ବଙ୍ଗଳା ଫିଲ୍ମର ଜଣାଶୁଣା ଅଭିନେତ୍ରୀ ସ୍ୱସ୍ତିକା ମୁଖାର୍ଜୀ ୪୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି | ୧୩ ନଭେମ୍ବର ୧୯୮୦ ମସିହାରେ କୋଲକାତାରେ ଜନ୍ମଗ୍ରହଣ କରିଥିବା ସ୍ୱସ୍ତିକା ବଙ୍ଗାଳି ଅଭିନେତା ସନ୍ତୁ ମୁଖାର୍ଜୀଙ୍କ ଝିଅ ଅଟନ୍ତି | ସ୍ୱସ୍ତିକା ନିଜର ସ୍କ୍ରିନ ଡେବ୍ୟୁ ବଙ୍ଗାଳି ଟିଭି ସିରିଜ ଦେବଦାସୀରୁ କରିଥିଲେ | ଏହାପରେ ସେ ୨୦୦୧ ମସିହାରେ ଫିଲ୍ମ “ହେମନ୍ତର ପାଖୀ”ରୁ ଫିଲ୍ମରେ ଡେବ୍ୟୁ କରିଥିଲେ | ସ୍ୱସ୍ତିକା ୨୦୦୮ ମସିହାରେ ଆସିଥିବା ବଲିଉଡ ଫିଲ୍ମ “ମୁମ୍ବାଇ କଟିଙ୍ଗ”ରେ ମଧ୍ୟ କାମ କରିସାରିଛନ୍ତି |
ସ୍ୱସ୍ତିକା ସେହି ଅଭିନେତ୍ରୀ ଅଟନ୍ତି ଯିଏକି ନଭେମ୍ବର ୨୦୧୪ରେ ସିଙ୍ଗାପୁରର ଏକ ଗହଣା ଦୋକାନରୁ ସୁନାର କାନଫୁଲ ବ୍ୟାଗରେ ରଖୁଥିବାର ଧରାପଡ଼ିଥିଲେ | ବାସ୍ତବରେ ସ୍ୱସ୍ତିକା ବୟଫ୍ରେଣ୍ଡ ସୁମନ ମୁଖାର୍ଜୀଙ୍କ ସହିତ ସିଙ୍ଗାପୁରରେ ଏକ ଗହଣା ଷ୍ଟୋରକୁ ଲଞ୍ଚିଙ୍ଗ ଇଭେଣ୍ଟରେ ଶାମିଲ ହୋଇଥିଲେ | ପରେ ଦୋକାନର ମାଲିକ ଫିଲ୍ମ ଫେଷ୍ଟିଭାଲର ଆୟୋଜକଙ୍କ ବିରୋଧରେ ଅଭିଯୋଗ ମଧ୍ୟ କରିଥିଲେ | ତେବେ ସ୍ୱସ୍ତିକା ଏହାକୁ ଏକ୍ସିଡ଼େଣ୍ଟଲି ହୋଇଯାଇଛି ବୋଲି କହିଥିଲେ |
୧୮ ବର୍ଷ ବୟସରେ ବିବାହ କରିଥିଲେ ସ୍ୱସ୍ତିକା:
୧୯୯୮ ମସିହାରେ ସ୍ୱସ୍ତିକା ୧୮ ବର୍ଷ ବୟସରେ ଗାୟକ ପ୍ରୋମିତ ସେନଙ୍କ ସହିତ ବିବାହ କରି ନେଇଥିଲେ | ତେବେ ଏହି ବିବାହ ଅଧିକ ସମୟ ଚାଲିପାରି ନଥିଲା ଏବଂ ଉଭୟ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ | ସ୍ୱସ୍ତିକା ସ୍ୱାମୀଙ୍କ ଉପରେ ଅଭିଯୋଗ ଆଣିଥିଲେ ଯେ ଗର୍ଭବତୀ ଥିବା ଅବସ୍ଥାରେ ତାଙ୍କୁ ମାରପିଟ କରାଯାଇଛି ଏବଂ ଘରେ ବନ୍ଦ କରିଦିଆଯାଇଥିଲା |
ଏକ ଝିଅର ମାଆ ଅଟନ୍ତି ସ୍ୱସ୍ତିକା:
ସ୍ୱସ୍ତିକାଙ୍କ ମୁତାବକ, ତାଙ୍କ ସ୍ୱାମୀ ୨୦୦୦ ମସିହାରେ ଛାଡପତ୍ର ଫାଇଲ କରିଥିଲେ, କିନ୍ତୁ ଯେତେବେଳେ ତାଙ୍କୁ ଜଣା ପଡିଲା ଯେ ମୁଁ ଏକ ସଫଳ ଅଭିନେତ୍ରୀ ହୋଇସାରିଛି ସେତେବେଳେ ତାଙ୍କ ମନ ପରିବର୍ତ୍ତନ ହୋଇଯାଇଥିଲା | ସ୍ୱସ୍ତିକାଙ୍କର ଏକ କନ୍ୟା ଅଛି, ଯାହାଙ୍କର ନାମ ଅନ୍ୱେଷା ଅଟେ | ଅନ୍ଵେଷାଙ୍କ ଜନ୍ମ ୨୦୦୦ ମସିହାରେ ହୋଇଥିଲା |
ପରମବ୍ରତ ଚାଟାର୍ଜୀଙ୍କ ସହିତ ସମ୍ପର୍କରେ ଥିଲେ:
ରିପୋର୍ଟ ମୁତାବକ ଫିଲ୍ମ ବ୍ରେକ ଫେଲର ସେଟରେ ସ୍ୱସ୍ତିକାଙ୍କର ସମ୍ପର୍କ ପରମବ୍ରତଙ୍କ ସହିତ ବଢିଥିଲା | ତେବେ ଆଇନଗତ ଭାବରେ ସ୍ୱସ୍ତିକା ବର୍ତ୍ତମାନ ମଧ୍ୟ ବିବାହିତା ଏବଂ ପ୍ରୋମିତଙ୍କ ପତ୍ନୀ ଅଟନ୍ତି ଏହି କାରଣରୁ ସେ ଚାଟାର୍ଜୀଙ୍କ ବିରୋଧରେ ଅପରାଧିକ ବ୍ୟଭିଚାର ଏବଂ ବିବାହିତା ମହିଳାଙ୍କୁ ପ୍ରଲୋଭନ ଦେଖାଇବାର ଆରୋପ ଲଗାଇଥିଲେ |
୨୦୦୧ ମସିହାରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ସ୍ୱସ୍ତିକା:
୧୩ ଡିସେମ୍ବର, ୧୯୮୦ ମସିହାରେ କୋଲକାତାରେ ଜନ୍ମଗ୍ରହଣ କରିଥିବା ସ୍ୱସ୍ତିକା ବଙ୍ଗାଳି ଅଭିନେତା ସନ୍ତୁ ମୁଖାର୍ଜୀଙ୍କ ଝିଅ ଅଟନ୍ତି | ସ୍ୱସ୍ତିକା ନିଜର କ୍ୟାରିୟର ୨୦୦୧ ମସିହାରେ ବଙ୍ଗାଳି ଟିଭି ସିରିଜ ଦେବଦାସୀରୁ ଆରମ୍ଭ କରିଥିଲେ | ତେବେ ତାଙ୍କୁ ପ୍ରଥମ ଲିଡ଼ ରୋଲ ୨୦୦୪ ମସିହାରେ ଆସିଥିବା ଫିଲ୍ମ “ମସ୍ତାନ”ରେ ମିଳିଥିଲା | ସ୍ୱସ୍ତିକା କୋଲକାତାର କାରମେଲ ସ୍କୁଲରେ ଏବଂ ସେଣ୍ଟ ଥେରେସା ସ୍କୁଲରୁ ପାଠ ପଢିଥିଲେ |
CAAର ବିରିଧ କରିଥିଲେ ସ୍ୱସ୍ତିକା:
ଗତବର୍ଷ ନାଗରିକ ସଂଶୋଧନ ଆଇନ (CAA ) ଏବଂ NRC ବିରୋଧରେ ପଶ୍ଚିମବଙ୍ଗର କଳାକାର, ନିର୍ଦେଶକ ଏବଂ ସଂଗୀତ ନିର୍ଦେଶକ ମିଳିତଭାବରେ ଏକ ଭିଡିଓ ବନାଇଥିଲେ | ଏହି ଭିଡିଓରେ ଅଭିନେତ୍ରୀ ସ୍ୱସ୍ତିକା ମୁଖାର୍ଜୀ ମଧ୍ୟ ନଜର ଆସିଥିଲେ | ଭିଡିଓରେ ସମସ୍ତେ ବଙ୍ଗଳାରେ କୁହନ୍ତି ଯେ,”କାଗୋଜ ଅମରା ଦେଖାବୋନା” ଅର୍ଥାତ ଆମେ କାଗଜ ଦେଖାଇବୁ ନାହିଁ |
ସୁଶାନ୍ତଙ୍କର ଶେଷ ଫିଲ୍ମରେ କରିଥିଲେ କାମ:
ସୁଶାନ୍ତଙ୍କର ଶେଷ ଫିଲ୍ମ ଦିଲ ବିଚରାରେ ସ୍ୱସ୍ତିକା କାମ କରିଥିଲେ | ଏଥିରେ ସେ କିଜି ବସୁ (ସଞ୍ଜନା)ଙ୍କର ମାଆ ଭୂମିକାରେ ଅଭିନୟ କରୁଥିଲେ |
ଏହି ଫିଲ୍ମ ଗୁଡିକରେ କରିଛନ୍ତି କାମ:
ସ୍ୱସ୍ତିକା କ୍ରିମିନାଲ, ମନ୍ତ୍ରା, କ୍ରାନ୍ତି, ହେଲୋ କୋଲକାତା, ପାର୍ଟନର, ବ୍ରେକ ଫେଲ, ବାୟ ବାୟ ବ୍ୟାଂକଙ୍କ, ନନ୍ଦିନୀ, ମୁମ୍ବାଇ କଟିଙ୍ଗ, ମାଛ ମିଷ୍ଟି ଏଣ୍ଡ ମୋର, ଅମି ଔର ଅମାର ଗାର୍ଲଫ୍ରେଣ୍ଡ, ଜାତିସ୍ୱର, ଏବର ଶାବୋର, ଡିଟେକ୍ଟଇଭ ବ୍ୟୋମକେଶ ବକ୍ସି ଏବଂ ସାହେବ ବିବି ଗୁଲାମ ପରି ଫିଲ୍ମରେ କାମ କରିଛନ୍ତି |