ମୁମ୍ବାଇ: କୋରୋନା କାଳରେ କିଛି ଖରାପ ଖବର ଶୁଣିବାକୁ ମିଳିଛି ତ ଆଉ କେତକ ଭଲ ଖବର ଶୁଣିବାକୁ ମିଳିଛି। ଏହି ସମୟରେ କେତେକ ସେଲିବ୍ରେଟି ବାପା-ମା ଏବଂ ଆଉ କେତେକ ବିବାହ କରି ନିଜର ନୂଆ ଜୀବନ ଆରମ୍ଭ କରିଛନ୍ତି। ଏବେ ଆଉ ଏକ ଖୁସି ଖବର ଆସିଛି। ବାସ୍ତବରେ ଐଶ୍ବର୍ଯ୍ୟା ରାୟ ବଚନଙ୍କ ପରି ଦିଶୁଥିବା ମରାଠୀ ଅଭିନେତ୍ରୀ ଏବଂ ମଡେଲ ମାନସୀ ନାୟକ ବିବାହ କରିଛନ୍ତି। ସେ ବକ୍ସର ପ୍ରଦୀପ ଖରେରାଙ୍କୁ ବିବାହ କରିଛନ୍ତି। ମାନସୀ ଇନଷ୍ଟ୍ରାଗ୍ରାମରେ ତାଙ୍କ ବିବାହର ସବୁ ଫଟୋ ସେୟାର କରିଛନ୍ତି , ଯେଉଁଥିରେ ସେ ବହୁତ ସୁନ୍ଦରୀ ଦିଶୁଛନ୍ତି।
ମାନସୀ ଏବଂ ପ୍ରଦୀପଙ୍କ ବିବାହ ପୁଣେରେ ହୋଇଛି। ସେମାନେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ସବୁ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି।
ବିବାହରେ ମାନସଙ୍କୁ ପିଙ୍କ କଲରର ଲେହେଙ୍ଗା ଏବଂ ବ୍ରାଇଡାଲ ମେକପରେ ଦେଖିବାକୁ ମିଳିବ। ପ୍ରଦୀପ କ୍ରିମ କଲରର ସେରଓ୍ବାନୀ ପିନ୍ଧିଥିଲେ। ନିଜର ଫଟୋ ସେୟାର କରି ସେ ଲେଖିଥିଲେ ମିଷ୍ଟର ଆଣ୍ଡ ମିସେଜ ଖରେରା। ଏହା ସହିତ ସେ ଆଉ କେତେକ ଫଟୋ ସେୟାର କରିଛନ୍ତି।
କିଛି ମାସ ପୂର୍ବେ ମାନସୀ ଏବଂ ପ୍ରଦୀପଙ୍କର ଏଙ୍ଗେଜମେଣ୍ଟ ହୋଇଥିଲା। ପ୍ରଦୀପ ହରିଆଣାର ବକ୍ସର ଅଟନ୍ତି। ସେ WBC ଜିତିଛନ୍ତି।
ଏକ ଇନଣ୍ଟରବ୍ୟୁରେ ମାନସୀ କହିଥିଲେ କି ମୁଁ ବହୁତ ଖୁସି ଅଛି ମୋ ଖୁସି ବିଷୟରେ କହିବା ପାଇଁ ମୋ ପାଖେ ଶବ୍ଦ ନାହିଁ। ମୁଁ ଏତିକି କହି ପାରିବି କି ମୋ ଜୀବନ ସାଥି ମତେ ମିଳି ଯାଇଛି। ଏହା ବ୍ୟତିତ ତାଙ୍କ ପରିବାର ବହୁତ ସ୍ନେହୀ ଅଟନ୍ତି।
ବିବାହ ପରେ ମାନସୀ ନିଜ ସ୍ବାମୀଙ୍କ ଘର ଫରିଦାବାଦକୁ ଆସିବେ। ସେ ତାଙ୍କ ବିବାହ ସରିବା ମାତ୍ରେ ନିଜ ନାଁ ସୋଶିଆଲ ମିଡିଆରେ ମାନସୀ ନାୟକ ଖରେରାରେ ବଦଳେଇ ଦେଇଛନ୍ତି। ଇନଷ୍ଟ୍ରାଗ୍ରାମରେ ସେ ଏହି ଖବର ତାଙ୍କ ଫ୍ୟାନ୍ସ ମାନଙ୍କୁ ଦେଇଛନ୍ତି।
ମାନସୀଙ୍କ ଜନ୍ମ ୧୯୮୭ ଫେବୃଆରୀ ୩ ତାରିଖକୁ ମହାରାଷ୍ଟ୍ରର ପୁଣେ ସହରରେ ହୋଇଥିଲା। ତାଙ୍କୁ ମରାଠୀ ଫିଲ୍ମ ଗୀତ ” ଭାଗତୌଈ ରିକ୍ସାବାଲା” ପାଇଁ ଜଣା ଯାଏ। ଏହା ବ୍ୟତିତ ସେ ଫିଲ୍ମ “ମର୍ଡର ମିସ୍ଟ୍ରୀ”ରେ ରୋଲ କରିଥିଲେ।
ମରାଠୀ କମେଡି ଫିଲ୍ମ ‘ଜଲସା ‘ର ଗୋଟିଏ ଗୀତରେ ସେ ପରର୍ଫମ କରିଥିଲେ। ଏହି ଗୀତ ମାରାଠୀ ଅଭିନେତା ନିଲୁ ଫୁଲେ ଙ୍କୁ ଡେଡିକେଟ କରା ରାଇଥିଲା। ଗୀତଟିକୁ ଆନନ୍ଦ ଶିନ୍ଧେ ଗାଇଥିଲେ।
ମାନସୀ ସେମିତି ଦେଖାଯାନ୍ତି ଯେମିତି ଐଶ୍ବର୍ଯ୍ୟା ରାୟ ନିଜ କାରିଅର ଆରମ୍ଭ କଲା ବେଳେ ଦିଶୁଥିଲେ। ମାନସୀ ୨୦୧୨ରୁ ମରାଠୀ ଫିଲ୍ମ ‘କୁଟୁମ୍ବ ‘ ରୁ ଡେବ୍ୟୁ କରିଥିଲେ।
ଏହା ବ୍ୟତିତ ମାନସୀ ଟିଭି ସୋ ରେ ମଧ୍ୟ କାମ କରିଛନ୍ତି । ସେ ଚାର ଦିବଶ ସସୁଚେ, ଚଲା ହଓ୍ବା ୟେଉ ଦ ୟା ପରି ଟିଭି ସୋ ରେ ମଧ୍ୟ କାମ କରିଛନ୍ତି।