ଭାରତୀୟ କ୍ରିକେଟ ଟିମର ପୂର୍ବ ପ୍ରସିଦ୍ଧ କ୍ରିକେଟର ଜହୀର ଖାନଙ୍କ ସ୍ତ୍ରୀ ଏବଂ ବଲିଉଡ ଅଭିନେତ୍ରୀ ସାଗରିକା ଘାଟଗେ ନିଜର ୩୫ତମ ଜନ୍ମବାର୍ଷିକ ପାଳନ କରୀଛନ୍ତି। ସାଗରିକାଙ୍କ ଜନ୍ମ ୮ଜାନୁଆରୀ ୧୯୮୬ରେ ମହାରାଷ୍ଟ୍ରର କୋହ୍ଲାପୁରରେ ହୋଇଥିଲା। ସାଗରିକା ଘାଟଗେ ବଲିଉଡର କିଛି ସିନେମାରେ କାମ କରିଛନ୍ତି।ସେ ନିଜ ବଲିଉଡ କ୍ୟାରିୟରର ଆରମ୍ଭ ପ୍ରସିଦ୍ଧ ଅଭିନେତା ଶାହାରୁଖ ଖାନଙ୍କ ସହିତ କରିଥିଲେ।
ବଲିଉଡରେ ସାଗରିକା ପ୍ରଥମ ଥର ସିନେମା ‘ଚକ ଦେ ଇଣ୍ଡିଆ’ ରେ ନଜର ଆସିଥିଲେ। ଏହି ସିନେମାରେ ଶାହାରୁଖ ଖାନ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ।ସାଗରିକା ରାଷ୍ଟ୍ରୀୟ ସ୍ତରର ହକି ଖେଳାଳୀ ମଧ୍ୟ ଥିଲେ। ଜଣା ଯାଉଛି କି,ସାଗରିକା ଘାଟଗେ ଭାରତୀୟ କ୍ରିକେଟ ଟିମର ପୂର୍ବ ପ୍ରସିଦ୍ଧ ଗେନ୍ଦବାଜ ଜହୀର ଖାନଙ୍କ ସହିତ ବିବାହ କରିଥିଲେ।
View this post on Instagram
ସାଗରିକା ସିନେମା ଘରାନେ ସହିତ ସଂପର୍କ ରଖିଛନ୍ତି। ତାଙ୍କ ବାପା ବିଜୟ ଘାଟଗେ ମଧ୍ୟ ବଲିଉଡରେ କାମ କରି ସାରିଛନ୍ତି। ତେବେଳେ କି ତାଙ୍କ ଜେଜେମା ସୀତା ରାଜେ ଘାଟଗେ ଇନ୍ଦୌରର ମହାରାଜା ତୁକୋଜୀରାବ ହୋଲ୍କରଙ୍କର ଝିଅ ଥିଲେ। ସାଗରିକା ଗୋଟିଏ ରାଜକୀୟ ପରିବାର ସହିତ ସମ୍ପର୍କ ରଖିଛନ୍ତି। ଆସନ୍ତୁ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ସହିତ ଯୋଡି ହୋଇଥିବା କିଛି ସ୍ଵତନ୍ତ୍ର କଥା ଆପଣଙ୍କୁ ଜଣାଇବୁ..
View this post on Instagram
ସାଗରିକା ଯେତେବେଳେ ପାଠ ପଢ଼ୁଥିଲେ ସେହି ସମୟରେ ତାଙ୍କୁ ଏଡ ସିନେମା ପାଇଁ ଅଫର ଆସିବାକୁ ଲାଗିଥିଲା। ସାଗରିକା ବର୍ଷ ୨୦୦୭ରେ ବଲିଉଡ କ୍ୟାରିୟରର ଆରମ୍ଭ କରିଥିଲେ।ସେ ତାଙ୍କ ପ୍ରଥମ ସିନେମାରୁ ହିଁ ଦର୍ଶକଙ୍କ ଉପରେ ନିଜର ଯାଦୁକୁ ଖେଳାଇବାରେ ସଫଳ ହୋଇଥିଲେ। ତାଙ୍କୁ ‘ଚକ ଦେ ଇଣ୍ଡିଆ’ରେ ନିଜର ସୁନ୍ଦର ଅଭିନୟ ପାଇଁ ବେଷ୍ଟ ସପୋର୍ଟିଙ୍ଗ ଏକ୍ଟ୍ରିସର ସ୍କ୍ରିନ ଆୱାର୍ଡ଼ରେ ମଧ୍ୟ ସାମ୍ନାନିତ କରା ଯାଇଥିଲା।
ଜଣା ଯାଉଛି କି,ସାଗରିକା କେବଳ ହିନ୍ଦୀ ସିନେମା ମଧ୍ୟରେ ସୀମିତ ରହି ନଥିଲେ।ସେ ପଞ୍ଜାବୀ ଏବଂ ମରାଠୀ ଭାଷାର ସିନେମାରେ ମଧ୍ୟ କାମ କରିଛନ୍ତି। ଆନ୍ତର୍ଜାତିକ ସ୍ତରର ହକି ଖେଳାଳୀ ମଧ୍ୟ ଥିଲେ ଏବଂ ବଲିଉଡ ଅଭିନେତ୍ରୀ ସାଗରିକାଙ୍କ ହୃଦୟ ପୂର୍ବ କ୍ରିକେଟର ଜହୀର ଖାନଙ୍କ ଉପରକୁ ଆସି ଯାଇଥିଲା। ଦୁଇଜଣଙ୍କ ସଂପର୍କର ଖୁଲାସା ଯୁବରାଜ ସିଂହ ଏବଂ ହୈଜଲ କୀଚଙ୍କ ରିସେପ୍ସନ ସମୟରେ ହୋଇଥିଲା। ବାସ୍ତବରେ, ଏହି ରିସେପ୍ସନରେ ଦୁହେଁ ସାଥିହୋଇ ପହଞ୍ଚି ଥିଲେ। ବର-କନିଆଁ ସାଜିଥିବା ଯୁବରାଜ ଏବଂ ହୈଜଲଙ୍କ ସହିତ ସାଗରିକା-ଜହୀରଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଥିଲା।
View this post on Instagram
ଜଣା ଯାଉଛି କି,ସାଗରିକା ଏବଂ ଜହୀର ଖାନଙ୍କ ଦେଖା ଜଣେ ସାଧାରଣ ବନ୍ଧୁ କରାଇଥିଲେ।ଗୋଟେଥର ଶୋରେ ଜହୀରଙ୍କ ବିଷୟରେ କଥା ହେଉଥିବା ସମୟରେ ସାଗରିକା କହିଥିଲେ କି, ‘ମୁଁ ଏବଂ ଜହୀର ଆମ ବନ୍ଧୁ ଋତିକଙ୍କ ମାଧ୍ୟମରେ ଦେଖା ହୋଇଥିଲୁ। ମୁଁ ଯେତେବେଳେ ବି ଋତିକଙ୍କ ସହିତ ଦେଖା ହେଉଥିଲି ତ କହୁଥିଲି କି ଜହୀର ଜଣେ ଭଲ ପୁଅ ଅଟନ୍ତି।’
୨୦୧୭ରେ ନେଇଥିଲେ ସାତଫେରା
ଦେଖାହେବା ପରେ ଦୁଇଜଣଙ୍କ ହୃଦୟରେ ଜଣେ ଅନ୍ୟ ଜଣଙ୍କ ପାଇଁ ପ୍ରେମ ସଜେଇବାକୁ ଲାଗିଥିଲେ। ଦୁଇଜଣଙ୍କ ବନ୍ଧୁତା ପ୍ରେମରେ ବଦଳାଯାଇଥିଲା ଏବଂ ପୁଣି ସାଗରିକା-ଜହୀର ଦୁଇରୁ ଏକ ହେବାପାଇଁ ସ୍ଥିରୀକୃତ କରି ନେଇଥିଲେ।୨୪ଅପ୍ରେଲ ୨୦୧୭ରେ ଦୁଇଜଣଙ୍କର ନିର୍ବନ୍ଧ ହୋଇଥିଲା। ଯେତେବେଳେ କି ଏହି ବର୍ଷ ୨୩ନଭେମ୍ବରରେ ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।