ୍ଟଦାୟକ ଥିଲା। କିନ୍ତୁ ମୁଁ ସାହସ ହରାଇ ନଥିଲି। ଏହା ମଧ୍ୟରେ ଲୋକ ରହସ୍ୟ କରିବାକୁ ଲାଗିଥିଲେ କି ଚେହେରା ପାଇଁ ମୁଁ ଗର୍ଭବତୀ ହୋଇପାରୁନାହିଁ, କିନ୍ତୁ ଏମିତି ନୁହେଁ। ମୁଁ ଗର୍ଭବତୀ ହେବାପାଇଁ ସବୁ ପ୍ରକାର ଚେଷ୍ଟା କରିଥିଲି। ମୁଁ ସେହି ସେରୋଗେଟ ମାକୁ ସତରେ ହୃଦୟରୁ ଧନ୍ୟବାଦ ଦେବାକୁ ଚାହୁଁଛି ଯିଏ ମୋ ଛୁଆଙ୍କୁ ଜନ୍ମ ଦେଇଛି ଏବଂ ଏତେ କଷ୍ଟ ସହିଛି।ଆମ ଜାଆଁଳା ଛୁଆଙ୍କ ନାମ ସେ ରିୟାନ ଏବଂ କୃଶଙ୍କ ରଖିଛନ୍ତି।

କୃଷ୍ଣା କହିଥିଲେ-ସଲମାନ ଆମ ଭିତରେ ସରୋଗେସୀ ପ୍ରତି ବିଶ୍ଵାସ ଜନ୍ମାଇ ଥିଲେ।ସେ ଆମ ପରିବାର ସଦସ୍ୟ ନୁହଁନ୍ତି, ବରଂ ସୁପରଷ୍ଟାର ଅଟନ୍ତି। ଏହାପରେ ବି ଆମକୁ ପରିବାର ସଦସ୍ୟଙ୍କ ପରି ସମ୍ନାନ କରନ୍ତି। ଲୋକମାନଙ୍କୁ ଏହା ଲାଗିବ କି ମୁଁ ଏମିତି କହି ତାଙ୍କର ମିଥ୍ୟା ପ୍ରଶଂସା କରୁଛି। କିନ୍ତୁ ମୁଁ କୈାଣସି ଅନ୍ୟ ଷ୍ଟାର ଙ୍କ ବିଷୟରେ ଏମିତି କହୁନାହିଁ। କାରଣ ସଲମାନ ଉପଯୁକ୍ତ ମନୁଷ୍ୟର ଉଦାହରଣ ଅଟନ୍ତି।

ଜଣା ଯାଉଛି କି କଶ୍ମୀରା ଫିଲ୍ମ ପ୍ରୋଡ୍ୟୁସର ବ୍ରେଡ୍ ଲିସରମୈନଙ୍କୁ ବାହା ହୋଇଥିଲେ। କିନ୍ତୁ ଏହି ବାହାଘର ବହୁତ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିଲା ନାହିଁ।୬ବର୍ଷରେ ହିଁ ଦୁଇଜଣଙ୍କର ମୁକ୍ତି ହୋଇଯାଇଥିଲା।

ଏହାପରେ କଶ୍ମୀରା ସିନେମା ଆଡ଼କୁ ପୁଣି ଫେରି ଆସିବାକୁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ତାଙ୍କର ଦେଖା କୃଷ୍ଣା ଅଭିଷେକଙ୍କ ସହିତ ହୋଇଥିଲା। କଶ୍ମୀରା ଏବଂ କୃଷ୍ଣାଙ୍କ ପ୍ରଥମ ଦେଖା ଜୟପୁରରେ ହୋଇଥିଲା।ସେ ସିନେମା ଏବଂ ପପ୍ପୁ ପାସ ହୋ ଗେୟାର ସୁଟିଂ କରୁଥିଲେ। ସେହି ସମୟରେ କଶ୍ମୀରା ହସବୈଂଡ ବ୍ରେଡଙ୍କ ଠାରୁ ଅଲଗା ହୋଇଯାଇଥିଲେ।

ଆରମ୍ଭରୁ ହିଁ କୃଷ୍ଣାଙ୍କ ମନରେ କଶ୍ମୀରାଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଥିଲା।ସେ ଏହି କଥାକୁ ନେଇ ବହୁତ ଦୁଃଖିତ ହୋଇଥିଲେ କି କଶ୍ମୀରା ବାହା ହୋଇ ସାରିଛନ୍ତି। କିନ୍ତୁ ଯେତେବେଳେ କୃଷ୍ଣାଙ୍କୁ ଏହି ବିଷୟରେ ଜଣା ପଡିଥିଲା କି ଏବେ କଶ୍ମୀରା ନିଜ ସ୍ବାମୀଙ୍କ ଠାରୁ ଅଲଗା ହୋଇଯାଇଛନ୍ତି ତ କୃଷ୍ଣାଙ୍କ ପସନ୍ଦ କଶ୍ମୀରାଙ୍କ ପ୍ରତି ଆହୁରି ବଢି ଯାଇଥିଲା।

ଏହା ସେହି ସମୟ ଥିଲା ଯେତେବେଳେ ଦୁଇଜଣଙ୍କ ମଧ୍ୟରେ ଆକର୍ଷଣ ବଢ଼ିବାକୁ ଲାଗିଥିଲା।ଏ ପର୍ଯ୍ୟନ୍ତ ବି ଦୁଇଜଣଙ୍କର ଏହି କଥାରେ ବି କୈାଣସି ଆପତ୍ତି ନାହିଁ କି ଦୁଇଜଣଙ୍କ ମଧ୍ୟରେ ବୟସର ବ୍ୟବଧାନ ୧୦ ବର୍ଷରୁ ବି ଅଧିକ ଅଟେ।

କଶ୍ମୀରା ୧୯୯୭ରେ ଶାହାରୂକ ଖାନଙ୍କ ସିନେମା ୟସ ବ୍ରାସରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ପ୍ୟାର ତୋ ହୋନା ହି ଥା, ହିନ୍ଦୁସ୍ଥାନ କି କସମ, ଦୁଲ୍ହନ ହମ ଲେ ଯାଏଙ୍ଗେ, ହେରା ଫେରି, କାହିଁ ପ୍ୟାର ନା ହୋ ଯାଏ, ଆଶିକ, ମର୍ଡର ଅର‌ ଵେକ ଅପ ସିଡ ଭଳି ସିନେମାରେ କାମ କରିଥିଲେ। ଟିଭି ବିଷୟରେ କହିବା ତ ସେ ବିଗ ବସ ସିଜନ ୧ର ସଦସ୍ୟ ଥିଲେ। ଏହାପରେ ସେ ୨୦୦୭ରେ ନଚ ବଲିଏ ୩ରେ କୃଷ୍ଣା ଅଭିଷେକଙ୍କ ସହିତ ନଜର ଆସିଥିଲେ।

Leave a Reply

Your email address will not be published. Required fields are marked *