ବଲିଉଡ ଇଣ୍ଡଷ୍ଟ୍ରିରେ ସୁନ୍ଦର ଅଭିନେତ୍ରୀ ମାନଙ୍କର ଅଭାବ ନାହିଁ। ବର୍ତମାନ ସମୟରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ସୁନ୍ଦରତାରେ ଯେ କେହି ବି ଦିୱାନା ହୋଇ ଯାଆନ୍ତି। ଯଦି ଆମେ ବିତିଯାଇଥିବା ଜମାନାର ଅଭିନେତ୍ରୀ ମାନଙ୍କ କଥା କହିବା ତ ୮୦ ଦଶକର ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ବହୁତ ଭଲ ଅଭିନୟ ଏବଂ ସୁନ୍ଦରତା ଯୋଗୁଁ ଦର୍ଶକଙ୍କ ହୃଦୟରେ ବହୁ ବର୍ଷ ପର୍ଯ୍ୟନ୍ତ ରହି ଆସିଛନ୍ତି।
ଏହି ଅଭିନେତ୍ରୀମାନେ ନିଜର ବହୁତ ଭଲ ଅଭିନୟ ବଳରେ ବହୁତ ଭଲ ନାମ କରି ପାରିଛନ୍ତି କିନ୍ତୁ ସମୟ ବିତିବା ସହିତ ଏହି ଅଭିନେତ୍ରୀ ମାନଙ୍କର ନାମ ମଧ୍ୟ ଲୁଚି ଯାଇଛି ଏବଂ ବର୍ତ୍ତମାନ ସମୟରେ ଏମାନେ ବେନାମୀ ଭାବରେ ଜୀବନକୁ ଅତିବାହିତ କରୁଛନ୍ତି। ପରିଶେଷରେ ୮୦ଦଶକର ଏହି ପ୍ରସିଦ୍ଧ ଅଭିନେତ୍ରୀମାନେ କେଉଁଠି ଅଛନ୍ତି ଏବଂ କେଉଁ ଅବସ୍ଥାରେ ଅଛନ୍ତି ? ଏହି ବିଷୟରେ ବୋଧହୁଏ କିଛିଲୋକ ଜାଣିଥାଇ ପାରନ୍ତି।
ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ୮୦ଦଶକର କିଛି ଏମିତି ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ବିଷୟରେ ଜଣାଇବାକୁ ଯାଉଛୁ ଯେଉଁମାନେ କେବେ ନିଜର ସୁନ୍ଦରତା ବଳରେ ଲକ୍ଷଲକ୍ଷ ଲୋକଙ୍କୁ ଦିୱାନା କରିଦେଇଥିଲେ କିନ୍ତୁ ବହୁବର୍ଷ ପରେ ଏବେ ଏମାନେ ଏମିତି ଦେଖା ଯାଉଛନ୍ତି।
ମନ୍ଦାକିନୀ
ଆପଣ ସମସ୍ତଙ୍କୁ ରାଜ କପୂରଙ୍କ ସିନେମା “ରାଜ ତେରୀ ଗଙ୍ଗା ମୈଲୀ” ତ ମନେ ଥାଇପାରେ। ଆଜ୍ଞା ହଁ, ଅଭିନେତ୍ରୀ ମନ୍ଦାକିନୀ ଏହି ସିନେମାରେ ବହୁତ ପ୍ରସିଦ୍ଧ ହୋଇ ଯାଇଥିଲେ। ସେହି ସମୟରେ ଏହି ସିନେମାଟି ସୁପରହିଟ ହୋଇଥିଲା। ଏହି ସିନେମାରେ ମନ୍ଦାକିନୀ ବହୁତ ବୋଲ୍ଡ ଦୃଶ୍ୟ ଦେଇଥିଲେ, ଯାହା ସେହି ସମୟ ହିସାବରେ ବହୁତ ଅଧିକ ଥିଲା। ବଲିଉଡ ଇଣ୍ଡଷ୍ଟ୍ରିରେ ମନ୍ଦାକିନୀଙ୍କ କ୍ୟାରିୟର ବହୁତ ଛୋଟ ଥିଲା। ବହୁତ ବର୍ଷ ପୂର୍ବରୁ ହିଁ ସେ ସିନେମା ଇଣ୍ଡଷ୍ଟ୍ରିରୁ ନିଖୋଜ ହୋଇଯାଇଛନ୍ତି। ମନ୍ଦାକିନୀଙ୍କ ଜୀବନ ବିବାଦରେ ହିଁ ଭରା ହୋଇଥିଲା। ଆପଣଙ୍କୁ ଜଣାଇ ଦେଉଛୁ କି ମନ୍ଦାକିନୀଙ୍କ ନାମ ଅଣ୍ଡରବାର୍ଲ୍ଡ ଡନ ଦାଉଦ ଇବ୍ରାହିମଙ୍କ ସହିତ ବି ଯୋଡା ହୋଇ ସାରିଛି। ସିନେମା ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ହୋଇ ରହିବା ପରେ ୧୯୯୫ରେ ଜଣେ ବୁଦ୍ଧିଷ୍ଟ ସନ୍ତ କାଗ୍ୟୁର ରିନପୋଚେଙ୍କ ସହିତ ସେ ବାହା ହୋଇ ସାରିଛନ୍ତି। ପରିଶେଷରେ ସେ ମୁମ୍ବାଇର ଏକ ତିବ୍ବତୀ ହର୍ବଲ ସେଣ୍ଟର ଚଲାଉଛନ୍ତି ଏବଂ ଏଠାରେ ଲୋକମାନଙ୍କୁ ତିବ୍ବତୀ ଯୋଗ ବି ଶିଖାଉଛନ୍ତି। ମନ୍ଦାକିନୀଙ୍କ ନଜର ଏବେ ବହୁତ ବଦଳି ଯାଇଛି।
ଜୟା ପ୍ରଦା
ଜୟା ପ୍ରଦା ହିନ୍ଦୀ ସିନେମାର ସଫଳ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ବୋଲି ମନା ଯାଇଥାନ୍ତି।ସେ କେତେ ସିନେମାରେ କାମ କରିଛନ୍ତି ଏବଂ ନିଜର ବହୁତ ଭଲ ଅଭିନୟ ଏବଂ ସୁନ୍ଦରତା ଯୋଗୁଁ ଲକ୍ଷଲକ୍ଷ ଲୋକଙ୍କ ହୃଦୟରେ ରହି ପାରୁଥିଲେ।ପରଦା ଉପରେ ଜୟ ପ୍ରଦାଙ୍କୁ ଦେଖି ଲୋକଙ୍କ ହୃଦୟର ସ୍ପନ୍ଦନ ଜୋରରେ ଚାଲିବାକୁ ଲାଗେ। ବିତିଯାଇଥିବା ଜମାନାର ଅଭିନେତ୍ରୀ ଜୟାପ୍ରଦାଙ୍କ ସୁନ୍ଦରତାର ଲକ୍ଷଲକ୍ଷ ଲୋକ ଦିୱାନା ଥିଲେ।ସେ ନିଜ କ୍ୟାରିୟରରେ ବହୁତ ଉଚ୍ଚରେ ଥିଲେ କିନ୍ତୁ ଏହା ପରେ ବି ସେ ସିନେମା ଇଣ୍ଡଷ୍ଟ୍ରି ଠାରୁ ଦୂରକୁ ଚାଲି ଯାଇଛନ୍ତି।ଜୟପ୍ରଦା ଏବେ ରାଜନୀତିରେ ଅଛନ୍ତି।
ପଦ୍ମିନୀ କୋହ୍ଲାପୁରୀ
ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରୀ ୮୦ଦଶକରେ ବହୁତ ଭଲ ନାମ କମାଇ ପାରିଥିଲେ।ସେ ବହୁତ ସିନେମାରେ ମୁଖ୍ୟ ଅଭିନେତ୍ରୀ ରୂପେ କାମ କରିଛନ୍ତି। ପଦ୍ମିନୀ କୋହ୍ଲାପୁରୀ ବଚପନ, ଫଟା ପୋଷ୍ଟର ନିକଲା ହିରୋ ପରି ଲୋକପ୍ରିୟ ସିନେମାରେ ମଧ୍ୟ କାମ କରିଛନ୍ତି। ଧୀରେ-ଧୀରେ ସେ ବେନାମୀ ହୋଇଯାଇଥିଲେ କିନ୍ତୁ ଏବେ ସେ ସିନେମା ପୁଣି କରୁଛନ୍ତି।
ଫରହା ନାଜ
୮୦ଦଶକର ପ୍ରସିଦ୍ଧ ଏବଂ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରେ ବି ଫରହା ନାଜଙ୍କ ନାମ ଆସେ। ବୋଧହୁଏ ବହୁତ କମ ଲୋକ ଥିବେ ଯେଉଁମାନେ ଅଭିନେତ୍ରୀ ଫରହା ନାଜଙ୍କୁ ଜାଣିଥିବେ। ଆପଣଙ୍କୁ ଜଣାଇ ଦେଉଛୁ କି ଫରହା ନାଜ ଅଭିନେତ୍ରୀ ତବ୍ବୁଙ୍କ ବଡ଼ ଭଉଣୀ ଅଟନ୍ତି।ସେ କେତେ ବଡ-ବଡ କଳାକାରଙ୍କ ସହିତ ସିନେମାରେ କାମ କରିଛନ୍ତି କିନ୍ତୁ ଏବେ ସେ ସିନେମା ଠାରୁ ଦୂରେଇ ହୋଇଯାଇଛନ୍ତି।ସେ କିଛି ଟିଭି ସୀରିୟଲରେ ଦେଖିବାକୁ ମିଳିଥିଲେ କିନ୍ତୁ ଏବେ ସେ ସଂପୂର୍ଣ୍ଣ ଭାବେ ନିଖୋଜ ହୋଇଯାଇଛନ୍ତି।
ମୀନାକ୍ଷୀ ଶେଷାଦ୍ରୀ
ମୀନାକ୍ଷୀ ଶେଷାଦ୍ରୀ କେବେ ନିଜର ବହୁତ ଭଲ ଅଭିନୟ ଏବଂ ସୁନ୍ଦରତା ଯୋଗୁଁ ଲୋକମାନଙ୍କୁ ବହୁତ ପ୍ରଭାବିତ କରୁଥିଲେ କିନ୍ତୁ ଏବେ ମୀନାକ୍ଷୀ ଶେଷାଦ୍ରୀ ସିନେମା ଇଣ୍ଡଷ୍ଟ୍ରି ଠାରୁ ଦୂରକୁ ଚାଲି ଯାଇଛନ୍ତି। ଆପଣଙ୍କୁ ଜଣାଇ ଦେଉଛୁ ବର୍ଷ ୧୯୯୫ରେ ସେ ଇନ୍ବେଷ୍ଟମେଣ୍ଟ ବୈଙ୍କର ହରୀଶ ସହ ନ୍ୟୁୟର୍କରେ ବାହା ହୋଇଥିଲେ।ଯାହାପରେ ସେ ସିନେମା ଇଣ୍ଡଷ୍ଟ୍ରିରୁ ବିଦାୟ ନେଇ ଯାଇଥିଲେ। ବାହାଘର ପରେ ନିଜ ସ୍ବାମୀଙ୍କ ସହିତ ହିଁ ସେ ସିପ୍ଟ ହୋଇ ଯାଇଥିଲେ। ମୀନାକ୍ଷୀ ଶେଷାଦ୍ରୀ ପରିଶେଷରେ ଟେକ୍ସାସର “ପ୍ଲାନୋ” ସହରରେ ରହୁଛନ୍ତି ଏବଂ ସେଠାରେ ତାଙ୍କର ଏକ ଡ୍ୟାନ୍ସ ସ୍କୁଲ ରହିଛି।